କଣ୍ଟାମାଳ ବ୍ଲକ ପୋଗ୍ରାମ କୋଡିନେଟର (ବିପିସି) ଙ୍କ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

 


ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ବ୍ଲକ ପ୍ରୋଜେକ୍ଟ କୋଡିନେଟର (ବିପିସି )ଠାକୁର ବେହେରା କରିଛନ୍ତି ଆତ୍ମହତ୍ୟା l 


କଣ୍ଟାମାଳ ଥାନା ସଦର ବ୍ଲକ କଲୋନୀ ସ୍ଥିତ ନିଜ ସରକାରୀ ବାସଭବନରୁ ବ୍ଲକ ରେ କାର୍ଯ୍ୟରତ ବିପିସି ଠାକୁର ବେହେରା (35)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି l ଆଜି ସକାଳୁ ଘର ଭିତରେ ଫ୍ୟାନ ରେ ଗାମୁଛା ଲଗାଇ ଝୁଲୁଥିବା ଦେଖିବାକୁ ମିଳିଛି l ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଛି l ଘଟଣା ସମ୍ପର୍କ ରେ ଖବର ପାଇ କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ମୃତ ଦେହଟି ଭୂମିରେ ଆଣ୍ଠେଇ ଥିବା ଅବସ୍ଥାରେ ଥିବାରୁ ଏହା ପୋଲିସ କୁ ସନ୍ଦେହ ଘେରକୁ ଲାଗିଥିଲା l ଘଟଣା ର ଅଧିକ ଯାଞ୍ଚ ପାଇଁ ପୋଲିସ ଫରେନ୍ସିକ ଟିମ ର ସହାୟତା ଲୋଡ଼ିଥିଲା l ବୌଦ୍ଧ ରୁ ଫରେନ୍ସିକ ଟିମ ଆସି ଘଟଣାର ଯାଞ୍ଚ କରୁଛି l

ସୂଚନା ମତେ ଠାକୁର ବେହେରା କଣ୍ଟାମାଳ ସ୍ଥିତ ସରକାରୀ ବାସ ଭଵନରେ ପରିବାର ନେଇ ରହୁଥିବାବେଳେ ଗତ ଶନିବାର ତାଙ୍କ ନିଜ ଘର ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ପୁଡାବଲସ ଗାଁକୁ ନିଜ ପରିବା ଯାଇଥିଲେ l ନିଜ ଗାଁରେ ସ୍ତ୍ରୀ ସୁଜାତା ବେହେରା, ଚାରୀ ବର୍ଷ ର ଏକ ଝିଅ ଓ ଏକ ବର୍ଷ ର ଏକ ପୁଅ କୁ ଛାଡି ଏକାକୀ କଣ୍ଟାମାଳ ସ୍ଥିତ ତାଙ୍କ ସରକାରୀ ବାସଭବନ କୁ ଆସିଥିଲେ l ତେବେ କାହିଁକି ଓ କେଉଁ ପରିସ୍ଥିତି ରେ ଠାକୁର ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ l

ପରେ ଶବ ବ୍ୟବଛେଦ ପାଇଁ ମନମୁଣ୍ଡା ପଠାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି l ସେ ଜଣେ ମେଳାପୀ ଓ ଖୁସି ମିଜାଜ ସ୍ୱଭାବ ର କର୍ମଚାରୀ ଥିବାହେତୁ ତାଙ୍କର ଆତ୍ମହତ୍ୟା ଯନିତ ମୃତ୍ୟୁ କୁ ନେଇ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳିଛି l ପୋଲିସ ଘଟଣାର ତଦନ୍ତ ଜାରୀରଖୀଥିବା ବେଳେ ପୋଷ୍ଟମଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପ୍ରକାଶ କରିଛି l ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ରୁ ବାସୁଦେବ ଷାଣ୍ଡ ଙ୍କ

Post a Comment

0 Comments