ବୌଦ୍ଧ କଣ୍ଟାମାଳ :ତା :9:11:22ରିଖ କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଠାରେ ୟୁବୋଦୟ ୟୁଥ କ୍ଲବ ପକ୍ଷରୁ କାର୍ତିକ ପୂର୍ଣ୍ଣିମା ଅବସରରେ ଡେନ୍ସ ଧମାକା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କ୍ଲବ ସଭାପତି ପରମାନନ୍ଦ ଠେଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମାଜସେବୀ ସମୀର ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ କଳାକାର ସୃଷ୍ଟି କରିବାରେ ମୋବାଇଲର ଭୂମିକା ଅନନ୍ୟ ବୋଲି କହିଥିଲେ, ମିଳିତ ଶିକ୍ଷକ ସଙ୍ଘ ସଭାପତି ନୀଳାଞ୍ଚଳ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାଇଚାରା ଓ ସଂକୃତିକୁ ସମୃଦ୍ଧ କରେ ମଞ୍ଚ, ଏଇ ମଞ୍ଚ ଆଗାମୀ ଦିନରେ ଅନେକ କଳାକାରଙ୍କୁ ସୃଷ୍ଟି କରିବ ବୋଲି ବକ୍ତବ୍ୟ ରଖିଥିଲେ l ସେହିପରି ଉମା ପଞ୍ଚାୟତ ସରପଞ୍ଚ ଦୌଲଥ ପାଣ୍ଡେ, କବି ବଂଶୀଧର ମାଝୀ, ଆଦିବାସୀ ସଙ୍ଘ ସଂପାଦକ ବିବଛ ଭୋଇ, ଚିତ୍ରଶିଳ୍ପୀ ସୁବନେଶ୍ୱର ଭୋଇ, ସୁଦାମ ଚରଣ ଭୋଇ, ସମିତି ସଭ୍ୟ ପ୍ରତିନିଧି ଗୁଞ୍ଜୁରୁ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଅବସରରେ କବି ବଂଶୀଧର ମାଝୀଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l
ସୁଶାନ୍ତ ବାରିକ ଅତିଥି ପରିଚୟ ଓ ଯୁବରାଜ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ l ପରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଲୋକେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ରଙ୍ଗାରଙ୍ଗ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମରେ ଶଙ୍କର୍ଷଣ ସାହୁ ଓ ତପନ ସାହୁ ଉଦଘୋଷାକ ଭାବେ ମଞ୍ଚ ପରିଚାଳନା କରିଥିଲେ l ଜିତେନ୍ଦ୍ର ଭୋଇ, ଶଶିକାନ୍ତ ଠେଲା, ନବୀନ ଠେଲା, ଶରତ ଭୋଇ, ରମାକାନ୍ତ ଠେଲା, ୟୁବୋଦୟ ୟୁଥ କ୍ଲବର ସମସ୍ତ ସଦସ୍ୟ ଏବଂ ଫଟାମୁଣ୍ଡା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
0 Comments