ଆଜିର ଆମ ନୟାଗଡ ଜିଲ୍ଲା ଇତିହାସ ପୃଷ୍ଠାରେ ଚାରିଗୋଟି ଗଡଜାତ ଯଥା ରଣପୁର ନୟାଗଡ଼ ଦଶପଲ୍ଲା ଏବଂ ଖଣ୍ଡପଡାଗଡ଼ ଆଦିରେ ବିଭକ୍ତ ହୋଇ ବାଘେଲ ବଂଶ, ସୂର୍ଯ୍ୟବଂଶ ଚନ୍ଦ୍ରବଂଶିୟ କ୍ଷତ୍ରିୟ ମାନଙ୍କ ଦ୍ୱାରା ଶାସିତ ହେଉଥିଲା |
ଭାରତରେ ନନ୍ଦବଂଶ ଏବଂ ଗୁପ୍ତବଂଶଙ୍କ ଶାସନ ସମୟରେ ଆମ ରାଜ୍ୟ ଓଡିଶା ବାରଗୋଟି ମଣ୍ଡଳ ରାଜ୍ୟରେ ବିଭକ୍ତ ହୋଇ ମହାରାଜା ମାନଙ୍କ ଦ୍ୱାରା ଶାସିତ ହେଉଥିଲା |
ବିଶିଷ୍ଟ ଐତିହାସିକ ଶ୍ରୀ ରାୟଗୁରୁ,ହଣ୍ଟର ସାହେବ ଏବଂ ଡକ୍ଟର ଯଞ୍ଜ କୁମାର ସାହୁଙ୍କ ଲିଖିତ ଓଡିଶା ଇତିହାସ ଅନୁଯାଇ ଅଷ୍ଟମ ନବମ ଶତାଧି ସମୟରେ ସମ୍ପୂର୍ଣ୍ଣ ନୟାଗଡ଼ ଜିଲ୍ଲାଟି ଦୁଇଟି ମଣ୍ଡଳ ରାଜ୍ୟର ଅଂଶ ଥିଲା | ଜିଲ୍ଲାଟିର ପୂର୍ଵ ଦକ୍ଷିଣ ଭାଗ ରଣପୁର, ଓଡ଼ଗାଁ ଏବଂ ଆଜିର ନୟାଗଡ଼ ସହରଟିର ସମୁଦାୟ ଅଞ୍ଚଳ ଐରାବତ ମଣ୍ଡଳ ରାଜ୍ୟର ସୀମା ଭୁକ୍ତ ହୋଇ ନନ୍ଦୋଦଭବ ରାଜାବଂଶଙ୍କ ଦ୍ୱାରା ଶାସିତ ହେଉଥିବା ବେଳେ ଜିଲ୍ଲାର ପଶ୍ଚିମ ଉତ୍ତର ଭାଗ ଯଥା ମାଳିସାହି,ନୂଆଗାଁ, ସମ୍ପୂର୍ଣ୍ଣ ଦଶପଲ୍ଲାଗଡ଼ , ଗଣିଆ କଣ୍ଟିଲୋ ତଥା ବର୍ତମାନର ଖଣ୍ଡପଡା ଗଡ଼କୁ ଖୀଞ୍ଜାଳି ମଣ୍ଡଳ ରାଜ୍ୟର ସୀମାର ଅନ୍ତର୍ଭୁକ୍ତ କରାଯାଇ ଭଞ୍ଜ ବଂଶୀୟ କ୍ଷତ୍ରିୟ ମାନଙ୍କ ଦ୍ୱାରା ଶାସନ କରାଜଉଥିଲା |
ନୟାଗଡ଼ ଜିଲ୍ଲାରେ ନୂତନ ଗଡ଼ଯାତ ମାନଙ୍କ ସୃଷ୍ଟି ପୂର୍ବରୁ ଏଠାରେ ଅନେକ ମଠ ମନ୍ଦିର ମଣ୍ଡଳ ରାଜ୍ୟର ରାଜାମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା |ଯାହାର ଉଦାହରଣ ହେଉଛି ବଉଦର ଭଞ୍ଜ ରାଜା ମାନଙ୍କ ଦ୍ୱାରା ନିର୍ମିତ୍ତ କଣ୍ଟିଲୋ ବିଜେ ଶ୍ରୀ ନୀଳମାଧବଙ୍କ ମନ୍ଦିର, ମାଳିସାହି ବିଜେ ଶ୍ରୀ ଗତିକେଶ୍ୱେର ଶମ୍ଭୁ, ଓଡିଶାର କେଶରୀ ବଂଶ ରାଜା ମାନଙ୍କ ଦ୍ୱାରା ଗୋବିନ୍ଦପୁର ବିଜେ ମହାପ୍ରଭୁ ଶ୍ରୀ ସୋମନାଥ ଶମ୍ଭୁ,ମା କୁଆଁରୀ କାମାକ୍ଷା ପୀଠ,ଦିବ୍ୟାସିଂହପୁରର ଅର୍ଦ୍ଧ ସୋମନାଥ ଦେବ ଇତ୍ୟାଦି | ଏ ସମସ୍ତ ପ୍ରସିଧ ଦେବାଳୟ ଗୁଡିକ ଉକ୍ତ ରାଜା ମାନଙ୍କ ଅକ୍ଷୟ କୀର୍ତି|
କିନ୍ତୁ ନୟାଗଡ଼ର ରାଜା ମାନେ କେବେ ଭି ୟେ ପୀଠ ଗୁଡିକ ଉପେକ୍ଷା କରିନାହାନ୍ତି |ପରବର୍ତ୍ତୀ କାଳରେ ନୟାଗଡ଼ ରାଜା ମାନେ ଉକ୍ତ ଠାକୁର ମାନଙ୍କ ଶରଣ ଯାଇ ନିଜ ରାଜ୍ୟର ଇଷ୍ଟ ଆରାଧ୍ୟ ରୂପେ ଗ୍ରହଣ କରି ନେଇଥିଲେ | ଠାକୁରଙ୍କ ଦୈନଦିନ ସେବା ନିମିତ୍ତ ଅନେକ ଭୋଗ, ଜମି ସହ ସେବାୟତ ଖଞ୍ଜିଥିଲେ |
