ଆଠଗଡ/ ନରସିଂହପୁର ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ମାଇ ବାରହା କୁ ବନ ବିଭାଗ ଓ ଦମକଳ ବାହିନୀର ମିଳିତ ଉଦ୍ୟମରେ ଉଦ୍ଧାର କରା ଯାଇ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି। ଗତ କାଲି ବିଳମ୍ବିତ ରାତ୍ରି ରେ ତହସିଲ କାର୍ଯ୍ୟାଳୟ ଆଖ ପାଖ ଅଞ୍ଚଳରେ ଏହି ବାରହା ଟି ବୁଲୁଥିବା ବେଳେଏହି ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା କୁହା ଯାଉଛି। କୂଅ ଉପରେ କୌଣସି ଢ଼ାଙ୍କୁଣୀ ନଥିବାରୁ କୂଅରେ ବାରହା ଟି ପଡି ଯାଇଥିଲା।
ତେବେ ଗୁରୁବାର ସକାଳୁ ଖବର ପାଇ ନରସିଂହପୁର ପୂର୍ଵ ବନ ବିଭାଗ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପରିତ୍ୟକ୍ତ କୂଅରୁ ବାରହା କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବାରହା ଟି ସୁସ୍ଥ ଥିବା ଦେଖିବା ପରେ ଜଙ୍ଗଲ ରେ ଛାଡି ଦିଆଯାଇଛି ବୋଲି ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜର ପ୍ରଫ୍ଫୁଲ ଦେହୁରୀ ସୂଚନା ଦେଇଛନ୍ତି।
0 Comments