ମାନପଦର ସଂରକ୍ଷିତ ଜଙ୍ଗଲ ରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କଲା ବନବିଭାଗ

 



ବୌଦ୍ଧ : 5:11:22:( ବାସୁଦେବ ଷାଣ୍ଢ ) ବୌଦ୍ଧ ଜ଼ିଲ୍ଲାରେ ଦିନକୁଦିନ ବୃଦ୍ଧି ପାଉଛି ଗଞ୍ଜେଇ ଚାଷ ଲା ସଂଖୋଲି ପାରୁନି ବନବିଭାଗ ଓ ଅବକାରୀ ବିଭାଗ l କହିବାକୁ ଗଲେ ବୌଦ୍ଧ ଜ଼ିଲ୍ଲାରେ ଅବକାରୀ ବିଭାଗ ଏକ ପ୍ରକାର ନିଷ୍କ୍ରିୟ ନା ରନ୍ଧା ମଦ ରୋକି ପାରୁଛି ନା ଗଞ୍ଜେଇ ଚାଷ ନା ଗଞ୍ଜେଇ ଚୋରା ବେପାର l ବିଭାଗ ଏକ ଦମ ନିଦା ବିଷ୍ଣୁ l


ଗଣମାଧ୍ୟମ ରେ ପୂର୍ବରୁ ଖବର ପ୍ରସାରିତ ଆଧାରରେ ବନବିଭାଗ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରେଞ୍ଜ ଅଧୀନ ଲମ୍ବଶରୀ ପାଞ୍ଚୟତ ଅନ୍ତର୍ଗତ ମାନପଦର ଜଙ୍ଗଳରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଛି l ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଙ୍କ ନିର୍ଦେଶ କ୍ରମେ ଆଜି କଣ୍ଟାମାଳ ଓ ମନମୁଣ୍ଡା ବନ ବିଭାଗ ର ସମସ୍ତ କର୍ମଚାରୀ ମିଳିତ ଚଢ଼ାଉ କରି 20ହେକ୍ଟର ପରିମିତ ଜଙ୍ଗଲ ରେ ଚାଷ ହୋଇ ଥିବା ପାଖା ପାଖି 60 ହଜାରେ ଗଞ୍ଜେଇ ଗଛକୁ ନଷ୍ଟ କରିଥିବାଜଣାପଡିଛି l ଅନ୍ୟପଟେ ଆହୁରି 40 ହେକ୍ଟର ଜମିରେ ଗଞ୍ଜେଇ ଚାଷ ହୋଇଥିବା ଅଭିଯୋଗ ହୋଇଛି l ଅଳ୍ପ ସଂଖ୍ୟକ ଗଞ୍ଜେଇ ଗଛ କାଟି ବନବିଭାଗ ବାହାବାହା ନେଉଥିବାବେଳେ ଆହୁରି ଅନେକ ଜାଗାରେ ବ୍ୟାପକ ଗଞ୍ଜେଇ ଚାଷ ହୋଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି l ଏହିକାର୍ୟ୍ଯକ୍ରମରେ କଣ୍ଟାମାଳ ରେଞ୍ଜର ସୁଶ୍ରୀ କ୍ଷୀରାପଧି ପ୍ରଧାନ ବନପାଳ ମାଳତି ମାଝୀ, ଚିତ୍ତରଞ୍ଜନ ପ୍ରଧାନ, ହୃଦାନନ୍ଦ ମିଶ୍ର, ଲିଙ୍ଗରାଜ ମାଝୀ ଓ କର୍ମ ଚାରୀ ଏବଂ ଶ୍ରମିକ ମାନେ ଉପସ୍ଥିତ ଥିଲେ l

Post a Comment

0 Comments