ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉ ଣୀଙ୍କ ମୃତ୍ୟୁ,ପିତା,ମାତା ଗୁରୁତର।ଆଠଗଡ,ବଡମ୍ବା ବ୍ଲକ ମାଣିଆଵନ୍ଧ ଥାନା ଅନ୍ତର୍ଗତ ବିରବରପୁର ଗ୍ରାମରେ ବିଷାକ୍ତ ଖାଦ୍ୟ ଖାଇ ପୁଅ ଓ ଝିଅ ମୃତ୍ୟୁବରଣ କରିଥିବା ବେଳେ ବାପା ଓ ମା ମୃତ୍ୟୁ ସହ ଡାକ୍ତରଖାନା ରେ ଲଢେଇ କରୁଛନ୍ତି।ଶୁକ୍ରବାର ଉକ୍ତ ଗ୍ରାମର ଗୋବିନ୍ଦ ପତ୍ର ଙ୍କ ଘରେ କିଛି ଫାଷ୍ଟ ଫୁଡ୍ ପ୍ରସ୍ତୁତ କରି ଖାଇଥିଲେ । ଉକ୍ତ ଖାଦ୍ୟ ଖାଇ ଗୋବିନ୍ଦପାତ୍ର (୪୬),ତାଙ୍କ ସ୍ତ୍ରୀ ରୁନୁ ପାତ୍ର (୪୨),ଝିଅ ରୁଚିକା ପାତ୍ର (୧୧)ଓ ପୁଅ ରୁଦ୍ରପାତ୍ର (୮) ରାତିରେ ଗୁରୁତର ହୋଇ ପଡ଼ିଥିଲେ।ସେମାନଂକୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ତେବେ ଝିଅ ରୁଚିକା ଓ ପୁଅ ରୁଦ୍ର ଚିକିତ୍ସା ଆରମ୍ଭ ହେବାର କିଛି ସମୟ ପରେ ପ୍ରାଣତ୍ୟାଗ କରିଥିଲେ।ଏବେ ବାପା ଗୋବିନ୍ଦ ଓ ମା ରୁନୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।ଏହି ଘଟଣା ପୁର ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି। ଆଠଗଡରୁ ମହେଶ ଚନ୍ଦ୍ର ଦାସ ଙ୍କ ରିପୋର୍ଟ।
0 Comments