ନୂଆଗାଁରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ
ଆଜି ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ମଧ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ସମସ୍ତ ପଂଚାୟତର ନିର୍ବାହୀ ଅଧିକାରୀ, ସିଡିପିଓ ଶୁଭ୍ରାକେଶି ମଲ୍ଲିକ, ପଂଚାୟତ ସଂପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ ଏବଂ ଶିକ୍ଷା ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ତେବେ ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।
0 Comments