ପୁରାଣ ବର୍ଣ୍ଣିତ ପ୍ରଭୁ ଶ୍ରୀ ନୀଳମାଧଵ କେଉଁ ଅନାଦି କାଳରୁ ଖଣ୍ଡପଡାଗଡ଼ର କଣ୍ଟିଲୋ ଗ୍ରାମରେ ବିରାଜିତ ହୋଇ ଆମ ଜିଲ୍ଲାକୁ ଧନ୍ୟ କରିଛନ୍ତି | ଇତିହାସ କୁହେ ନବମ ସତ୍ତାଧିରେ ଦେବଙ୍କ ବିଜେ ମନ୍ଦିରଟି ବଉଦ ରାଜ୍ୟର ସୂର୍ଯ୍ୟବଂଶୀ ରାଜା ଶତ୍ରୁଭଞ୍ଜଙ୍କ ଦ୍ୱାରା ନିର୍ମିତ କିନ୍ତୁ ପୂଜିତ ଶ୍ରୀ ବିଷ୍ଣୁଙ୍କ ପାଷାଣ ବିଗ୍ରହଟି କେବେ ଏବଂ କେଉଁ ରାଜାଙ୍କ ଦ୍ୱାରା ନିର୍ମିତ ତାହା ଆଜି ସୁଦ୍ଧା କୌଣସି ଐତିହାସିକ ସଠିକ ତଥ୍ୟ ଉପସ୍ଥାପନା କରିପାରିନାହାନ୍ତି |
କିଛି ଐତିହାସିକଙ୍କ ମତରେ ବଉଦ ରାଜ୍ୟରେ ଏହି ପ୍ରକାରର ଆଉ ଏକ ବିଷ୍ଣୁ ବିଗ୍ରହ ପୂଜିତ ହେଉଛନ୍ତି ଯାହାଙ୍କ ନାମ ମଧ୍ୟ ନୀଳମାଧବ | ଦୁଇଟି ଯାକ ମନ୍ଦିରର ଗଠନ ପ୍ରଣାଳୀ ପ୍ରାୟ ସମାନ ଏବଂ କଣ୍ଟିଲୋ ନୀଳମାଧଵଙ୍କ ପାର୍ଶ୍ୱଦେବ ଶ୍ରୀ ଶିଧେଶ୍ୱେର ମହାଦେବଙ୍କ ଭଳି ସେଠାରେ ମଧ୍ୟ ସ୍ୱୟଂ ଶମ୍ଭୁ ଶୀଧେଶ୍ୱେର ମହାଦେବଙ୍କ ନାମରେ ପୂଜା ପାଉଛନ୍ତି |
ବଉଦ ରାଜ୍ୟର ଶ୍ରୀ ନୀଳମାଧଵ ଏବଂ ଚାରିଶମ୍ଭୁ ମନ୍ଦିର ନିର୍ମାଣ ତଥ୍ୟ :-
-----------------------------------------------------------------------
ବଉଦ ଗଡଜାତ ଇତିହାସ ଅନୁସାରେ ଗଡ଼ର ରାଜା ସାହେବ ଶତ୍ରୁଭଞ୍ଜଙ୍କ ଦ୍ୱାରା ରାଜ୍ୟର ଦ୍ୱିତୀୟ ରାଜଧାନୀ ଗନ୍ଧାରିଡି ଠାରେ ତଥା ମହାନଦୀ କୂଳର ଜନ୍ହପଙ୍କ ଅଞ୍ଚଳରେ ଦୁଇଗୋଟି ମନ୍ଦିର ନିର୍ମାଣ କରିଥିଲେ ଯେଉଁଠାରେ ଉଭୟ ହରିହର ବିରାଜିତ | ଗୋଟିଏ ମନ୍ଦିରରେ ଶୀଧେଶ୍ଵର ମହାଦେବ ଏବଂ ଅନ୍ୟ ମନ୍ଦିରଟିରେ ଶ୍ରୀବିଷ୍ଣୁ ନୀଳମାଧଵ ରୂପେ ପୂଜା ପାଉଛନ୍ତି |ଯାହାଙ୍କ ଉଚତା ପ୍ରାୟ 6 ପୁଟ | ଉକ୍ତ ମନ୍ଦିରଟି କଣ୍ଟିଲୋ ବିଜେ ନୀଳମାଧବଙ୍କ ମନ୍ଦିର ଗଠନ ପ୍ରଣାଳୀ ସହ ପ୍ରାୟ ସମାନ | କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ଦକ୍ଷିଣପାର୍ଶ୍ୱ ମନ୍ଦିରରେ ମଧ୍ୟ ସ୍ୱୟଂ ଶୀଧେଶ୍ୱେର ମହାଦେବ ବିରାଜିତ | ଗନ୍ଧରାଡ଼ି ମନ୍ଦିରର ବେଢାରେ ଶିଧେଶ୍ଵରଙ୍କ ବ୍ୟତୀତ ଶ୍ରୀ ଯୋଗେଶ୍ୱର, ଶ୍ରୀ କପିଳେଶ୍ଵର ଏବଂ ଶ୍ରୀ ପଶ୍ଚିମସୋମନାଥ ପୂଜା ପାଉଥିବାରୁ ଏହାର ଅନ୍ୟ ନାମ ଚାରିଶମ୍ଭୁ ମନ୍ଦିର |
ଉକ୍ତ ହରିହର ପୀଠଟିରେ ଥିବା ଦୁଇଟିଯାକ ମନ୍ଦିର ଗଠନ ଏକା ପ୍ରକାର ହୋଇଥିବାରୁ ଏହାକୁ ଶ୍ରଦ୍ଧାଳୁ ଜାଅଁଳା ମନ୍ଦିର ମଧ୍ୟ କହିଥାନ୍ତି |ଏହି ମନ୍ଦିରର ଗଠନ ଅନ୍ୟ ଶିବ ଏବଂ ବିଷ୍ଣୁଙ୍କ ମନ୍ଦିର ଠାରୁ ଟିକେ ଭିନ୍ନ | ଏଠାରେ ଶ୍ରୀ ଶିଧେଶ୍ଵରଙ୍କ ମନ୍ଦିର ଉପର ଚୁଡାରେ ତ୍ରିଶୂଳ ସ୍ଥାନରେ ଏକ କଳା ମୁଗୁନି ପ୍ରସ୍ତରର ଲିଙ୍ଗ ଶୋଭାପାଉଥିବା ବେଳେ, ଶ୍ରୀ ନୀଳମାଧଵଙ୍କ ମନ୍ଦିର ଚୁଡାରେ ଅଷ୍ଟଧାତୁ ଚକ୍ର ସ୍ଥାନରେ କଳା ମୁଗୁନି ପ୍ରସ୍ତରର ଏକ ଚକ୍ର ଶୋଭାପାଇଥାଏ |ମନ୍ଦିର ଦ୍ୱୟର ଉଚତା ପ୍ରାୟ 40 ପୁଟରୁ ଅଧିକ |
ସେଠାକାର ଲୋକଙ୍କ କଥା ଅନୁସାରେ ଏଠାରେ ଦ୍ୱାପର ଯୁଗର ହସ୍ତିନାପୁର ନରେଶ ଜୁଥରାଷ୍ଟ୍ରଙ୍କ ରାଣୀ ଶିବ ଭକ୍ତିନି ଗାନ୍ଧାରୀ ଦେବୀ କିଛି ଦିନ ବାସ କରିଥିଲେ ଏବଂ ଏଠାରେ ଉକ୍ତ ମହାଦେବଙ୍କୁ ସ୍ଥାପନ କରିଥିଲେ | ଗାନ୍ଧାରୀଙ୍କ ନାମ ଅନୁସାରେ ଏହାର ନାମ ଗନ୍ଧାରିଡି ହୋଇଅଛି |
ଅନ୍ୟ ଏକ ଜନସୃତି ଅନୁସାରେ ବଉଦର ରାଜା ଗନ୍ଧମାର୍ଦନ ଦେବଙ୍କ ନାମ ଅନୁସାରେ ଏହାର ନାମ ଗନ୍ଧାରିଡି ହୋଇଥାଇପାରେ | ଇତିହାସ କୁହେ ଏହାର ପୂର୍ବ ନାମ ଯଯାତି ନଗର ଥିଲା ଯାହା କୌଣସି ପ୍ରାକୃତିକ ଅଘଟଣ କାରଣରୁ ନିକଟସ୍ଥ ମହାନଦୀରେ ବିଲୀନ ହୋଇଯାଇଥିଲା | ଏହା ପରେ ଉକ୍ତ ଗ୍ରାମର ସ୍ଥାପନ ହୋଇଅଛି |
( ଗନ୍ଧରାଡ଼ିର ଚାରିଶମ୍ଭୁ ମନ୍ଦିର ତଥା ସେଠାକାର ସ୍ୱର୍ଣ୍ଣ ହୀରା ଖଚିତ ଶ୍ରୀ ନୀଳମାଧବଙ୍କ ମୂର୍ତ୍ତିକୁ ଶତ୍ରୁ ରାଜାଙ୍କ ଦ୍ୱାରା ଅପହରଣ ମନ୍ଦିର ନଷ୍ଟ ତଥା ବିଗ୍ରହଙ୍କୁ କ୍ଷତ ଆଦି ଅନେକ ତଥ୍ୟ ଆମେ ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ ଆଲୋଚନା କରିବା )
ବଉଦ ରାଜ୍ୟର ନୀଳମାଧଵଙ୍କ ନିକଟେ ଥିବା ଅନ୍ୟ ଏକ ବିଷ୍ଣୁଙ୍କ ବିଗ୍ରହକୁ କଣ୍ଟିଲୋ ବ୍ରହ୍ମଦୀ ପର୍ବତ ଉପରେ ନୀଳମାଧଵ ରୂପେ ସ୍ଥାପନ ତଥ୍ୟ :-
-----------------------------------------------------------------------
ପୂର୍ବେ ଉକ୍ତ ଚାରିଶମ୍ଭୁ ମନ୍ଦିର ମଧ୍ୟରେ ଦୁଇଗୋଟି ବିଷ୍ଣୁ ମୂର୍ତ୍ତି ପୂଜା ପାଉଥିଲେ ଯାହା ପରବର୍ତ୍ତୀ ସମୟରେ ବଉଦ ରାଜା ଏକ ମୂର୍ତ୍ତିକୁ ସେଠାରୁ ଆଣି ଖଣ୍ଡପଡାଗଡ଼ର କଣ୍ଟିଲୋ ବ୍ରହ୍ମଦି ପର୍ବତରେ ସ୍ଥାପନ କରିଥିଲେ ଯାହାଙ୍କ ନାମ ନୀଳମାଧଵ ଦେଇଥିଲେ କିନ୍ତୁ ଏହାର କୋଣସି ଐତିହାସିକ ପ୍ରମାଣ ନାହିଁ |
ଓଡିଶା ଇତିହାସକାରଙ୍କ ମତରେ ଯେହେତୁ ଉକ୍ତ ଅଞ୍ଚଳଟି ପୂର୍ବେ ବଉଦର ଅଂଶ ଥିଲା ତେଣୁ ଆଜିର ମନ୍ଦିରଟି ବଉଦ ରାଜାଙ୍କ କୀର୍ତ୍ତି ହୋଇଥାଇପାରେ କିନ୍ତୁ ବିରାଜିତ ନୀଳମାଧଵଙ୍କ ମୂର୍ତ୍ତିକୁ ଅନୁଧ୍ୟାନ କଲେ ଜଣାପଡେ ଏହା ବଉଦ ନୀଳମାଧଵଙ୍କ ମୂର୍ତ୍ତି ଠାରୁ ଅନେକ ବର୍ଷର ପୁରୁଣା ମୂର୍ତ୍ତି |
ବଉଦ ଶ୍ରୀ ନୀଳମାଧବଙ୍କ ଶ୍ରୀହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭାପାଉଥିବା ବେଳେ କଣ୍ଟିଲୋ ଠାଜୁରଙ୍କ ବାମ ଦକ୍ଷିଣ ହସ୍ତରେ ଶଙ୍ଖ ଚକ୍ର ଶୋଭିତ ଥାଏ | ଦେବଙ୍କ ଅନ୍ୟ ଦୁଇହାତ ନିମ୍ନରେ ବିରାଜିତ ମା ମହାଲକ୍ଷ୍ମୀ ଏବଂ ମା ମହାସରସ୍ବତୀଙ୍କ ମସ୍ତକ ଉପରେ ଆସିସ ମୁଦ୍ରାରେ ରହିଥାଏ |
କଣ୍ଟିଲୋ ନୀଳମାଧବଙ୍କ ବେଢାରେ ଥିବା ଶ୍ରୀ ଶି୍ଧେଶ୍ଵର ମହାଦେବ :-
----------------------------------------------------------------------
ୟେ ଦେବଙ୍କ ଠାରେ ଏକ ଆଶ୍ଚର୍ଯ୍ୟ ଦୃଷ୍ୟ ହୁଏ ଯାହା ଓଡିଶାର ଅନ୍ୟ କୋଣସି ଶିବାଳୟରେ ଦେଖାଯାଇନଥଏ | ଶମ୍ଭୁ ପାତାଳ ଫୁଟା ଲିଙ୍ଗ ରୁପି ମହେଶ ଅଟନ୍ତି | ଶକ୍ତି ଏକ ପ୍ରକାର ବର୍ଗକାର ହୋଇ ସାମାନ୍ୟ ଚଉଡା ଅଟନ୍ତି | କିମ୍ବଦନ୍ତୀ ଅନୁସାରେ ୟେ ଦେବଙ୍କ ମସ୍ତକରେ ଯେତେ ଜଳାଭିଷେକ କଲେଭି ଶକ୍ତିଙ୍କ ଚତୃରପାର୍ଶ୍ୱରେ ଆଞ୍ଜୁଳାଏ ଜଳ ମଧ୍ୟ ରହିନଥାଏ | ସମସ୍ତ ଜଳ କେଉଁଆଡେ ଉଭାନ ହୋଇଯାଏ ତାହା ଆଜି ପର୍ଯ୍ୟନ୍ତ କେହିଭି ଜାଣିପାରନ୍ତି ନାହିଁ |
ୟେ ଦେବଙ୍କ ଠାରେ ଆଉ ଏକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ,ଜନଶ୍ରୁତି ଅନୁସାରେ ଦେବ ସୂର୍ଯ୍ୟନାରାୟଣଙ୍କ ଉତ୍ତରାୟାଣ ଏବଂ ଦକ୍ଷିଣାୟାଣ ଗତି ଅନୁସାରେ ମହାପ୍ରଭୁଙ୍କ ଲିଙ୍ଗ ମଧ୍ୟ ସୂର୍ଯ୍ୟଦେବଙ୍କ ଗତି ଅନୁସାରେ ପାର୍ଶ୍ୱ ପରିବର୍ତନ କରୁଥିବାର ଶୁଣାଯାଏ |
କଣ୍ଟିଲୋ ଏବଂ ଶ୍ରୀ ନୀଳମାଧଵ ଜୀଉ ଖଣ୍ଡପଡା ରାଜ୍ୟର ଅଂଶ ହେବା ତଥ୍ୟ :-
----------------------------------------------------------------------
ପୂର୍ବେ ଉକ୍ତ ଅଞ୍ଚଳଟି ବଉଦ ରାଜାଙ୍କ ଅଧୀନ ପରେ କିଛି ବର୍ଷ ବାଙ୍କୀ ଗଡ଼ ସୀମାରେ ଥିବାର ଇତିହାସରୁ ଜଣାଯାଏ | (ଖ୍ରୀ:-1565-95) ନୟାଗଡ଼ ରାଜା ରଘୁନାଥ ସିଂହଙ୍କ କନିଷ୍ଟ ପୁତ୍ର ଯଦୁନାଥ ସିଂହଙ୍କ ଦ୍ୱାରା ଖ୍ରୀ:1599 ମସିହାରେ ଖଣ୍ଡପଡା ଗଡ଼ ସ୍ଥାପନ ପରେ ଏହା ବାଘେଲ ବୀରଙ୍କ ରାଜ୍ୟ ସୀମା ଅନ୍ତର୍ଗତ ହୋଇଥିଲା | ନୟାଗଡ଼ ଏବଂ ଖଣ୍ଡପଡାର ରାଜା ଦ୍ୱୟ ମିଶି ବଉଦ ରାଜାଙ୍କ ସହ ଯୁଦ୍ଧ କରି ସମୁଦାୟ ଅଞ୍ଚଳଟିକୁ ନିଜ ରାଜ୍ୟ ଅନ୍ତର୍ଗତ କରିଥିଲେ | ପରବର୍ତ୍ତୀ ସମୟରେ ଅନେକ ଥର ମହାନଦୀ କୂଳରେ ଗଢି ଉଠିଥିବା ବାଙ୍କୀଗଡ଼ ବଡମ୍ବାଗଡ଼ ଏବଂ ନରସିଂହପୁର ଗଡ଼ର ରାଜା ମାନେ ଉକ୍ତ ଅଞ୍ଚଳକୁ କରାୟତ କରିବା ତଥା ଶ୍ରୀନିଳମାଧବଙ୍କୁ ନିଜ ରାଜ୍ୟର ଇଷ୍ଟ କରିବା ନିମନ୍ତେ ହୀନ ପ୍ରୟାସ କରି ବିଫଳ ହୋଇଥିଲେ |
ଏକଦା ମଲ୍ଲ ଯୁଦ୍ଧ ବାହାନାରେ ଠାକୁରଙ୍କୁ ନିଜଗଡ଼ରେ ସାମିଲ କରିବା ନିମନ୍ତେ ନରସିଂହପୁର ରାଜା କୁଚଜ୍ରାନ୍ତ କରିଥିଲେ ଯାହା ନୟାଗଡ଼ ରାଜା ବ୍ରଜବଲ୍ଲଵ ସିଂହ( ଖ୍ରୀ:1808-1851)ଙ୍କ ସଠିକ ରାଜନୀତି ଗୋଟି ଚାଳନା ଦ୍ୱାରା ଲାଠିପଡ଼ାର ବନ୍ଦାଣ ପାଇକ ମୋହନ ଗୁରୁଙ୍କ ହସ୍ତରେ ନରସିଂହପୁର ମଲ୍ଲ ଷଣ୍ଡ ପାଇକକୁ ହତ୍ୟା କରାଜାଇ ଶ୍ରୀ ନୀଳମାଧବଙ୍କୁ ଖଣ୍ଡପଡା ଗଡ଼ର ସୀମା ମଧ୍ୟରେ ରଖି ପାରିଥିଲେ |
ଶ୍ରୀ ନୀଳମାଧଵଙ୍କ ମନ୍ଦିର ନିର୍ମାଣର ଐତିହାସିକ ପ୍ରମାଣ ତଥା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ କାଳିଆମାଧବ ତଥ୍ୟ :-
-----------------------------------------------------------------------
2003 ମସିହା କଣ୍ଟିଲୋ ନିକଟସ୍ଥ ଧାନଚେଙ୍ଗଡ଼ା ଗ୍ରାମରୁ ମିକିଥିବା ତାମ୍ର ଲିପିରୁ ଐତିହାସିକ ମାନେ ମନ୍ଦିର ନିର୍ମାଣ ଏବଂ କଣ୍ଟିଲୋ ଗ୍ରାମର ନାମ କରଣ ସମ୍ଭଧୀୟ କିଛି ତଥ୍ୟ ଆବିଷ୍କାର କରିପାରିଥିଲେ | ପୁରୀ ନିକଟସ୍ଥ ସାକ୍ଷୀଗୋପାଳ
ମହାବିଦ୍ୟାଳୟର ଅଦକ୍ଷା ତଥା ଗବେଷକା ଶ୍ରୀମତୀ ଗୀତାଦେବୀଙ୍କ ତଥ୍ୟ ଅନୁସାରେ ଆନୁମାନିକ ନବମ ଶତାଧିରେ ବଉଦର ସୂର୍ଯ୍ୟବଂଶୀ ରାଜା ଶତ୍ରୁଭଞ୍ଜଙ୍କ ଶାସନ ସମୟେ ଆଜିର ନୀଳମାଧବଙ୍କ ମନ୍ଦିରଟି ନିର୍ମାଣ ହୋଇଥାଇପାରେ |
କିନ୍ତୁ ବିଜେ ବିଗ୍ରହ ବହୁ ପୁରାତନ ଅତେବ ଏହା ସୂଚୀତ କରାଏ ଠାକୁରେ ବିଶ୍ୱାବସୁ ଦ୍ୱାରା ପୂଜିତ ସେଇ କାଳିଆ ମାଧବ ଯାହାଙ୍କ ନାମ ଅନୁସାରେ କଣ୍ଟିଲୋ ନିକଟସ୍ଥ ଗ୍ରାମଟିର ନାମ କାଳିଆପଲ୍ଲୀ ହୋଇଅଛି |ଯେଉଁଠାରେ ଶବର ଭକ୍ତ ବିଶ୍ୱାବାସୁଙ୍କ ବାସ ସ୍ଥାନ ଥିଲା | ଦେବ ବ୍ରହ୍ମଦୀ ପର୍ବତ ଗୌରବ ମଣ୍ଡନ କରିଥିବାରୁ ଭଗବାନ ଶ୍ରୀହରି,ନୀଳମାଧବ ରୂପେ ବିଶ୍ଵ ପ୍ରସିଦ୍ଧ ହୋଇଥିଲେ | ଯାହା ପରବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ପୀଠ |
କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ଆବିର୍ଭାବ ପଛର ପୌରାଣିକ ତଥ୍ୟ :-
--------------------------------------------------------------------
ତଥ୍ୟ :-1
ଠାଜୁରେ ବିରାଜିତ ପର୍ବତଟିର ନାମ ହେଉଛି ବ୍ରହ୍ମ|ଦି ପର୍ବତ | ଏହାର ନାମ କରଣ ପଛରେ ଏକ ସୁନ୍ଦର କିମ୍ବଦନ୍ତୀ ଅଛି |
