ଆଠଗଡ,/ ଜୀବିକା ମିଶନ ଜରିଆରେ ଭିନ୍ନକ୍ଷମ ଦମ୍ପତିଙ୍କ ଥଇଥାନ କରାଯିବ ବୋଲି ଉପ ଜିଲାପାଳ ହେମନ୍ତ କୁମାର ସ୍ବାଇଁ ପ୍ରତିଶ୍ରୁତି ଦେବା ପରେ ସ୍ଥାୟୀ ରୋଜଗାର ଦାବିରେ ଆଠଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନଶନ ରେ ବସିଥିବା ଭିନ୍ନକ୍ଷମ ଦମ୍ପତି ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି।ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର ରଂଜନକୁମାର ରାଉତ (୪୨) ବର୍ଷ । ପାଞ୍ଚ ବର୍ଷ ବୟସରେ ପୋଲିଓ ରୋଗରେ ପୀଡିତ ହୋଇ ଗୋଡ଼ ଛୋଟା ହୋଇଯାଇଥିଲା।ଭିନ୍ନକ୍ଷମ ହୋଇ ମଧ୍ୟ ସେ ପାଠ ପଢି ମାଟ୍ରିକ ପରୀକ୍ଷା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ +୨ଶ୍ରେଣୀ ରେ ଅଧ୍ୟୟନ କରିବା ସମୟରେ ନିଜ ପିତାଙ୍କ ବିୟୋଗ ହେତୁ ପାଠ ପଢ଼ାରେ ୧୯୯୯ ମସିହାରେ ପାଠ ପଢ଼ା ରେ ଡୋରି ଲାଗିଥିଲା।ତତ୍କାଳୀନ ତିଗିରିଆ ତହସିଲଦାର ଶିବବ୍ରତ ଘୋଷଙ୍କ ଉଦ୍ୟମରେ ତାଙ୍କର ବିବାହ ତିଗିରିଆ ଥାନା ହରିଡାପଶି ଗ୍ରାମର ମୀନାଙ୍କ ସହ ୨୦୧୧ ମସିହାରେ ସମ୍ପନ୍ନ ହୋଇଥିଲା।ମିନା ମଧ୍ୟ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ଥିଲେ।ଜଣେ ଭିନ୍ନକ୍ଷମ ଭାବେ ଦମ୍ପତିଙ୍କ ର ନାମ ମଧ୍ୟ ପଞ୍ଜିକୃତ ହୋଇଛି।ଉଭୟ ଦମ୍ପତି ରେଶନ କାର୍ଡରେ ମାସିକ ୧୦କିଲୋ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ଦୁଇଜଣ ୧୦୦୦ ଟଙ୍କା ପାଉଛନ୍ତି।ଆବାସ ଯୋଜନାରେ ଘର ମଧ୍ୟ ପାଇଛନ୍ତି।ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ର ଜଣେ ଦୃଢ଼ ସମର୍ଥକ ବୋଲି ସେ କହୁଛନ୍ତି।ଏତିକି ସମ୍ବଳରେ ଏ ମହରଗ ଯୁଗରେ ଚଳିବା ଅସମ୍ଭବ ବୋଲି ସେ ପ୍ରକାଶ କରିବା ସହ ତାଙ୍କ ଯୋଗ୍ୟତା ଅନୁଯାୟୀ ଚାକିରୀ ଟିଏ ପାଇଁ ସେମାନେ ଆଠଗଡ଼ ବିଧାୟକ ରଣେନ୍ଦ୍ରଙ୍କ ନିକଟକୁ ଗତ ୧୦ ବର୍ଷ ହେଲା ସାକ୍ଷାତ କରି ନିବେଦନ କରି ଆସୁଥିଲେ ମଧ୍ୟ ବିଧାୟକ ଶ୍ରୀ ସ୍ଵାଇଁ କର୍ଣ୍ଣପାତ କରୁନାହାନ୍ତି ବୋଲି କାନ୍ଦିକାନ୍ଦି ଉଭୟ ଦମ୍ପତି ପ୍ରକାଶ କରିଥିଲେ।ଆଜି ସେ ଏକ ସ୍ମାରକପତ୍ର ଧରି ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଅପରାହ୍ନରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ଏବଂ ତିଗିରିଆ ବିଡ଼ିଓ ପ୍ରଣବ ପ୍ରକାଶ ଦାସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଭିନ୍ନକ୍ଷମ ଦମ୍ପତିଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କୁ ଜୀବିକା ମିଶନ ଜରିଆରେ ଥଇଥାନ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ। ତେବେ ଦମ୍ପତି କେଉଁ ଜୀବିକା କରିବେ ସେ ସମ୍ପର୍କରେ ତିଗିରିଆ ବିଡ଼ିଓ ଙ୍କୁ ଜଣାଇଲେ ତଦନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।
0 Comments