ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 https://m.facebook.com/story.php?story_fbid=pfbid02kFoHg4M3wHtq8pu8iP7Bg3j6zMotyxGeZMpRJaqAgB4EFWb72ZUC2mx1t9uwo9UZl&id=100081456283470






ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 


 ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ନୂଆଗାଁ ବ୍ଲକ୍ ପ୍ରଶାସନ ଦ୍ବାରା ସମସ୍ତ ପଂଚାୟତ ରେ ସକାଳୁ ସକାଳୁ ରାମଧୁନ ସଙ୍ଗୀତ ଗାନ କରାଯିବା ସହ ପ୍ରଚାର କରା ଯାଇଥିଲା। ଏହା ପରେ ନୂଆଗାଁ ବ୍ଲକ୍ ର ବିଡ଼ିଓ ପ୍ରମୋଦ କୁମାର ନାୟକ ଓ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଙ୍କ ନେତୃତ୍ୱରେ ବ୍ଲକ୍ ପରିସରରେ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ସବୁ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ ହୋଇଥିଲା। ସରପଞ୍ଚ ମାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଗ୍ରାମ ସଭାରେ ବ୍ଲକ୍ ରୁ ଆସିଥିବା ନୋଡାଲ ଅଧିକାରୀ,  ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ, ଲୋକ ପ୍ରତିନିଧି ଓ ଜନ ସାଧାରଣ ଗଣ ଯୋଗ ଦେଇଥିଲେ।



ଆଜିର ଗ୍ରାମ ସଭାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନ ରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବାର୍ଷିକ କାର୍ଯ ଖସଡ଼ା ଓ ଶ୍ରମ ଅଟକଳ ପ୍ରସ୍ତୁତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରା ଯାଇଥିଲା। ଆଜିର ଗ୍ରାମ ସଭାରେ ଗ୍ରାମ ପଞ୍ଚାୟତ ଯୋଜନା ଟିମ୍ ଗଠନ କରାଯିବା ସହ , ସମସ୍ତ ରାଜସ୍ୱ ଗ୍ରାମରେ ହେବାକୁ ଥିବା ପଲ୍ଲୀ ସଭା ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା। ସେହିପରି ସ୍ୱଚ୍ଛ ଭାରତ ମିଶନ ଅଭୀଯାନ ମାଧ୍ୟମରେ ବିଭିନ୍ନ ପଞ୍ଚାୟତରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ବାହାଡ଼ଝୋଲା ଓ ହରିପୁର ଗ୍ରାମ ପଞ୍ଚାୟତ ର ଗ୍ରାମ ସଭାରେ ନୋଡାଲ ଅଧିକାରୀ ଭାବେ ନୂଆଗାଁ ବ୍ଲକ୍ ଏପିଓ ଅମରେନ୍ଦ୍ର ସାହୁ ଯୋଗ ଦେଇ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ବିଷୟ ରେ ଲୋକ ମାନଙ୍କୁ ସଚେତନ କରାଇ ଥିଲେ। ବାଲ୍ୟ ବିବାହ ପ୍ରଥା ଓ କନ୍ୟା ଭ୍ରୁଣ ହତ୍ୟା କୁ ରୋକିବା ନିମନ୍ତେ ସଚେତନ ହେବା ପାଇଁ ଏପିଓ ଶ୍ରୀ ସାହୁ ସମସ୍ତଙ୍କୁ କହିଥିଲେ।

Post a Comment

0 Comments