ଗୋପୀନାଥପୁର ଠାରେ ଏକ ଘଡ଼ିଆଳ କୁମ୍ଭୀର ଉଦ୍ଧାର କରାଯାଇଛି।ଆଜି ସକାଳୁ ଧୀବର ମାନେ ମହାନଦୀରେ ମାଛ ଧରିବା ବେଳେ ଘଡ଼ିଆଳ ଛୁଆଟି ଜଣେ ଧୀବର ର ଜାଲରେ ପଡିଯାଇଥିଲା।ବଡମ୍ଵା ବନ ବିଭାଗ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ।କୁମ୍ଭୀର ଛୁଆ ର ବୟସ ଏକ ବର୍ଷରୁ ଉର୍ଦ୍ଧ ଓଜନ୧୧୦୦ ଗ୍ରାମ ଓ ଏହାର ଲମ୍ବ ୯୦.୦୫ ସେଣ୍ଟି ମିଟର ବୋଲି ବନବିଭାଗ ସୁତ୍ରରୁ ଜଣାପଡିଛି।ଉଦ୍ଧାର କରାଯିବାପରେ ଆଠଗଡ଼ ବନବିଭାଗ ଏହାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପଠାଇଦେଇଛି।ମହାନଦୀରୁ ଏହା
ଦ୍ଵିତୀୟ ଘଡ଼ିଆଳ ଛୁଆ ଉଦ୍ଧାର ଘଟଣା।ପୂର୍ବରୁ ଗତ ମାସ ୪ତାରିଖରେ ମଧ୍ୟ ଏହିଭଳି ଏକ କୁମ୍ଭୀର ଛୁଆ ଏହି ବନାଞ୍ଚଳ ଅନ୍ତର୍ଗତ ବାଙ୍ଗେରୀସିଂହ ଗ୍ରାମ ନିକଟରୁ ମହାନଦୀରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଠଗଡ଼ ବନବିଭାଗ ହସ୍ତାନ୍ତର କରିଥିଲା ବୋଲି ଆଠଗଡ଼ ବନ ବିଭାଗ ସୂତ୍ରରୁ ପ୍ରକାଶ। ଆଠଗଡ଼ ରୁ ମହେଶ ଦାସ ଙ୍କ ରିପୋର୍ଟ
0 Comments