ଆଜି ଆଠଗଡ଼ ବ୍ଲକ ରେ ଭୀମଭୋଇ ସାମର୍ଥ୍ୟ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ ହୋଇ ଯାଇଛି।ପୂର୍ବାହ୍ନ ଆଠ ଘଟିକାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ୨୦୨୨ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା। କଟକ ଜିଲ୍ଲାର ସାମାଜିକ ସୁରକ୍ଷା ପ୍ରସ୍ତୁତି ଅନୁଯାୟୀ ଆଠଗଡ଼ ପଞ୍ଚାୟତ ସମିତି ଆୟୋଜନ ରେ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଅବିନାଶ ରାୟ, ଡାକ୍ତର ପ୍ରିୟଙ୍କା ସାହୂ,ନାସା, କର୍ଣ ଓ ଗଳା ବିଭାଗର ଡାକ୍ତର ଖିତିଶ ରଞ୍ଜନ ଦାଶ,ଚକ୍ଷୁ ବିଭାଗର ଡାକ୍ତର ସୁଜାତା ସାହୂ,ଅଡିଓ ଲୋଜିଷ୍ଟ ଡାକ୍ତର କେ.ସି.ପଣ୍ଡା ଓ ଡାକ୍ତର ଗଣେଶ ରାମ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ପରୀକ୍ଷା କରି ଉପଯୁକ୍ତ ସହାୟତା ଯୋଗାଇ ଦେଇଥିଲେ।ଏହି ଶିବିରରେ ମୋଟ ୧୨୨୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ନିଜ ନାମ ପଞ୍ଜୀକରଣ କରାଇ ଚିକିତ୍ସକ ମାନଙ୍କ ପରାମର୍ଶ ନେଇଥିଲେ।ତଦନୁଯାୟୀ ବସ ଯାତ୍ରା କରିବାକୁ ୩୨ ଜଣ ଭିନ୍ନକ୍ଷମ ଙ୍କୁ ରିହାତି ପାସ ଓ ଡି ଆର ଆଇ ରୁଣ ପାଇଁ ଆବେଦନ କରିଥିଲେ।ଆୟ ପ୍ରମାଣପତ୍ର ପାଇଁ ପାଞ୍ଚ ଜଣ ଆବେଦନ କରିଥିଲେ।କୃତ୍ରିମ ଶାରୀରିକ ଯନ୍ତ୍ର ନିମନ୍ତେ୪୭ଜଣ ଙ୍କ ପରୀକ୍ଷା କରଯାଇ ସେମାନଙ୍କ ମଧ୍ୟରୁ୧୫ଜଣଙ୍କୁ ସହାୟତା ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା।
ଅସ୍ଥିଶଲ୍ୟ ବିଭାଗରେ ୫୬୮,ମାନସିକ ଅନଗ୍ରସର ୩୧୭,ଦୃଷ୍ଟି ବାଧକ ୧୮୦,ଶ୍ରବଣ ବାଧକ ୧୧୬ ଓ ନାସା,କର୍ଣ, ଗଳା ନିମନ୍ତେ୫୩ ଜଣ ଏହିପରି ମୋଟ ୧୨୨୪ ଜଣ ଭିନ୍ନକ୍ଷମ ନିଜର ପରୀକ୍ଷା କରାଇଥିଲେ।ଏହି ଶିବିରକୁ ବିଧାୟକ ଙ୍କ ବ୍ଲକ ପ୍ରତିନିଧି ରଂଜନକୁମାର ଆଚାର୍ଯ୍ୟ ଓ ଵିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ।ଆଠଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣକୁମାର ଦାସ,ତହସିଲଦାର ପ୍ରିୟବ୍ରତ ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗଗନଵିହାରୀ ଷଡଙ୍ଗୀ ଶିବିର କୁ ପରିଚାଳନା କରିଥିଲେ।ତେବେ ଗ୍ରାମାଞ୍ଚଳରୁ ଓ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଡ଼ରୁ ଭିନ୍ନକ୍ଷମ ମାନଙ୍କୁ ପ୍ରବର୍ତ୍ତାଇ ଶିବିରକୁ ଆଣିବାକୁ ଅଙ୍ଗନବାଡି କର୍ମୀ,ସ୍ଥାନୀୟ ସରପଂଚ, ୱାର୍ଡ ସଭ୍ୟ,କାଉନସିଲର ମାନଙ୍କୁ ଦାଇତ୍ଵ ଦିଆଯାଇଥିଲା।ସେମାନେ ପୂର୍ବରୁ ଚିହ୍ନଟ ହୋଇ ପ୍ରମାଣପତ୍ର ହାସଲ କରି ବିଭିନ୍ନ ସରକାରୀ ସାହାଯ୍ୟ ପାଇଥିବା ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଶିବିରରେ ଯୋଗଦାନ କରିବାକୁ ପ୍ରବର୍ତ୍ତାଇ ଥିଲେ।ଯଦ୍ୱାରା ଶିବିର ସ୍ଥାନରେ ଅସମ୍ଭବ ଭିଡ଼ ହେବା ସହ କଚେରୀ ରାସ୍ତା ରେ ଗହଳି ହୋଇ ଟ୍ରାଫିକ ଜାମ ହୋଇଥିଲା।ଶିବିର କୁ ଆସିଥିବା ଭିନ୍ନକ୍ଷମ ମାନଙ୍କ ପାଇଁ ଉପଯୁକ୍ତ ବିଶ୍ରାମ ସ୍ଥଳି, ପାନୀୟଜଳ ଓ ପଙ୍ଖା ଆଦି ବ୍ୟବସ୍ଥା ନଥିବାରୁ ଭିନ୍ନକ୍ଷମ ମାନେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ।ଏପରି ଖରାରେ କେତେକ ରାସ୍ତାକଡରେ ସୋଇଥିବା ଦେଖା ଯାଇଥିଲା।ପରେ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ପୂର୍ବରୁ ପଞ୍ଜିକୃତ ହୋଇସରକାରୀ ସୁଵିଧା ସୁଯୋଗ ପାଉଥିବା ଭିନ୍ନକ୍ଷମ ମାନଙ୍କୁ ଘରକୁ ଫେରିଯିବାକୁ ବାରମ୍ବାର ନିବେଦନ କରାଯିବାରୁ ଦୂରଦୂରାନ୍ତରୁ ଆସିଥିବା ଭିନ୍ନକ୍ଷମ ଓ ସେମାନଙ୍କ ସହଯୋଗୀ ମାନେ ଅଵ୍ୟଵସ୍ଥା ପାଇଁ ପ୍ରଶାସନ ବିରୋଧ ରେ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖାଯାଇଥିଲା। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।
0 Comments