ଅନଶନ ରେ ବସିଲେ ଭିନ୍ନକ୍ଷମ ଦମ୍ପତି।


 ଆଠଗଡ଼ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଅନଶନ ରେ ବସିଲେ ଭିନ୍ନକ୍ଷମ ଦମ୍ପତି।ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର  ରଂଜନକୁମାର ରାଉତ (୪୨) ବର୍ଷ । ପାଞ୍ଚ ବର୍ଷ ବୟସରେ ପୋଲିଓ ରୋଗରେ ପୀଡିତ ହୋଇ ଗୋଡ଼ ଛୋଟା ହୋଇଯାଇଥିଲା।ଭିନ୍ନକ୍ଷମ ହୋଇ ମଧ୍ୟ ସେ ପାଠ ପଢି ମାଟ୍ରିକ ପରୀକ୍ଷା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରେଭେନ୍ସା ମହାବିଦ୍ୟାଳୟରେ +୨ଶ୍ରେଣୀ ରେ ଅଧ୍ୟୟନ କରିବା ସମୟରେ ନିଜ ପିତାଙ୍କ ବିୟୋଗ ହେତୁ ପାଠ ପଢ଼ାରେ ୧୯୯୯ ମସିହାରେ ପାଠ ପଢ଼ା ରେ ଡୋରି ଲାଗିଥିଲା।ତତ୍କାଳୀନ ତିଗିରିଆ ତହସିଲଦାର ଶିବବ୍ରତ ଘୋଷଙ୍କ ଉଦ୍ୟମରେ ତାଙ୍କର ବିବାହ ତିଗିରିଆ ଥାନା ହରିଡାପଶି ଗ୍ରାମର ମୀନାଙ୍କ ସହ ୨୦୧୧ ମସିହାରେ ସମ୍ପନ୍ନ ହୋଇଥିଲା।ମିନା ମଧ୍ୟ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ଥିଲେ।ଜଣେ ଭିନ୍ନକ୍ଷମ ଭାବେ ଦମ୍ପତିଙ୍କ ର ନାମ ମଧ୍ୟ ପଞ୍ଜିକୃତ ହୋଇଛି।ଉଭୟ ଦମ୍ପତି ରେଶନ କାର୍ଡରେ ମାସିକ ୧୦କିଲୋ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ଦୁଇଜଣ ୧୦୦୦ ଟଙ୍କା ପାଉଛନ୍ତି।ଆବାସ ଯୋଜନାରେ ଘର ମଧ୍ୟ ପାଇଛନ୍ତି।ଆଠଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ର ଜଣେ ଦୃଢ଼ ସମର୍ଥକ ବୋଲି ସେ କହୁଛନ୍ତି।ଏତିକି ସମ୍ବଳରେ ଏ ମହରଗ ଯୁଗରେ ଚଳିବା ଅସମ୍ଭବ ବୋଲି ସେ ପ୍ରକାଶ କରିବା ସହ ତାଙ୍କ ଯୋଗ୍ୟତା ଅନୁଯାୟୀ ଚାକିରୀ ଟିଏ ପାଇଁ ସେମାନେ ଆଠଗଡ଼ ବିଧାୟକ ରଣେନ୍ଦ୍ରଙ୍କ ନିକଟକୁ ଗତ ୧୦ ବର୍ଷ ହେଲା ସାକ୍ଷାତ କରି ନିବେଦନ କରି ଆସୁଥିଲେ ମଧ୍ୟ ବିଧାୟକ ଶ୍ରୀ ସ୍ଵାଇଁ କର୍ଣ୍ଣପାତ କରୁନାହାନ୍ତି ବୋଲି କାନ୍ଦିକାନ୍ଦି ଉଭୟ ଦମ୍ପତି ପ୍ରକାଶ କରିଛନ୍ତି।ଆଜି ସେ ଏକ ସ୍ମାରକପତ୍ର ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଆଠଗଡ ବିଧାୟକ କିମ୍ବା ଜିଲ୍ଲାପାଳ ପହଞ୍ଚି ନାହାଁନ୍ତି ସେ ପର୍ଯ୍ୟନ୍ତ ଧାରଣା ସ୍ଥଳରୁ ଉଠିବେ ନାହିଁ ବୋଲି ରୋକଠକ ମନା କରିଦେଇଛନ୍ତି।ଏଇଠି ହିଁ ଜୀବନ ହାରିବୁ ବୋଲି  ଦମ୍ପତି ପ୍ରକାଶ କରିଛନ୍ତି। ଧାରଣାଦେବାର ତିନି ଘଣ୍ଟା ପରେ ସହକାରୀ ଉପଜିଲ୍ଲାପାଳ ଦୀପ୍ତିମୟୀ ବେହେରା ଓ ଆଠଗଡ଼ ଥାନା ଅଧିକାରୀ ବାମଦେଵ ସ୍ବାଇଁ ଧାରଣା ସ୍ଥଳରେ ପହଞ୍ଚି ରଞ୍ଜନ ଙ୍କ ହାତରୁ ସ୍ମାରକ ପତ୍ର ଗ୍ରହଣ କରିବା ସହ ଧାରଣା ରୁ ଉଠିଯିବାକୁ ଅନୁରୋଧ କରିଥିଲେ।ତେବେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନଆସିଲେ ସେ ଧାରଣା ରୁ ଉଠିବେ ନାହିଁ ବୋଲି ରୋକଠୋକ ମନା କରିଥିଲେ। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments