ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ ରେ ଆଠଗଡ କଂଗ୍ରେସ ତରଫରୁ ଶୋକ ସଭା

 ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ଏକାଦଶାହ ରେ ଆଠଗଡ କଂଗ୍ରେସ ତରଫରୁ ଶୋକ ସଭା 


ବରିଷ୍ଠ କଂଗ୍ରେସ ନେତ୍ରୀ ପୂର୍ବତନ ସାଂସଦ ତଥା ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ଧର୍ମପତ୍ନୀ √ ଜୟନ୍ତୀ ପଟ୍ଟନାୟକ ଙ୍କ ଏକାଦଶାହ ଅବସରରେ ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଶନିବାର ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ବିଧାୟକ ତଥା 


ଆଠଗଡ କଂଗ୍ରେସର ବିଶିଷ୍ଟ ନେତା ଉମାବଲ୍ଲଭ ରଥଙ୍କ ତତ୍ୱବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ସ୍ଥାନୀୟ ଭାଗିରଥି ସହରରେ ତିଳ ତର୍ପଣ ହୋଇଥିଲା।ଦଳୀୟ ନେତା ଉମାବଲ୍ଲଭ ଙ୍କ ନେତୃତ୍ୱରେ ସ୍ଥାନୀୟ ନେତା ଓ ଦଳୀୟ କର୍ମୀମାନେ ତିଳ ତର୍ପଣ ସାରି ଦଳୀୟ କାର୍ଯ୍ୟାଳୟରେ ଅବସ୍ଥାପିତ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକଙ୍କ ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଜୟନ୍ତୀ ପଟ୍ଟନାୟକ କେବଳ କଂଗ୍ରେସର ନେତ୍ରୀ ନଥିଲେ,ସେ ଜଣେ ଜନନେତ୍ରୀ ଥିଲେ ବୋଲି ଶ୍ରୀ ରଥ କହିଥିଲେ।ସେ କେବଳ ଜଣେ ନେତ୍ରୀ ନଥିଲେ,ଏକାଧାରରେ ନେତ୍ରୀ,ସମାଜସେବୀ,ଲେଖିକା,ଓ ସମ୍ପାଦିକା ଥିଲେ ବୋଲି ପ୍ରକାଶ କରି ଆଠଗଡ ପ୍ରତି ସ୍ବର୍ଗତ ଜୟନ୍ତିଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କ ବିୟୋଗ ଆଠଗଡ କଣ, ଓଡ଼ିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୋହଭରା କଣ୍ଠରେ ବର୍ଣ୍ଣନା କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ।ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ବର୍ଷୀୟାନ ଶ୍ରମିକ ନେତା ଉତ୍କଳ ଭୂଷଣ ରାଉତରାୟ ଯୋଗଦେଇ ଜୟନ୍ତୀଙ୍କ ବହୁବିଧ ବ୍ୟକ୍ତିତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ।ସେ କେବଳ ଓଡ଼ିଶାର ନେତ୍ରୀ ନଥିଲେ, ସର୍ବଭାରତୀୟ ସ୍ତରରେ ତାଙ୍କର ସୁନାମ ଥିଲା ବୋଲି କହିଥିଲେ। ଏହାପରେ ସ୍ଥାନୀୟ ଡାକ୍ତରଖାନାକୁ ଯାଇ ଶ୍ରୀ ରଥ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ  ଆଠଗଡ ନଗର କଂଗ୍ରେସ ସଭାପତି ସୋମନାଥ ଭକ୍ତା,


ବ୍ଲକ୍ କଂଗ୍ରେସ କମିଟି ସଭାପତି ସୁଦର୍ଶନ ସାହୁ ,ସଭାପତି, ବ୍ଲକ କଂଗ୍ରେସ କମିଟି,  ଆଶୁତୋଷ ବରାଳ, ବ୍ଲକ କଂଗ୍ରେସ କମିଟି ଟାଙ୍ଗୀ, ଲକ୍ଷ୍ମୀପ୍ରିୟା ନାୟକ

ସଭାନେତ୍ରୀ, ମହିଳା କଂଗ୍ରେସ, ଆଠଗଡ଼ ବ୍ଲକ, 

ମନୋରଞ୍ଜନ ପଟ୍ଟନାୟକ(ବଣ୍ଟି), ଆଠଗଡ କାଉନସିଲର ତଥା ଉପ ସଭାପତି, ଜିଲା ଯୁବ କଂଗ୍ରେସ, କଟକ, ବିକ୍ରମ ରାୟ ସାମନ୍ତ

ସଭାପତି, ଆଠଗଡ଼ ଯୁବ କଂଗ୍ରେସ ସୌମ୍ୟ ରଂଜନ ବର୍ମା,


ସଭାପତି, ଛାତ୍ର କଂଗ୍ରେସ, ଆଠଗଡ଼,ପୂର୍ବତନ ସରପଂଚ ସୁନିଲ ସୁତାର,ପ୍ରକାଶ ଚନ୍ଦ୍ର ପୁହାଣ,ଅଶୋକ ପ୍ରଧାନ,ସୁରେଶ କୁମାର ପରିଡ଼ା, ମିନିଷ୍ଟର ପ୍ରଧାନ,ଗଦାଧର ପ୍ରଧାନ,ଅମୂଲ୍ୟ ସାମନ୍ତରାୟ,ମନୋରଞ୍ଜନ ଦାଶ,ସୌମ୍ୟସ୍ ରଥ,ପ୍ରତାପ ପରିଡ଼ା,ତ୍ରିଲୋଚନ ବେହେରା,ରମେଶ ସାହୁ,ସଞ୍ଜୟ ମହାନ୍ତି,ଶ୍ରୀନିବାସ ବାରିକ,ସମ୍ବିତ ଦଳେଇ,ପ୍ରଶାନ୍ତ ବେହେରା ପ୍ରମୁଖ ଶତାଧିକ କଂଗ୍ରେସ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments