ର୍ବତାରୋହଣରେ ସଫଳତା ହାସଲ କଲେ ଓଡ଼ିଆ ପୁଅ । ଇଣ୍ଡିଆନ୍ ମାଉଁଟେନିୟରିଂ ଫାଉଣ୍ଡେସନ୍ ପକ୍ଷରୁ ଏକ ୮ଜଣିଆ ପର୍ବତାରୋହୀ ଦଳକୁ ନେଇ ଆୟୋଜନ କରାଯାଇଥିବା ପର୍ବତାରୋହଣ ଅଭିଯାନରେ ଶିଖରରେ ପହଞ୍ଚିଥିବା ୫ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଦାନଗଦୀ ବ୍ଲକ ଅନ୍ତର୍ଗତ କୁମ୍ଭୀରଗାଡ଼ିଆ ଗ୍ରାମର ସତ୍ୟବ୍ରତ ଦାସ ଅନ୍ୟତମ।ଯାଜପୁରର ପର୍ବତାରୋହୀ ସତ୍ୟବ୍ରତ ଦାସ ମଙ୍ଗଳବାର ଉତ୍ତରାଖଣ୍ଡର ସାତୋପନ୍ଥ ପର୍ବତ ଶିଖରରେ ପହଞ୍ଚି ପର୍ବତାରୋହଣ ଅଭିଯାନ ଶେଷ କରିବା ସହ ଏକ ବିରଳ ସଫଳତା ହାସଲ କରିଛନ୍ତି । ସମୁଦ୍ର ପତନଠାରୁ ୭୦୭୫ ମିଟର ଉଚ୍ଚରେ ଥିବା ସାତୋପନ୍ଥ ପର୍ବତାରୋହଣ ଅଭିଯାନ ଏହାର ଅସମତଳ ରାସ୍ତା ସହ ପାହାଡ଼ର ତୀକ୍ଷ୍ଣ କୋଣ ଓ ଅତ୍ୟନ୍ତ ପ୍ରତିକୂଳ ପାଣିପାଗ ଦୃଷ୍ଟିରୁ ଏକ କଷ୍ଟସାଧ୍ୟ କାର୍ଯ୍ୟ ଭାବେ ବିଚାର କରାଯାଏ ।
ଏହି ଅଭିଯାନ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୦ ତାରିଖରେ ସମାପ୍ତ ହୋଇଥିଲା। ସତ୍ୟବ୍ରତ କହିଛନ୍ତି ଯେ, ବେଳେବେଳେ ତାପମାତ୍ରା ୩୦ ସେଲ୍ସିଅସ୍ରେ ପହଞ୍ଚିଯାଇଥିଲା ଓ ତାହା ସହ୍ୟ କରି ହେଉନଥିଲା । ଅନେକ ସମୟରେ ଜଟିଳ ପଦ୍ଧତି ବ୍ୟବହାର କରୁଥିଲେ ଓ ସ୍ଥିତି ଅତ୍ୟନ୍ତ କଷ୍ଟକର ଥିଲା, କିନ୍ତୁ ଆମେ ସଂକଳ୍ପବଦ୍ଧ ଥିଲୁ, ଆଗକୁ ବଢ଼ିଥିଲୁ । ଏହାଠାରୁ ଆହୁରି ଉଚ୍ଚ ପର୍ବତ ଆରୋହଣ କରିପାରିବି ବୋଲି ଆଗକୁ ଲକ୍ଷ୍ୟ ରଖିଛନ୍ତି। ଶୀର୍ଷରେ ପହଞ୍ଚି ଜାତୀୟ ପତାକା ଉଡ଼ାଇବା ଅତ୍ୟନ୍ତ ଆମୋଦଦାୟକ ଥିଲା । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ସତ୍ୟବ୍ରତ ଦାସ ଟାଟା ଷ୍ଟିଲ୍ ଆଡ୍ଭେଞ୍ଚର ଫାଉଣ୍ଡେସନ୍ ଠାରେ ଉଭୟ ମୌଳିକ ଓ ଉନ୍ନତ ପର୍ବତାରୋହଣ ପାଠ୍ୟକ୍ରମ ସମାପ୍ତ କରିଛନ୍ତି ।
0 Comments