ଦାଶରଥି ପଟନାୟକଙ୍କ ସଂଗ୍ରାଳୟ ପରିଦର୍ଶନ କଲେ ୫୦ ଜଣ ଜିଏସ୍ଟି ବିଭାଗର ବରିଷ୍ଠ ଅଧିକାରୀ ସ୍ୱତନ୍ତ୍ର



ନୟାଗଡ଼ ଜିଲ୍ଲା ଉଦୟପୁର ପଂଚାୟତ ମଧ୍ୟରେ  ଥିବା ଦାଶରଥି ସଂଗ୍ରାଳୟ କୁ ସ୍ୱତନ୍ତ୍ର ବାବାରେ ଜିଏସ୍ଟି   ଭିଭାଗର ୫୦ ଜଣ ବରିଷ୍ଠ ଅଧିକାରୀ ସ୍ୱତନ୍ତ୍ର ପରିବରମାନରେ ଆଜି ଆସିଥିଲେ .ଭାରତ ସରକାରଙ୍କ ଜିଏସ୍ଟି ବିଭାଗର ଭୁବନେଶ୍ୱର ,କଟକ ,ପୁରୀ ,ଜଟଣୀ ସର୍କଲ ଅତିରିକ୍ତ କମିଶନର ,ଯୁଗ୍ମ କମିଶନର ,ସହକାରୀ କମିଶନର ସମେତ ୫୦ ଜଣ ବରିଷ୍ଠ ଅଧିକାରୀ ମାନେ ସଂଗ୍ରାଳୟ ପରିଦର୍ଶନରେ ଆସି ବିମୋହିତ ହୋଇପଡିଥିଲେ .ଦାସିଆ ଅଜାଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ .


ସଂଗ୍ରାଳୟ ମଧ୍ୟରେ ସଂଗୃହିତ ହୋଇଥିବା ସମସ୍ତ ମୂଲ୍ୟବାନ ପୋଥି ,ପୁସ୍ତକ ,ପୁରାତନ ଦାତବ ଦ୍ରବ୍ୟ ,ଦେଶବିଦେଶର ତାଙ୍କ ,ପଇସା ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ .ଜଙ୍ଗଲ ପାହାଡ଼ ଘେରା ଏହି ଆଞ୍ଚରୁ ଦାସିଆ ଅଜା କିପରି ସାରା ଓଡ଼ିଶା ବୁଲିବୁଲି ସବୁ ମୁଲ୍ୟାଣ ଜିନିଷ ସଂଗ୍ରହ କରିଥିଲେ ତାହା ଦେଖି ବିସ୍ମିତ ହୋଇପଡ଼ିଥିଲା .ପୃଥିବୀର ଏହି ଭଳି ଜଣେ ବିସ୍ମୟ ସାଧକ ଙ୍କ ସୃତି ଲକ୍ଷ ପାଇଁ ସରକାର କୌଣସି ପଦକ୍ଷପ ଗ୍ରହଣ କରିନଥିବାରୁ ସମସ୍ତେ ଦୁଃଖ ପ୍ରକଶ କରିଥିଲେ .ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନୟକ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଅନୁଷ୍ଠାନ ପରିସର ମଧ୍ୟରେ ସ୍ୱାଗତ ଜଣାଇଥିଲେ .

Post a Comment

0 Comments