ଆଠଗଡରେ କୁମାରୋତ୍ସବ ପାଳିତ

 https://youtu.be/x2DTrK1hPm8

ଆଠଗଡ କୁମାରୋତ୍ସବ ସମିତି ପକ୍ଷରୁ ସ୍ଥାନୀୟ ମହାବୀର ପ୍ଲାଜାରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପୁଲିନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ "ଫୁଲ ବଉଳବେଣୀ" କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ମୁଖ୍ୟ ଅତିଥି ଭାବେ ଆଠଗଡର ବିଶିଷ୍ଟ ଆଡ ତଥା ସାହିତ୍ୟ ସମାଜର ସଭାପତି ପ୍ରାଣକୃଷ୍ଣ ଦାଶ ଯୋଗଦେଇ ଆଠଗଡର ଐତିହ୍ୟ,କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନ ତରଫରୁ କୃତୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଉ ଥିବାରୁ ସେ ଅନୁଷ୍ଠାନର କର୍ମକର୍ତାଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟିକ ସ୍ଵର୍ଣ୍ଣ ରଥ,ସମ୍ମାନିତ ଅତିଥି ଭାବେ ଚାରୁଲତା ପ୍ରହରାଜ ଯୋଗଦେଇ କୁମାରପୂର୍ଣମିର ଉଦ୍ଦ୍ୟେ ଶ ଓ ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ।ସମ୍ପାଦିକା କଳ୍ପଲତା ଦାଶ ସଂପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଉପସଭାନେତ୍ରୀ ଦିପାଳି ଦାଶ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଏ ଏସ ପାଇଥିବା ଆଠଗଡ ସହରର ରିପସିତା ବେହେରାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟବ ଅବଦାନ ପାଇଁ ସୌଜନ୍ୟା ରଥ, ଶତରୁପା ମିଶ୍ର,ସ୍ଵର୍ଣ୍ଣ ରଥ,ଭବାନୀ ପ୍ରସାଦ ମିଶ୍ର,ଶୈଳବାଳା ଭୂୟାଁ,ସଂଜୀବନୀ ଦାସ ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରା ଯାଇଥିଲା।ନିରଜ ନଳିନୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments