ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ
କର୍କଟ ରୋଗରେପୀଡ଼ିତ ହୋଇ ଅସହାୟ ଅବସ୍ଥାରେ ଥିବା ମିଥୁନଙ୍କୁ ସହାୟତାର ହାତ ବଢ଼ାଇଲେ ଅବସପ୍ରାପ୍ତ ସେନା କର୍ମଚାରୀ ତଥା ଯୁବସଙ୍ଗଠକ ଅଭୟ ବାରୀକ।ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାଦାମୋଦର ପୁର ଗାଁର ମିଥୁନ ପୁହାଣ ବୟସ ୩୦ ବର୍ଷ ।
ପରିବାରର ଏକମାତ୍ର ରୋଜଗାରିଆ ପୁଅର ଯାହାର ରୋଜଗାର ଉପରେ ସରା ପରିବାରନିର୍ଭର କରେ ସେ ବର୍ତମାନ ୬ ମାସରୁ ଉର୍ଦ୍ଧ୍ବ ସମୟ ହେଲା ସେ କର୍କଟ ରୋଗରେ ପୀଡିତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ସରକାରଙ୍କର ପ୍ରଚଳିତ ବିଜୁ ସ୍ବାସ୍ଥ୍ୟ କାର୍ଡ ସାହାଯ୍ୟରେ ଚିକିତ୍ସା ପାଇଁ ଯାଇ ସେଠାରେ ଶୋଷଣର ଶିକାର ହୋଇ ନିରାଶାରେ ଘରକୁ ଫେରି ମୃତ୍ୟୁ ସହିତ ସଂଗ୍ରାମ ଜାରି ରଖିଥିଲେ । ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା ।
ବାଇଟ_ ଅଭୟ କୁମାର ବାରିକ (ଅବସର ପ୍ରାପ୍ତ ସେନା କର୍ମଚାରୀ)
ଗଣ ମାଧ୍ୟମରୁ ଖବର ପାଇ ଅଭୟ ତାଙ୍କ ବାସଭବନରେ ପହଞ୍ଚି ସହଯୋଗର ହାତ ବଢ଼ାଇ ଥିଲେ। ତାଙ୍କ ଘରକୁ ଆସି ଚାଉଳ, ଡାଲି, ତେଲ,ପନି ପରିବା,ଲୁଗାପଟା ସହ ୧୫ ହଜାର ଟଙ୍କା ସାହାଯ୍ୟ କରିଥିଲେ।ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଣି ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ଭର୍ତ୍ତି କରି ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି।ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କର ସାହାଯ୍ୟ ଓ ସହାୟତା ଜାରି ରଖିବେ ବୋଲି ଅଭୟ ପୀଡିତ ପରିଵାରକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଭୟଙ୍କ ଏହି ମହାନତା ପାଇଁ ତାଙ୍କୁ ସାଧାରଣରେ ପ୍ରଶଂସା କରାଯାଉଛି।ମିଥୁନଙ୍କର ଅସୁସ୍ଥତା ହେତୁ ସ୍ତ୍ରୀ ମିନତୀ,ବିଧବା ମା ଓ ଦୁଇ ଅବିବାହିତା ଭଉଣୀ ଦୁଃଖରେ ଭାଙ୍ଗି ପଡିଛନ୍ତି।ମିଥୁନ ଙ୍କ ର ଗୋଟିଏ ଦୁଇମାସ ର ଶିଶୁ କନ୍ୟା ମଧ୍ୟ ଅଛି।
0 Comments