ରାଇକିଆ ଆପ୍ର: କନ୍ଧମାଳ ଜିଲ୍ଲାର ପ୍ରାକୃତିକ ସମ୍ପଦ ଦିନକୁ ଦିନ ଲୋପ ପାଉଛି । କାଠ ମାଫିଆ ମାନେ ଭିନ୍ନ ଭିନ୍ନ ତରିକାରେ ଜଙ୍ଗଲର ବଡ ବଡ ଗଛ କାଟି କାଠ ଗଣ୍ଡି ସହ ପଟା ଚୋରି କରି ନେଉଛନ୍ତି ଓ ଜଙ୍ଗଲ ନଷ୍ଟ କରୁଛନ୍ତି ।ଏହିପରି ଏକ କାଠ ମାଫିଆ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଆଜି କରଡ଼ା ରେଞ୍ଜ ବନ ବିଭାଗ ଧରିବାରେ ସଫଳ ହୋଇଛି ।ସୂଚନା ଅନୁସାରେ ରାଇକିଆ ବ୍ଲକ ଅଧିନରେ ଥିବା କରଡା଼ ରେଞ୍ଜ ରଣବା ସେକ୍ସନ ଡେଙ୍ଗା ଖମଣ ଜଙ୍ଗଲରୁ ଶାଳ ଗଣ୍ଡି ବୋଝେଇ ଟ୍ରକ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବାରବା ବନ ବିଭାଗ । ଗିରଫ ଦୁଇ ଜଣ ହେଲେ ମହାଦେବ ବିଷୋୟୀ (୫୬)ଗ୍ରାମ ଅମ୍ବୁତୁଲୁ ଏବଂ ଭବବାନ ବେହେରା (୩୦)ଙ୍କ ଗ୍ରାମ ବଡ଼ଗଡ଼ ।ଅଭିଯୁକ୍ତ ଦୁଇଜଣ ସୋରଡ଼ା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ରଣବା ସେକ୍ସନ ଡେଙ୍ଗା ଖମଣ ଜଙ୍ଗଲରେ ଶାଳ କାଠ ୪୦୭ ଟ୍ରକରେ ଲୋଡକରି ନେବା ବେଳେ ବଡ଼ବାରବା ବନ ବିଭାଗ ରେଞ୍ଜର ବିରଞ୍ଚି ନାରାୟଣ ପଣ୍ଡା ଫରେଷ୍ଟ ସୁବାଶ ଦିଗାଲ , ଫରେଷ୍ଟ ଗାର୍ଡ ଅକ୍ଷୟ କହଁର ଘଟଣା ସ୍ଥଳରେ ପହଞ୍ଚି କାଠ ବୋଝେଇ ୪୦୭ ଟ୍ରକ ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିି। ଗିରଫ ପରେ ସେମାନଙ୍କୁ ଘୁ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ପରୀକ୍ଷା କରାଯାଇଥିଲା ପରେ ସେମାନଙ୍କୁ ସ୍ଥାନୀୟ ଅତିରିକ୍ତ ବିଚାର ବିଭାଗୀୟ ବିଚାରପତିଙ୍କ ନିକଟରେ ଉପସ୍ଥିତ କରାଯାଇଥିଲା ।ସେଠାରୁ ଦୁଇ ଅଭିଯୁକ୍ତଙ୍କୁ କାରାଗାର କୁ ପ୍ରେରଣ କରାଯାଇଥିବା ସୂଚନା ରହିଛି । ରାଇକିଆ ରୁ ଜଗଦୀଶ ଦାଶ
0 Comments