ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ 2:11:22(ବାସୁଦେବ ଷାଣ୍ଢ ) ବେଆଇନ କାଠ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି l ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରେଞ୍ଜ ଅଧୀନ ନାରାୟଣପ୍ରସାଦ ସେକ୍ସନ ଲୁଣ୍ଡୁରୁ ବାହାଲ ଗ୍ରାମର ଏକ ପରିତ୍ୟକ୍ତ ବିଜୁପକ୍କାଘରୁ 30 ଗୋଟି ଶାଳକାଠ ଓ 4 ଟି କରତ ଜବତ କରିଛି l ଯାହାର ଆନୁମାନିକ ମୂଲ୍ୟ 30 ହଜାର ଟଙ୍କା ହେବ ବୋଳି ବନବିଭାଗ ପକ୍ଷରୁ ପ୍ରକାଶ l ଏହି ଚଢାଉରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ ସୁଶ୍ରୀ କ୍ଷିରାବ୍ଧି ପ୍ରଧାନଙ୍କ ନେତୃତ୍ୱ ରେ ନାରାୟଣ ପ୍ରସାଦ ବନପାଳ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ,ଘଣ୍ଟାପଡ଼ା ବନପାଳ ଚନ୍ଦ୍ରଶେଖର ଦାସ,ବନରକ୍ଷୀ ଆଶିଷ ମେହେର, ଓମ ପ୍ରକାଶ ନାୟକ, ଭକ୍ତ ଭୋଇ ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ପ୍ରକାଶ ଯୋଗ୍ୟ ଯେ ପରିତ୍ୟକ୍ତ ବିଜୁପକ୍କା ଘର ଟି ବଡ଼ ଭୋଇ ଙ୍କର l କିନ୍ତୁ କୌଣସି କାରଣ ନେଇ ସେ ଏଠାରେ ନ ରହି ଅନ୍ୟ ଗ୍ରାମରେ ରହୁଛନ୍ତି l ଫଳରେ ଉକ୍ତ ଘର ଟି ପରିତ୍ୟକ୍ତ ଅବସ୍ଥାରେ ରହିଛି l ଏହାର ସୁଯୋଗ ନେଇ କାଠ ବେପାରୀ ନିଜ ଆଡ୍ଡାସ୍ଥଳୀ ରୂପେ ବ୍ୟବହାର କରୁଛନ୍ତି l ବର୍ତ୍ତମାନ ସୁଦ୍ଧା ବନବିଭାଗ କାହାରିକୁ ଗିରଫ କରିନାହିଁନ୍ତି l ତଦନ୍ତ ଚାଲୁଥିବା ନେଇ ପ୍ରକାଶ କରିଛନ୍ତି l ବନାଞ୍ଚଳ ଅଧିକାରୀ ସୁଶ୍ରୀ ପ୍ରଧାନ l
0 Comments