ସକାଳର ଖବର, ୦୪-ନଭେମ୍ବର-୨୦୨୨, ଶୁକ୍ରବାର

 



➡️୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ପକ୍ଷରୁ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଦେଲେ ଉଦବୋଧନ l


➡️୨-ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ଯୋଗାଇ ଦେବା ଲାଗି କଟକ, ଭୁବନେଶ୍ବର ଓ ପୁରୀ ସମେତ ୪୦ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ହେଲା ଆରମ୍ଭ l ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।


➡️୩-ଆଜିଠାରୁ ଝାରସୁଗୁଡ଼ା ଦେଇ ଏଲାୟନ୍ସ ଏୟାର ବିମାନର ହେବ ପରୀକ୍ଷାମୂଳକ ଉଡ଼ାନ l ଏହା ସଫଳ ହେଲେ ଝାରସୁଗୁଡ଼ା ରୁଟ୍‌ରେ ଦ୍ୱିତୀୟ ବିମାନ ହେବ।


➡️୪-ଇଭିଏମ୍‌ରେ ସିଲ୍‌ ହେଲା ଧାମନଗର ପ୍ରାର୍ଥୀଙ୍କ ଭାଗ୍ୟ, ମୋଟ ୬୬.୬୩% ମତଦାନ, ଆସନ୍ତା ୬ ତାରଖରେ ହେବ ଗଣତିl


➡️୫-୧୪୧ଟି କୋଇଲା ଖଣିର ସର୍ବ ବୃହତ ନିଲାମର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ l 


➡️୬-କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (EPFO) ଗ୍ରାହକଙ୍କ ପେନ୍‌ସନ୍‌କୁ ମାସିକ ୧୦୦୦ ରୁ ବୃଦ୍ଧି କରିବାକୁ ଶ୍ରମ ମନ୍ତ୍ରଣାଳୟର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସରକାର l


➡️୭-ରାଉରକେଲା ମହାନଗର ନିଗମ ରେ ନିମ୍ନମାନର ଖାଦ୍ୟ ବିକ୍ରି ଯୋଗୁଁ ୭୧ଜଣ ଫାଷ୍ଟ୍‌ଫୁଡ୍‌ ଦୋକାନିଙ୍କ ଠାରୁ ୩୫ ହଜାର ଟଙ୍କା ଜରିମାନା ହେଲା ଆଦାୟ l


➡️୮-ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ଯୋଗୁଁ ଗୌତମବୁଦ୍ଧ ନଗରରେ ପ୍ରଥମରୁ ୧୦ମ ଶ୍ରେଣି ପର୍ଯ୍ୟନ୍ତ ପିଲାଙ୍କର ପାଠପଢା ଅନଲାଇନରେ କରାଯିବ l


➡️୯-ସମ୍ବଲପୁର ଜିଲ୍ଲରେ ଆସନ୍ତା ୨୫ତାରିଖ ରୁ ରବି ଧାନ ହେବ ସଂଗ୍ରହ l


➡️୧୦-ବୋରୋପ୍ଲସ୍ କ୍ରିମ୍‌ର ନୂଆ ବ୍ରାଣ୍ଡ ଆମ୍ଵାସାଡାର ହେଲେ ଅକ୍ଷୟ କୁମାର l


➡️୧୧-ଚର୍ଚ୍ଚାରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନିୟମ । କମ୍ପାନୀରୁ ହଟିପାରନ୍ତି ୫୦ପ୍ରତିଶତ କର୍ମଚାରୀ l


➡️୧୨-ଦେଶରୁ ୯୦୦୦ କୋଟି ଟଙ୍କାର ଠକେଇ କରି ଇଂଲଣ୍ଡରେ ଆତ୍ମଗୋପନ କରିଥିବା ପଳାତକ ବିଜୟ ମାଲ୍ୟାଙ୍କୁ ଲାଗିଲା ଝଟକା, ସୁପ୍ରିମକୋର୍ଟରେ ମାମଲା ଲଢ଼ିବାକୁ ମନା କରିଦେଲେ ଓକିଲ ।


➡️୧୩-ଚଳିତ ଡିସେମ୍ବର ମାସ ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟ ରେ ହେବାକୁ ଥିବା ଗୁଜୁରାଟ ନିର୍ବାଚନ ପାଇଁ ଆସନ୍ତା ରବିବାର ଦିନ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l


➡️୧୪-କାନାଡ଼ା ପ୍ରଥମ ଥର ପାଇଁ ସରକାରୀ ଭାବେ ଚଳିତ ନଭେମ୍ବର ମାସ ତମାମ ରାଷ୍ଟ୍ରୀୟ ହିନ୍ଦୁ ଐତିହ୍ୟ ମାସ ଭାବେ ପାଳନ କରିବାକୁ ନେଲା ନିଷ୍ପତ୍ତି l


➡️୧୫-5ଜି ପାଇଁ ଲଣ୍ଡନରେ ଜିଓକୁ ମିଳିଲା ପ୍ରତିଷ୍ଠିତ ‘କ୍ଲାଉଡ୍ ନେଟିଭ୍ ଆୱାର୍ଡ’ l


➡️୧୬-ଆଖି ବୁଜିଲା ଆଫ୍ରିକାର ସବୁଠୁ ବଡ଼ ମାଇ ହାତୀ ‘ଦିଦା’ । କେନିଆର ଟିସାଭୋ ଇଷ୍ଟ ନ୍ୟାସନାଲ ପାର୍କରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛି । ମୃତ୍ୟୁ ବେଳକୁ ତାକୁ ୬୦ରୁ ୬୫ ବର୍ଷ ହୋଇଥିଲା।


➡️୧୭-ସୁଧୁରୁନି ଉତରକୋରିଆ, ଲଗାତାର କରୁଛି ବାଲେଷ୍ଟିକ ମିସାଇଲ ପରୀକ୍ଷଣ । ସ୍ଥିତିକୁ ଦେଖି ଜାପାନରେ ହେଲା ହାଇ-ହାର୍ଲଟ ଜାରି l


➡️୧୮-ପାକିସ୍ତାନ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ହେଲା ଗୁଳିମାଡ଼ l


➡️୧୯-‘ଟି-୨୦ ବିଶ୍ୱ କପ୍‌ରେ ଭାରତକୁ ହରାଇଲେ ଜିମ୍ବାୱେ ନାଗରିକଙ୍କୁ ବିବାହ କରିବେ ବୋଲି ପାକିସ୍ତାନ ଅଭିନେତ୍ରୀ ଶେହର ଶିନୱାରୀ ଦେଲେ ଅଫର l ନଭେମ୍ବର ୬ ତାରିଖରେ ଜିମ୍ବାୱେ-ଭାରତ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।


➡️୨୦-ଆଇସିସି ଟ୍ବେଣ୍ଟି-୨୦: ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ l ପାକିସ୍ତାନର ସେମି ଆଶା ବଜାୟ l


*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*


*ଆଜି ଉତ୍ଥାନ ଏକାଦଶୀ ।।*

*ଆଜି ଝରା କଲମ ଦିବସ ।।*


          *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

                *ll ଶୁଭ ସକାଳ,ସୁପ୍ରଭାତ ll*

Post a Comment

0 Comments