ଅଖିଳ ଭାରତୀୟ ଗ୍ରାମୀଣ କ୍ଷେତ ମଜଦୁର ସଭା ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ

 କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ 



ରାମନାଗୁଡା:-- ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା  ତରଫରୁ ରାୟଗଡା ଜିଲ୍ଲା ରାମନlଗୁଡ଼ା ବ୍ଲକ ଅନ୍ତର୍ଗତ  ଗୁଲୁଣ୍ଠି ପଞ୍ଚାୟତ ର ତାମିଲ୍ ଗୁଡା ଠାରେ ପ୍ରଥମ ବ୍ଲକ ସ୍ତରୀୟ ସମ୍ମିଳନୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ ର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ,ଚାଷୀ ନେତା ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ ହରିଶ୍ଚନ୍ଦ୍ର ନିର୍ମାଲ୍ୟ, ମାଧବ ନିମାଲା, ମୋଜେସ ବିଡ଼ିକା ,ଶୁକ ଦେବ ମାଣ୍ଡାଙ୍ଗି, ଚାଣ୍ଟି ମାଣ୍ଡାଙ୍ଗି, ବୃନ୍ଦାବନ ବିଡ଼ିକା ପ୍ରମୁଖ ମଞ୍ଚାସିନ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ସମେତ ସାଧାରଣ ଲୋକ ଏହି ସମ୍ମିଳନୀରେ ଯୋଗ ଦେଇ ଦେଶରେ ଗ୍ରାମୀଣ ଯେତ ମଜଦୁର ମାନକଂ ର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ ରହୁଥିବା କ୍ଷେତ ମଜଦୁର ମାନକଂ ର ରହିବାକୁ ସ୍ଥାୟୀ ବ୍ୟବସ୍ଥା  ନଥିବା ସହ  ରୋଜଗାର ର ଅଭାବ କମ ମଜୁରୀ  ଦରଦାମ  ବୃଦ୍ଧି ଭିତରେ କ୍ଷେତ ମୁଲିଆ ଆଜି ଜର୍ଜରିତ l ପ୍ରତେକ ଗରିବ ଯେତ ମୁଲିଆମାନକଂ ର ସାମାଜିକ ସୁରକ୍ଷା ଆଜି ବିପନ୍ନ। ସରକାର ସମସ୍ତଙ୍କ ଲାଗି ସାମାଜିକ ସୁରକ୍ଷା ନାମର ମାତ୍ର ୫୦୦ ଟକାଂ ଧରାଇ ଦେଇ ବା ବା ନେବା ରେ ବ୍ଯସ୍ତ ବୋଲି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଥିବା ଅତିଥି ମତବ୍ୟକ୍ତ କରିଥିଲେ ସେହିପରି

          ଉକ୍ତ ସମ୍ମିଳନୀ ରେ ୩୮ ଜଣକୁଂ ନେଇ ବ୍ଲକ କମିଟି ଗଠନ କରାଯିବା ସହ  ହରିଶ୍ଚନ୍ଦ୍ର ନିମାଲା (ସଭାପତି) ମୋଜେସ ବିଡିକା - କୁଂ ସମ୍ପାଦକ  ଭାବେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ଚଳିତ ବର୍ଷ ନଭେମ୍ବର ମାସ ୧୪ ଓ ୧୫ ତାରିଖରେ ହେବାକୁ ଥିବା  ସର୍ବ ଭାରତୀୟ ସମ୍ମିଳନୀ କଲିକତା ର ହୁଗୁଳି ନିକଟ ଚଦଂନ ନଗର  ଅନୁଷ୍ଠିତ ହେବ।ଏହାକୁ ସଫଳ କରିବା ସହ ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଘର କରି କରି ରହୁଥିବା କ୍ଷେତ ମଜଦୁର ମାନକଂ ଉପରେ ବୁଲ ଡୋଜର  ଓ ଫାଶୀବାଦ ଆକ୍ରମଣ ବଦଂ କରିବା ,ସମସ୍ତ କ୍ଷେତ ମଜଦୁର ମାନକୁଂ ରେସନ୍ କାର୍ଡ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ  ଦେବା ,କେନ୍ଦ୍ର ସରକାର ଙ୍କ ଜଂଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବଦଂ କରିବା ,ସମସ୍ତ କ୍ଷେତ ମଜଦୁର ମାନକୁଂ ଶିକ୍ଷା  ସ୍ୱାସ୍ଥ୍ୟ  ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଗାଇବା ,ରାମନlଗୁଡ଼ା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର  ଆଡାମଗୁଡା ,ଆଚବା ,ଗୋଟା , କେରାଣ୍ଡି ଗୁଡା  ଗାଁ ରେ ଭୋଗଦଖରେ ରହିଥିବା ଜମି  କୁ ଆନ୍ଧ୍ର ପ୍ରଦେଶର ଜମିଦାର ମାନେ ବେନାମୀ ଦଲିଲ୍ ରଧ୍ୟ କରିବା ସହ ପିରିଗୁଡା ମୌଜା ର ଲାଉଗୁଡା ନିକଟ ରେ  ଓଡିଶା ବୋଡର ରହିଥିବା ପ୍ରାୟ ୫୦ ଏକର ଜମି ଉପରେ ଆନ୍ଧ୍ର ପ୍ରଦେଶ ଦଖଲ କରିବା ଜମି ଲାଉଗୁଡା ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରିବା ସହିତ ,ସମସ୍ତ ଯେତ ମୁଲିଆମାନକୁଂ ଜବ କାର୍ଡ ଯୋଗାଇ ଦେବା ଓ ବର୍ଷ କୁ ୨୦୦ ଦିନ କାମ ଦୈନିକ ୬୦୦ ଟକାଂ ଯୋଗାଇ ଦେବା ,ପ୍ରତ୍ୟେକ ବାର୍ଦ୍ଧକ୍ଯ-ବିକଳାଙ୍ଗ କ୍ଷେତ ମୁଲିଆମାନକୁଂ ମାସକୁ ତିନି ହଜାର  ଟକାଂ ପଞ୍ଚାୟତ କାର୍ଯ୍ୟାଳୟ ରେ ପେନସନ  ,ସମସ୍ତ ଯେତ ମୁଲିଆମାନକୁଂ ୨୦୦  ୟୁନିଟ୍ ବିଦ୍ୟୁତ୍  ମାଗଣା ରେ ଯୋଗାଇବା

,ସମସ୍ତ ଯେତ ମୁଲିଆମାନକୁଂ ଜଗଂଲ ଜମି -ଘର ଡିହ ପଟା ଯୋଗାଇ ଦିଆଯିବା ,ରାମନlଗୁଡ଼ା ବ୍ଲକ ରେ କାଟିକି ,ଲାଉଗୁଡା, କୋପିରିଗୁଡା ସୁଲୁଡି ପାକା ରେ ରହିଥିବ ସିଂଲି ଜମି ଗୁଡ଼ିକୁ ଆନ୍ଧ୍ରପ୍ରଦେଶ ର ଜମିଦାରମାନେ ବେନାମୀ ଭାବେ ନେଇଛନ୍ତି ଏହାକୁ ବାହାର କରି ଆଦିବାସୀ ମାନଙ୍କ ମଧ୍ୟରେ  ବଣ୍ଟନ କରିବା ନିମନ୍ତେ ଉପରୋକ୍ତ ଦାବି ଗୁଡ଼ିକ ନେଇ ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।

Post a Comment

0 Comments