ହରିଣ ଛୁଆ ଉଦ୍ଧାର

 



ଆଠଗଡ, ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରୁ ଏବେ ଗ୍ରମାଭି ମୁଖି ହେଉଛନ୍ତି ବନ୍ୟ ଜନ୍ତୁ। ଗାଁ ଠୁ ସହର ଏବେ ଜଙ୍ଗଲ ପରିଧିc କମି ଯାଇ କଂକ୍ରିଟ ଜଙ୍ଗଲ ହେଉ ଥିବାରୁ ଆଜି ଏକ ବିରଳ ହରିଣ ଛୁଆ ଟିଏ ଉଦ୍ଧାର କରିଛି ଆଠଗଡ଼ ବନ ବିଭାଗ। ଘଟଣାରୁ ପ୍ରକାଶ ଯେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳର କନ୍ତୋଲ ଗ୍ରାମର ସୁବାସ ତ୍ରିପାଠୀ ଙ୍କ ଘରେ ଅପରାହ୍ନ ରେ ପଶିଯାଇଥିଲା ଏକ ୨ବର୍ଷ ର ଅଣ୍ଡିରା ହରିଣ ଛୁଆଟିଏ।ଖବର ପାଇ ଆଠଗଡ଼ ବାନାଞ୍ଚଳ କର୍ମଚାରୀ ମାନେ ଜାଲ ପକାଇ ହରିଣ ଛୁଆ ଟି କୁ କାବୁ କରି ପ୍ରାଥମିକ ଚିକିତ୍ସା କରାଇ ନିକଟସ୍ଥ ବୌଦା ଜଙ୍ଗଲ ରେ ଛାଡ଼ିଦେଇ ଛନ୍ତି ବନ କର୍ମଚାରୀ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ବନ୍ୟ ଜନ୍ତୁ ଙ୍କ ସୁରକ୍ଷା ପାଇଁ ଆସୁଥିବା କୋଟି କୋଟି ଟଙ୍କା ବିଭାଗ ଖର୍ଚ୍ଚ କରି ତାହା ପାଣିରେ ପଡୁଛି ବୋଲି ଚର୍ଚ୍ଚା ଜୋର୍ ଧରୁଛି ଆଠଗଡ଼ ବନଖଣ୍ଡ ରେ କାରଣ ଆଠଗଡ ବନଖଣ୍ଡ ରେ ହାତୀ ଠାରୁ ଆରମ୍ଭ କରି ହରିଣ ପର୍ଯ୍ୟନ୍ତ ସମସ୍ତେ ଅ ସୁରକ୍ଷିତ। ଆଠଗଡ ରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments