ବିଧାୟକଙ୍କୁ ଦାବିପତ୍ର ଦେଲେ ନିଖିଳ ଓଡିଶା ସଂଘ

 



ଆଜି ନିଖିଳ ଓଡିଶା ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡିଶାରେ ଥିବା ୬୬୨ ବର୍ଗ ଓ ୪୮୮ ବର୍ଗ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ପାଇଁ ୨୦୨୨ ମସିହା ଜାନୁୟାରୀ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ଆଧାରରେ ଦୀର୍ଘ ୮ ମାସ ହେଲା ସରକାର ଦରମା ପ୍ରଦାନ କରୁଛନ୍ତି। ଏହି ନିୟମ ଅନୁଯାୟୀ ୪୬୦୦ ଗ୍ରେଡ ପରେ ଥିବା ସମସ୍ତ କର୍ମଚାରୀଙ୍କ ଦରମା ସମାନ କରାଯାଇଥିଲା। କିନ୍ତୁ ଦୁଃଭାଗ୍ୟର ବିଷୟ ଗତ ସେପ୍ଟ୍ମ୍ବେର ୮ ତାରିଖରେ ସରକାର ଦରମାରେ ଅସଂଗତି ସୃଷ୍ଟି କରିବା ପାଇଁ ନିଷ୍ପତି ନେଇଛନ୍ତି। ଯାହାଫଳରେ ବରିଷ୍ଠଙ୍କ ଠାରୁ କନିଷ୍ଠମାନେ ଅଧିକ ଦରମା ପାଇବେ। ଯାହାକୁ ନେଇ ୨୦୨୦ ମସିହା ଜୁଲାଇ ୩୧ ତାରିଖରେ ବରିଷ୍ଠ ଦର୍ଶାଯାଇଥିବା ୬୬୨ ବର୍ଗ କର୍ମଚାରୀଙ୍କ ମନରେ ପ୍ରଶ୍ନ ଉଠିଛି। ତେବେ ଏଭଳି ପରିସ୍ଥିତିରେ ସମାନ କାମକୁ ସମାନ ଦରମା ଆଧାରରେ ଗୋଟିଏ ଗ୍ରେଡ ପରେ ଥିବା କର୍ମଚାରୀଙ୍କୁ ସମାନ ଦରମା ଦେବା ପାଇଁ ସଂଘ ଦାବି କରିଛି। ଏହି ଅସଂଗତିକୁ ଦୂର କରିବା ପାଇଁ ବିଧାୟକ ଶ୍ରୀ ବେହେରାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଏକ ଦାବିପତ୍ର ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ନୂଆଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ କମାର ସାହୁ, ଆଡକଟା କଲେଜ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ତା, ଗଣିଆ ଯୁକ୍ତ ୩ ଅଧ୍ୟକ୍ଷ ଲକ୍ଷ୍ମୀଧର ପଣ୍ତା, ମାଳିସାହି ଯୁକ୍ତ ୩ ଅଧ୍ୟକ୍ଷ, ବିଭିନ୍ନ କଲେଜର ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ଅଶୋକ କୁମାର ମିଶ୍ର, ନିହାର ରଞ୍ଜନ ଆଚାର୍ଯ୍ୟ, ରମେଶ ଚନ୍ଦ୍ର ନାୟକ ଏବଂ ଖେଳ ଶିକ୍ଷକ ପ୍ରଦୀପ କୁମାର ଖଣ୍ତୁଆଳ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

0 Comments