ମନରେଗା ଶ୍ରମ ଅଟକଳ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଶିବିର*

 *ମନରେଗା ଶ୍ରମ ଅଟକଳ ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ ଶିବିର*



*୨ ଅକ୍ଟୋବର ରୁ ପ୍ରତି ପଞ୍ଚାୟତ ରେ ହେବ ଗ୍ରାମ ସଭା ଓ ପଲ୍ଲୀ ସଭା*


ନୂଆଗାଁ: ଗତ ସେପଟେମ୍ବର ୨୯ ତାରିଖ ଦିନ ନୂଆଗାଁ ବ୍ଲକ୍ ସଭା ଗୃହରେ ମନରେଗା ଯୋଜନାରେ ଆସନ୍ତା ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବାର୍ଷିକ କାର୍ଯ ଖସଡ଼ା ଓ ଶ୍ରମ ଅଟକଳ ପ୍ରସ୍ତୁତି ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଯାଇଅଛି।


ବିଡିଓ ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତ ର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, GRS, ସମସ୍ତ ଯନ୍ତ୍ରୀ ଓ ସମ୍ପ୍ରସାରଣ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ବାର୍ଷିକ କାର୍ଯ ଖସଡ଼ା ଓ ଶ୍ରମ ଅଟକଳ କିପରି ପ୍ରସ୍ତୁତ କରାଯିବ , ସେ ବିଷୟରେ ଏପିଓ ଅମରେନ୍ଦ୍ର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। October ୨ ତାରିଖ ଠାରୁ ଗ୍ରାମ ସଭା ଏବଂ ୩ ତାରିଖ ଠାରୁ ପଲ୍ଲୀ ସଭା ମାଧ୍ୟମରେ ମନରେଗା ଶ୍ରମ ଅଟକଳ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ନଭେମ୍ବର ୩୦ ତାରିଖ ମଧ୍ୟରେ ସାରିବାକୁ ଏପିଓ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ପଞ୍ଚାୟତର ସମସ୍ତ ରାଜସ୍ୱ ଗ୍ରାମ ରେ ପଲ୍ଲୀ ସଭା ଆୟୋଜନ କରି ସାମାଜିକ, ସମ୍ବଳ ଓ ଋତୁକାଳୀନ ମାନଚିତ୍ର ମାଧ୍ୟମରେ ଗାଁ ରେ ଆବଶ୍ୟକୀୟ ପ୍ରକଳ୍ପ ସବୁ ଚିହ୍ନିତ କରି ଗ୍ରାମ ସଭା ରେ ଅନୁ ମୋଦନ ପୂର୍ବକ ବାର୍ଷିକ କାର୍ଯ ଖସଡ଼ା ପ୍ରସ୍ତୁତ କରିବାକୁ ଏପିଓ ଶ୍ରୀ ସାହୁ ସମସ୍ତଙ୍କୁ ବୁଝାଇ କହିଥିଲେ। କାର୍ଯ ଖସଡ଼ା ପ୍ରସ୍ତୁତି ବେଳେ ୬୫% ପ୍ରାକୃତିକ ସମ୍ବଳ ଓ 60% କୃଷି ଭିତ୍ତିକ କାର୍ଯ ସ୍ଥାନିତ କରିବାକୁ ବିଡ଼ିଓ ପ୍ରମୋଦ କୁମାର ନାୟକ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ ଗ୍ରାମୀଣ ପାଠାଗାର, ପାର୍କ, ଆଦର୍ଶ ଖେଳ ପଡିଆ, ଆଦର୍ଶ ପୋଖରୀ, ଗାଈ ଗୁହାଳ ଓ ଛେଳି ଗୁହାଳ ଏବଂ କମ୍ପୋଷ୍ଟ ପିଟ ଆଦି ପ୍ରକଳ୍ପ ସବୁ କିପରି ଅଧିକ ସଂଖ୍ୟାରେ ନିର୍ମାଣ ଓ ସମ୍ପୂର୍ଣ କରାଯାଇ ପାରିବ ସେ ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାନଙ୍କୁ ବିଡିଓ ଶ୍ରୀ ନାୟକ ନିର୍ଦ୍ଦେଶ ଦେଇଥିଲେ। ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା ଅମୃତ ସରୋବର ଯୋଜନା ବିଷୟ ରେ ବୁଝାଇ ଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ ଅକ୍ଟୋବର 2 ଗ୍ରାମ ସଭାର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ଥିଲେ।

କମ୍ପ୍ୟୁଟର ପ୍ରୋଗ୍ରାମର ତୁଷାର କାନ୍ତ ପାଣିଗ୍ରାହୀ ପିପୂଲ୍ସ ପ୍ଲାନ୍ କ୍ୟାମ୍ପେନ୍ କିପରି ପ୍ରସ୍ତୁତି କରାଯିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ଲକ୍ ରିଶୋର୍ସ କୋର୍ଡିନେଟର କାହୁଁ ଚରଣ ବେହେରା ଓଡ଼ିଏଫ ଓ ସ୍ୱଚ୍ଛ ଭାରତ ମିଶନ ର କାର୍ଯ୍ୟାବଳୀ କିପରି ଗ୍ରାମ ସଭା ଓ ଗାନ୍ଧୀ ଜୟନ୍ତୀ ଅବସରରେ ପାଳନ କରାଯିବ ସେ ବିଷୟରେ ବୁଝାଇ କହିଥିଲେ। ଏପିଓ ଅମରେନ୍ଦ୍ର ସାହୁ ପ୍ରଶିକ୍ଷଣ କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଶିବିରରେ ଗ୍ରାମ ସଭା ପାଇଁ ନିଯୁକ୍ତ ସମସ୍ତ ନୋଡାଲ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Post a Comment

0 Comments