ବିଶ୍ଵର ସୃଷ୍ଟିକର୍ତ୍ତା ବ୍ରହ୍ମଦେବ ଉକ୍ତ ପର୍ବତ ଶିଖରେ ଶ୍ରୀ ବିଷ୍ଣୁଙ୍କୁ ମାଧବ ରୂପରେ ଧ୍ୟାନ କରିଥିବାରୁ ଏହାର ନାମ ବ୍ରହ୍ମଦୀ ପର୍ବତ ହୋଇଅଛି |
ତଥ୍ୟ:-2
ଏକଦା ଈଶ୍ୱର ସଦାଶିବଙ୍କ ନିର୍ଭୟ ବର ପାଇ ନାମସୁର ଏବଂ କାମାଶୁର ନାମକ ଦୁଇ ଅସୁର ସଂସାରର ସମସ୍ତ ପ୍ରାଣୀଙ୍କୁ କଷ୍ଟ ଦେଲେ | ଈଶ୍ୱରଙ୍କ ବର ଅନୁଯାଇ ସେମାନଙ୍କ ମୃତ୍ୟୁ କୋଣସି ରକ୍ତ ମାଂସ ଧାରୀ ବ୍ୟକ୍ତି ଏବଂ କୌଣସି ଦେବତାଙ୍କ ହସ୍ତରେ ହେବନାହିଁ | ଯାହାଙ୍କ ବଧ ନିମିତ୍ତ ଭଗବାନ ଶ୍ରୀବିଷ୍ଣୁ ଶେଷରେ ନୀଳମାଧଵ ନାମରେ ପାଷାଣ ବିଗ୍ରହ ହୋଇ ଦୁଇ ଅସୁରଙ୍କୁ ନିଧନ କରିଥିଲେ |
ତଥ୍ୟ :-3
ଅନ୍ୟ ଏକ ପୌରାଣିକ ତଥ୍ୟ ଅନୁସାରେ ଦ୍ୱାପରଯୁଗର ଅନ୍ତରେ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ଧନଞ୍ଜୟ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଗଙ୍ଗାକୂଳରେ ଦାହ କରିଥିଲେ କିନ୍ତୁ ଠାକୁରଙ୍କ ହୃଦୟ ଅଂଶଟିକୁ ଅଗ୍ନିଦେବ ସ୍ପର୍ଶ କରି ପାରିନଥିଲେ ଏବଂ ଆକାଶବାଣୀ ଅନୁଯାଇ ଅର୍ଜୁନ ଉକ୍ତ ଅଂଶଟିକୁ ଗଙ୍ଗାନଦୀରେ ଭସାଇ ଦେଇଥିଲେ ଯାହା ନଦୀସ୍ରୋତରେ ମହାନଦୀ କୂଳ ବ୍ରହ୍ମଦୀ ପର୍ବତ କୂଳରେ ଲାଗିଥିଲା | ଭଗବାନଙ୍କ ନିର୍ଦେଶରେ ତାହାଙ୍କୁ ଶବର ଶ୍ରେଷ୍ଠ ବିଶ୍ୱାବସୁ ଗୁପ୍ତ ଭାବରେ ଉକ୍ତ ପର୍ବତ ଗୁମ୍ଫାରେ ପୂଜା କରୁଥିଲେ |
ବ୍ରହ୍ମଦୀଗିରିର ନୀଳମାଧବ ନୀଳଗିରିର ଶ୍ରୀଜଗନ୍ନାଥ ରୂପେ ପୂଜିତ ହେବାର ତଥ୍ୟ :-
କିଛି ବର୍ଷ ଉପାରନ୍ତେ ସ୍ୱୟଂ ଇଛାମୟ ନାରାୟଣ ନିଜ ଇଛାରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭକ୍ତିରେ ପ୍ରସନ୍ନ ହୋଇ ବ୍ରାହ୍ମଣ ପୁତ୍ର ବିଦ୍ୟାପତି ଏବଂ ବିଶ୍ୱାବସୁଙ୍କ ସୁପୁତ୍ରୀ ଲଳିତାଙ୍କ ମାଧ୍ୟମରେ ବ୍ରହ୍ମଦି ପର୍ବତରୁ ଯାଇ ଶ୍ରୀକ୍ଷେତ୍ରର ନୀଳଗିରି ପର୍ବତ ଉପରେ କାଳିଆ ସାଆନ୍ତ ଶ୍ରୀ ଜଗନ୍ନାଥ ରୂପେ ପୂଜିତ ହୋଇ ଆସୁଛନ୍ତି |
କିମ୍ବଦନ୍ତୀ ଅନୁଯାଇ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ମଧ୍ୟରେ ଥିବା ବ୍ରହ୍ମ ପଦାର୍ଥ ଟି ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ହୃଦୟ ଭାଗଟି ଯାହାଙ୍କୁ ଅଗ୍ନିଦେବ ସ୍ପର୍ଶ କରି ପାରିନଥିଲେ |
ଏପଟେ ସରଳ ଶବର ଭକ୍ତ ବିଶ୍ୱାବସୁର ଆକୁଳ ନିବେଦନକୁ ଭାଙ୍ଗି ନପାରି ଏଠାରେ ଶ୍ରୀହରି ନିଜ ପୂର୍ବ ରୂପ ନୀଳମାଧଵ ରୂପେ ଭଗବତୀ ମା ଲକ୍ଷ୍ମୀ ଏବଂ ମା ସରସ୍ବତୀଙ୍କ ସହ ପୂଜା ପାଉଛନ୍ତି |
ଶ୍ରୀ ନୀଳମାଧବଙ୍କ ଶ୍ରୀ ପୟରୁ ମା ଗଙ୍ଗାଙ୍କ ଆବିର୍ଭାବ :-
