ଫନି ସହାୟତା ଓ ଗୋଚର ଜମି ଜବର ଦଖଲ ପ୍ରତିବାଦରେ ଆଠଗଡ ତହସିଲ କାର୍ଯ୍ୟାଳୟ ଘେରାଉ.


 ୨୦୧୯ ମସିହାରେ ହୋଇଥିବା ବାତ୍ୟା ଫନି କୁ ବିତିଲା ୪ ବର୍ଷ। ହେଲେ,ମିଳିପାରିଲା ନାହିଁ ବିପନ୍ନ ଙ୍କୁ ଫନି ସହାୟତା.। ଏହାକୁ ବିରୋଧ କରି ସମାଜସେବୀ ତଥା ଆଠଗଡ ଯୁବ ସଂଗଠକ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ  ଆଜି କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼  ତହସିଲଦାରଙ୍କ କାର୍ଯ୍ୟାଳୟକୁ  ଘେରାଉ କରିବା ସହ     ପ୍ରତିବାଦ ସଭା କରିଥିଲେ। ଆନ୍ଦୋଳନକାରୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟସ୍ଥ ଶ୍ରୀ ବାରିକଙ୍କ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ଯାଇ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ଯୁବ ସଂଗଠକ ଶ୍ରୀ ଅଭୟ  ବାରିକ   ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଘଟଣାର ଖୁଲାଶା କରିବା ପରେ ଘଟଣାର ଖୋଳତାଡ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ,  ଆଠଗଡ଼ ବ୍ଲକର  କୁମାରପୁର ଓ ଗୋବରା ପଂଚାୟତ ର ବହୁ ପରିବାରକୁ ଅଦ୍ୟାବଧି ମିଳି ପାରିନି ଫନି ସହାୟତା.। ସେପଟେ  କ୍ଷମତାର ଅପବ୍ୟବହାର ପରି ୩୮ ଏକର  ଗୋଚର ଜମି କୁ  ନି ର୍ଦ୍ଦି ଷ୍ଟ ଏକ ଦଳର ପୂର୍ବତନ ବ୍ଲକ ଅଧକ୍ଷ ଜବର ଦଖଲ ରେ ରଖି  ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି.।

ଯାହା ସମ୍ପୂର୍ଣ ଆଇନ ବରୋଧ.ଏହାକୁ ନେଇ ବିଭିନ୍ନ ସମୟରେ ଆଠଗଡ଼ ତହସିଲଦାର ଙ୍କୁ ଲିଖିତ ଓ଼ ମୌଖିକ ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।  ଫନି ବିପନ୍ନ ଙ୍କୁ ମଧ୍ୟ ଅଦ୍ୟାବଧି କୌଣସି ସହାୟତା ମିଳିପାରିଲା ନାହିଁ।. ଯାହାକୁ ବିରୋଧ କରି ଆଜି ଶତାଧିକ ହିତାଧିକାରୀ ତହସିଲ କାର୍ଯ୍ୟାଳୟକୁ  ଘେରାଉ.କରିବା ସହ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତହସିଲଦାର ସତ୍ୟପ୍ରିୟ ଦାସ ଘଟଣା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିବା ସହ ଏକମାସ ଭିତରେ ବିପନ୍ନ ମାନଙ୍କୁ ଫନି ସହାୟତା ମିଳିବା ସହିତ ଗୋଚର ଜମି ଜବରଦଖଲ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ପ୍ରତିଶ୍ରୁତି ମୁତାବକ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଯୁବ ସଂଗଠକ ଶ୍ରୀ ବାରିକ ଚେତାବନୀ ଦେଇଛନ୍ତି। ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।

Post a Comment

0 Comments