ନୟାଗଡ଼ ଜିଲ୍ଲା
![]() |
ସ୍ବର୍ଗତ ଦାଶରଥି ପଟନାୟକ |
ନୂଆଗାଁ ବ୍ଲକ୍ର ଉଦୟପୁର ଠାରେ ଓଡ଼ିଶା ପାଠାଗାର ସଂଗ୍ରହାଳୟ ଆନ୍ଦୋଳନର ସ୍ରଷ୍ଟା ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ (ଦାସିଆ ଅଜା)ଙ୍କ ଦ୍ୱାରା ପ୍ରତିଷ୍ଠିତ ସୁପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ ଅଭିଲେଖାଗାର ଓ ଗବେଷଣାକେନ୍ଦ୍ର ବିଭିନ୍ନ ପ୍ରକାର ନୂଆ ନୂଆ ସଂଗ୍ରହରେ ବର୍ତମାନ ପରିପୂର୍ଣ୍ଣ ହେଉଛି । ନିକଟରେ ଭୁବନେଶ୍ୱରରେ ରହୁଥିବା ଓଡ଼ିଶାର ବିଶିଷ୍ଟ ବୌଦ୍ଧ ଗବେଷକ ପ୍ରଫେସର ଅଖିଳ କୁମାର ସାହୁଙ୍କ ପାଠାଗାରର ଶତାଧିକ ପୁସ୍ତକ ଗବେଷଣା ନିବନ୍ଧ ଏବଂ ଥାଇଲାଣ୍ଡର ବିଭିନ୍ନ ଆକୃତିର ବୌଦ୍ଧ ମୂର୍ତି୧ହଜାରରୁ ଉର୍ଦ୍ଧ୍ୱ ପୁରାତନ ସମ୍ବାଦପତ୍ର କଟିଙ୍ଗ୍ ପରଲୋକଗତ ସାହିତ୍ୟିକ କୁଳମଣି ନାଥଶର୍ମାଙ୍କ ନିଜସ୍ୱ ପାଠାଗାରର ୧ହଜାରରୁ ଉର୍ଦ୍ଧ୍ୱ ସମସ୍ତ ପୁସ୍ତକ ପତ୍ରପତ୍ରିକା ପ୍ରଫେସର ଗଣେଶ ପ୍ରସାଦ ଦାସ ଡଃ ରାଧାଗୋବିନ୍ଦ ନାୟକ ବିଶିଷ୍ଟ ବିଜ୍ଞାନ ଲେଖକ ଡଃ ଚିତରଞ୍ଜନ ମିଶ୍ର ଅବସରପ୍ରାପ୍ତ ପ୍ରଶାସକ ପ୍ରାଣକୃଷ୍ଣ ରଥ ପଣ୍ଡିତ ରଞ୍ଜନ ଦାସ ଓଡ଼ିଶା ପରିବେଶ ସମିତି ସଭାପତି ପ୍ରଫେସର ସୁନ୍ଦର ନାରାୟଣ ପାତ୍ର କବି ପ୍ରସନ୍ନ କୁମାର ପାଟ୍ଟଶାଣୀ ସ୍ୱର୍ଗତ ସାହିତ୍ୟିକ ସାରଦା ପ୍ରସନ୍ନ ନାୟକ ଆଦିଙ୍କ ପରିବାରମାନଙ୍କ ପକ୍ଷରୁ ୨ ହଜାରରୁ ଉର୍ଦ୍ଧ୍ୱ ଉପାଦେୟ ପୁସ୍ତକ ପତ୍ରପତ୍ରିକା ବିଭିନ୍ନ ଗବେଷଣା ନିବନ୍ଧ ସମେତ ଐତିହାସିକ ଭବାନୀ ଚରଣ ରାୟଙ୍କ ୧୯୫୫ ମସିହାରେ ପୋଲାଣ୍ଡରୁ ଆଣିଥିବା ବିରଳ ଟୋପି ପଣ୍ଡିତ ଦାମୋଦର ହୋତାଙ୍କ ବ୍ୟବହୃତ ହାରମୋନିୟମ୍ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କର ବ୍ୟବହୃତ ପୁରୁଣା ହାର୍ମୋନିୟମ୍ ପୋଷାକ ପତ୍ର ଏବଂ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କର ୧୯୫୦ ମସିହାର ବ୍ୟବହୃତ ମାଟି ଡୁବିତାବଲା, ପ୍ରସିଦ୍ଧ ସୀତାର ବାଦକ ବୀଣାପାଣୀ ମହାନ୍ତିଙ୍କ ବ୍ୟବହୃତ ହାର୍ମୋନିୟମ୍, ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ବ୍ୟବହୃତ ରେକର୍ଡ ପ୍ଲେୟାର ମେସିନ୍, ସୁସାହିତ୍ୟିକ ଜାପାନୀବାବୁଙ୍କ ଘରୁ ପୁରାତନ ବୀଣାବାଦ୍ୟଯନ୍ତ୍ର ଏବଂ ବିଶିଷ୍ଟ ଜଳଚର ପ୍ରାଣୀ ଗବେଷକ ଲାଲା ଅଶ୍ୱିନୀ କୁମାର ସିଂହଙ୍କ ଦ୍ୱାରା ଭାରତବର୍ଷରେ କୁମ୍ଭୀରମାନଙ୍କର ଗତିବିଧି ଓ ଗବେଷଣା ନିମନ୍ତେ ଆମେରିକାରୁ ପ୍ରଥମେ ଭାରତକୁ ଅଣାଯାଇଥିବା ରେଡିଓ ଟ୍ରାନ୍ସମିଟର ଯନ୍ତ୍ର ନାଟ୍ୟକାର ଚିନ୍ତାମଣି ଜେନାଙ୍କ ବ୍ୟବହୃତ ପୁରୁଣା ଟେଲିଫୋନ୍ ଟାଇପ୍ ମେସିନ୍ ଏବଂ ବାଘମାରୀ କଳାପଥର ନିକଟସ୍ଥ ଗୌଡ଼ନୂଆଗାଁର ପଣ୍ଡିତ ଗଗନ ବିହାରୀ ପଣ୍ଡାଙ୍କ ଘରୁ ୨ଶହ ୫୦ବର୍ଷର ୨୭ଗୋଟି ବିରଳ ତାଳପତ୍ର ପୋଥି ଏବଂ ୧ଶହ ୫୦ବର୍ଷ ତଳର କାରୁକାର୍ଯ୍ୟପୂର୍ଣ୍ଣ ଚନ୍ଦନପେଡ଼ା ଏବଂ କଟକ କାଜିବଜାରର ଓଡ଼ିଶା ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ମିର୍ଜା ଆସଲମ୍ ବେଗ୍ଙ୍କ ଘରୁ ବ୍ରିଟିଶ୍ମାନଙ୍କ ଦ୍ୱାରା ବ୍ୟବହୃତ ଚକୋଲେଟ୍ ବକ୍ସ ଓ ସାଉଦିଆରବ ଦେଶର ବିରଳ ସ୍ୱର୍ଣ୍ଣପଥର ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ପାଇଁ ଦାସିଆ ଅଜାଙ୍କ ନାତି ତଥା ପାଠାଗ।ର ସଂଗ୍ରହାଳୟର ସଂପାଦକ ଦୀପକ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ।
ଦାସିଆ ଅଜାଙ୍କ ସଂଗ୍ରହର ସ୍ୱପ୍ନକୁ ସାକାର କରିବାପାଇଁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ବର୍ତମାନ ସମଗ୍ର ଓଡ଼ିଶା ବୁଲିବୁଲି ନୂଆ ନୂଆ ସଂଗ୍ରହ କରିବା ଦ୍ୱାରା ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ଦିନକୁ ଦିନ ସମୃଦ୍ଧ ହେଉଛି । ଜନମାନସରେ ବୁଦ୍ଧିଜୀବୀ ମହଲରେ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ଏହି ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରାଯାଉଛି ।
0 Comments