କଣ୍ଟାମାଳ ରେଞ୍ଜ ଅନ୍ତର ଗତ ମିଳିକୁଦ ତେଲ ନଦୀ କୂଳରେ 13 ଟିକିଆ ହାତୀ ପଲ l


 ବୌଦ୍ଧ କଣ୍ଟାମାଳ :( ବାସୁଦେବ ଷାଣ୍ଢ ) ତା:8:11:22:ରିଖ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରେଞ୍ଜ ମିଳିକୁଦ ତେଲ ନଦୀ କୂଳରେ ଥିବା ଜଙ୍ଗଲ ରେ ହାତୀ ପଲ ଦେଖିବା କୁ ମିଳିଛି l ଗତକାଲି ରାତିରେ ସ୍ଥାନୀୟ ସୁନାଦେଇ ଜଙ୍ଗଲ ରୁ ହାତୀ ପଲ ବାହାରି ତେଲ ନଦୀ ପାର ହେବାକୁ ଚେଷ୍ଟା କରିଥିଲେ l ହେଲେ ଲୋକ ଗହଳି ଯୋଗୁଁ ନଦୀ ପାରନହୋଇପାରି ସ୍କୁଲ ପାଖରେ ଥିବା ଜଙ୍ଗଲ ରେ ଛପି ରହିଛନ୍ତି l ଏହି ହାତୀ ପଲ ରେ ଚାରିଟି ହାତୀ ଛୁଆ ଥିବା ଦେଖିବାକୁ ମିଳିଛି l

ଏହି ହାତୀ ପଲ ଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି l ବନବିଭାଗ କର୍ମଚାରୀ  ପହଞ୍ଚି  କିଛି ଗ୍ରାମ ବାସୀ ଙ୍କ ସହ ମିଶି ହାତୀଙ୍କୁ ଘୁଉଡାଇବାକୁ ଚେଷ୍ଟା କରିଥିଲେ l   ପରେ ସେଠାକୁ ସ୍ଥାନୀୟ ପୋଲିସ ପହଞ୍ଚି ଲୋକ ଙ୍କ ଗହଳି ଭାଙ୍ଗି ବାକୁ ଚେଷ୍ଟା କରିଥିଲା l ହେଲେ ହାତୀ ଙ୍କୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ର ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଲୋକ ଙ୍କ ଭିଡ଼ ଦେଖି ହାତୀ ପଲ ସନ୍ଦ୍ୟା ୬ ଟା ପ୍ରଯନ୍ତ ସ୍କୁଲ ପାଖ ଜଙ୍ଗଲ ରୁ ବାହାରି ନଥିଲେ l

Post a Comment

0 Comments