ଚୈତନ୍ୟ ସାହୁ ସ୍ନାତକ ବିଜ୍ଞାନ କଳା ମହାବିଦ୍ୟାଳୟ ରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଆଠଗଡ / କଟକଜିଲ୍ଲା ତିଗିରିଆ ବ୍ଲକ୍ ଅନ୍ତର୍ଗତ ନୂଆପାଟଣା ର ଚୈତନ୍ୟ ସାହୁ ସ୍ନାତକ ବିଜ୍ଞାନ କଳା ମହାବିଦ୍ୟାଳୟ ରେ ମୋ କଲେଜ ଅଭିଯାନ ଆନୁକୁଲ୍ୟରେ ରେ କଲେଜ ପରିସର ମଧ୍ୟରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି କଲେଜ ପରିସର  ସଫେଇ  କରିଥିଲେ ଓ ସମସ୍ତ ଅଳିଆ ଆବର୍ଜ୍ଜନା କୁ ସଫା କରିବା ସହିତ ଉକ୍ତ କଲେଜ ପରିସର ମଧ୍ୟରେ ଥିବା ଅଳିଆ ସଫାକରିଥିଲେ ।  ମହାବିଦ୍ୟାଳୟର ଅଧ୍ୟକ୍ଷ  ଶ୍ରୀ ଯୁକ୍ତ ଜଗବନ୍ଧୁ ଦାସଙ୍କ ନେତୃତ୍ବରେ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ କଲେଜ ଅଭିଯାନ ର ସଂଯୋଜକ -ବିଜୟ କୁମାର ମିଶ୍ର ସଭ୍ୟ-ସରୋଜ କିଶୋର ପାଣୀଗ୍ରାହି,

ହିମାଂଶୁ ଶେଖର ରାଉତ, ଶୁଭେନ୍ଦୁ କୁମାର ସାହୁ, ପୂର୍ବତନ ଛାତ୍ର ରାଜା ସାମଲ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ହୃଦାନନ୍ଦ ରାଉତ ଓ କଲେଜ ର ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଏଥିସହ ପ୍ରମୁଖ ଛାତ୍ରଛାତ୍ରୀ


ମହମ୍ମଦ ମୋଜିବୁଲ୍ ହକ୍, 

ବିବେକାନନ୍ଦ ସାହୁ,

ମହମ୍ମଦ ସୋଲେମାନ୍,

 ଶ୍ରୀଧର ରାଉତ,କଳ୍ପନା ଖଟୁଆ,ନମିତା ସେନାପତି, ବିଜୟଲକ୍ଷ୍ମୀ ଦାସ ଓ ଅନ୍ୟ ଛାତ୍ର ଛାତ୍ରୀ ମାନେ ସଫେଇ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ


ଆଠଗଡରୁ ମହେଶ ଦାସ ଙ୍କ ରିପୋର୍ଟ ।

Post a Comment

0 Comments