-----------------------------------------------------------------------
କାହିଁ କେଉଁ ଯୁଗରୁ କଣ୍ଟିଲୋ ବିଜେ ମହାପ୍ରଭୁ ଶ୍ରୀ ନୀଳମାଧବଙ୍କ ଶ୍ରୀପୟରରୁ ପାପ ନାଶିନୀ ମା ଗଙ୍ଗା ଆବିର୍ଭାବ ହୋଇ ନିମ୍ନଭାଗ ରେ ଥିବା ମହାନଦୀରେ ଲୀନ୍ନ ହୋଇଯାଉଛନ୍ତି |
ଯାହାକୁ କବାଡିଆ ବୋଲଭକ୍ତ ମାନେ ନିଜ ମାନସିକ ପୂର୍ତ୍ତି ନିମିତ୍ତ ପ୍ରତକ ବର୍ଷ ଶ୍ରାବଣ ମାସରେ ନିଷ୍ଠାର ସହ ନିଜ କାନ୍ଧରେ ବୋହି ଆଣି ଗଙ୍ଗାଧର ଭଗବାନ ଶ୍ରୀ ଶମ୍ବୁଙ୍କ ମସ୍ତକରେ ଲାଗି କରି ନିଜକୁ ଧନ୍ୟ ମନେକରୁଛନ୍ତି |
କଣ୍ଟିଲୋ ଗ୍ରାମ ତଥ୍ୟ :-
--------------------------------------
ଭଗବାନ ଶ୍ରୀ ନୀଳମାଧବ ବିରାଜିତ ପର୍ବତଟିର ନାମ ହେଉଛି ବ୍ରହ୍ମଦି ପର୍ବତ ଏବଂ ପର୍ବତ ନିମ୍ନରେ ଥିବା ଗ୍ରାମଟିର ନାମ ହେଉଛି କଣ୍ଟିଲୋ |
ଏହାର ଏପରି ନାମକରଣ କାହିଁକି ଏବଂ କିପରି ହେବା ପଛରେ ଅନେକ ଐତିହାସିକ ତଥା ସେଠାକାର ଲୋକ ଭିନ୍ନ ଭିନ୍ନ ମତପୋଷଣ କରିଥାନ୍ତି |
କିଛି ଲୋକଙ୍କ ମତରେ ଉକ୍ତ ଅଞ୍ଚଳଟି ପୂର୍ବେ ଏକ କଣ୍ଟା ଜାତୀୟ ବୃକ୍ଷ ମାନଙ୍କ ଦ୍ୱାରା ଭରି ରହିଥିବାରୁ ଏହାର ନାମ କଣ୍ଟାରୁ କଣ୍ଟିଲୋ ହୋଇଅଛି କିନ୍ତୁ ୟେ ତଥ୍ୟଟି କେବଳ ଲୋକ କଥାରେ ସୀମିତ ରହିଯାଉଛି
ଐତିହାସିକ ମାନେ ମତ ଦିଅନ୍ତି କଣ୍ଟିଲୋ ମହାନଦୀ ଓଡିଶାର ପଶ୍ଚିମ ଭାଗରୁ ପ୍ରଭାବିତ୍ତ ହୋଇ ପୂର୍ବରେ ମହୋଦଧିରେ ମିଶିଥିବା କାରଣରୁ କ୍ରମେ ଏହା ଏକ ମୁଖ୍ୟ ବ୍ୟବସାୟ ସ୍ଥଳ ଵନିଯାଇଥିଲା | ମହାନଦୀ କୂଳଗ୍ରାମ ଗୁଡିକର ନାଗରିକ ମାନେ ସହଜରେ ନୌକା ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟବସାୟ କରିପାରୁଥିଲେ | କାଳକ୍ରମେ ସେହି ମହାନଦୀ କୂଳର ଅଞ୍ଚଳଟି ବ୍ୟବସାୟୀ ମାନଙ୍କ ଏକ ମୁଖ୍ୟ ସ୍ଥଳୀ ପାଲଟିଥିଲା |ଏଠାରେ ଆସ୍ତେ ଆସ୍ତେ ଅନେକ ବ୍ୟବସାୟୀ ଏକତ୍ରିତ ହୋଇ ନିଜ ନିଜ ବ୍ୟବସାୟ ଆରମ୍ଭ କରିଥିଲେ|
ତତ୍କାଳୀନ ବଣିକ ବ୍ୟବସାୟୀ ମାନେ ଦ୍ରବ୍ୟର ଓଜନ ମାପକ ନିମନ୍ତେ ନିକିତି କଣ୍ଟା ବ୍ୟବହାର କରୁଥିଲେ | ସେଇ ବ୍ୟବହୃତ କଣ୍ଟା ଵା ଦଣ୍ଡି ଅନୁସାରେ ଅଞ୍ଚଳଟିର ନାମ କଣ୍ଟିଲୋ ହୋଇଥାଇପାରେ |
ଶ୍ରୀନୀଳମାଧବଙ୍କ ମନ୍ଦିର ବେଢା ବର୍ଣ୍ଣନା :-
-----------------------------------------------------------------------
ଶ୍ରୀନୀଳମାଧବ ହେଉଛନ୍ତି ଶ୍ରୀ ଜଗନାଥଙ୍କ ଆଦ୍ୟ ରୂପ ଅତେବ ଏଠାରେ ଶ୍ରୀ ମନ୍ଦିର ବେଢା ଦେବଦେବୀଙ୍କ ସ୍ଥିତି ଅନୁସାରେ ଠାକୁରଙ୍କ ଦକ୍ଷିଣ ପାର୍ଶ୍ୱରେ ମନ୍ଦିର ଅଧିଷ୍ଠାତ୍ରୀ ଦେବୀ ମା ବିମଳା ବିଦ୍ୟମାନ | ଦେବୀଙ୍କ ବିଗ୍ରହ କଳା ମୁଗୁନି ପ୍ରସ୍ତର ନିର୍ମିତ ଏବଂ ଶ୍ରୀକ୍ଷେତ୍ରର ମା ବିମଳାଙ୍କ ଅବିକଳ ମୂର୍ତ୍ତି |
ତାଙ୍କ ନିକଟକୁ ମା ବାଗଦେବୀ ସରସ୍ୱତୀଙ୍କ ମନ୍ଦିର |
ଦେବୀଙ୍କ ମନ୍ଦିର ଭିତେର ସ୍ୱ ଜନ୍ମଦ୍ଧାତ୍ରୀ ଷଷ୍ଠିଦେବୀ ଏବଂ ଆଦିମାତା ବେଦମତା ମା ଗାୟତ୍ରୀଦେବୀ ବିଦ୍ୟମାନ |
ଦେବଙ୍କ ବାମ ପାର୍ଶ୍ୱରେ ସ୍ୱୟଂ ପଦ୍ମାଳୟା ମା ମହାଲକ୍ଷ୍ମୀଙ୍କ ମନ୍ଦିର,| ଏହା ବ୍ୟତୀତ ବେଢା ମଧ୍ୟରେ ବଟଗଣେଶ, ସାକ୍ଷୀ ଗୋପୀନାଥ ଦେବ ତଥା ଅନେକ ଦେବା ଦେବୀ ଙ୍କ ମନ୍ଦିର ବିଦ୍ୟମାନ, ଯାହା କେଉଁ ଆଦି ଅନାଦି କାଳରୁ ଏଠାରେ ପୂଜିତ ହୋଇଆସୁଛନ୍ତି | ଦେବଙ୍କ ପ୍ରବେଶ ମୁଖ୍ୟ ପୂର୍ବ ସିଂହଦ୍ୱାର ନିକଟରେ ପୁରୀ ଭଳି ଶ୍ରୀ କାଶୀ ବିଶ୍ଵନାଥ ଦେବ ବିଦ୍ୟମାନ ଏବଂ ପ୍ରବେଶ ମୁଖ୍ୟ ଅରୁଣ ସ୍ତମ୍ଭର ଦକ୍ଷିଣ ଭାଗରେ ମା ବାଟ ମଙ୍ଗଳା ବିଦ୍ୟମାନ |
ଶ୍ରୀ ବିଷ୍ଣୁଙ୍କ ମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ସ୍ୱୟଂ ବୀର ବଜରଙ୍ଗୀ ଶ୍ରୀ ହନୁମାନ ପୂଜା ପାଉଛନ୍ତି | ଜଣାସୃତି କୁହେ ମହାବୀର ଏଠାକାର ପ୍ରାକୃତିକ ସୋନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଏବଂ ଶ୍ରୀ ମାଧବଙ୍କ ଆଜ୍ଞାରେ ଏହିଠାରେ ରହିଯାଇଥିଲେ |
ଶ୍ରୀ ନୀଳମାଧବଙ୍କ ପବିତ୍ର ରୋହିଣୀକୁଣ୍ଡ ତଥ୍ୟ :-
-----------------------------------------------------------------------
ଠାକୁରଙ୍କ ମୁଖ୍ୟ ମନ୍ଦିର ଦକ୍ଷିଣ ପାର୍ଶ୍ୱର ପଛଭାଗରେ ଥିବା ମା ବିମଳାଦେବୀଙ୍କ ମନ୍ଦିର ସମୁଖରେ ରୋହିଣୀକୁଣ୍ଡ ଅବସ୍ଥିତ | ପୁରାଣ ଅନୁଯାଇ ଏହି କୁଣ୍ଡରେ କାକ( କାଉ) ଟିଏ ଖସି ପଡିଥିଲା ଏବଂ ସଙ୍ଗେ ସଙ୍ଗେ ଶ୍ରୀ ହରିଙ୍କ ଚତୃଭୁଜ ରୂପ ଧାରଣ କରି ଏହିଠାରୁ ସ୍ୱର୍ଗ ଗମନ କରିଥିଲା | ଏଣୁ କୁଣ୍ଡଟିକୁ ଧର୍ମ ତଥା ମୋକ୍ଷ କୁଣ୍ଡ ମଧ୍ୟ କୁହାଯାଏ | ଉକ୍ତ କୁଣ୍ଡଟିରେ ଏକ ପ୍ରସ୍ତର ଖୋଦିତ ନାରାୟଣଙ୍କ ସୁଦର୍ଶନ ଚକ୍ର ସହ ଶଙ୍ଖ ଚକ୍ର ଧରିଥିବା ଉକ୍ତ କାଉର ଚିତ୍ତ୍ର ରହିଅଛି | ଭକ୍ତ ମାନେ ଠାକୁରଙ୍କ ଦର୍ଶନ ସାରିବା ପରେ ଉକ୍ତ ରୋହିଣୀକୁଣ୍ଡ କୁ ପ୍ରଣାମ କରି ସେ କୁଣ୍ଡର ତୁଳସୀ ଜଳ ପାଦୁକା ଗ୍ରହଣ କରି ନିଜକୁ ଧନ୍ୟ ମଣନ୍ତି |
-----*****------
0 Comments