ଆଠଗଡ଼ ବ୍ଲକରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟିନୀ ଆଜି ଏକ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କଟକ ଗ୍ରାମାଞ୍ଚଳ ପୋଲିସ ଆରକ୍ଷୀ ଅଧିକ୍ଷକ ବି.ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବି.କେ.ଖଣ୍ଡାୟତରାୟ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଅମ୍ବର କର, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତକୁମାର ସ୍ବାଇଁ,ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣକୁମାର ଦାସ,ଅତିରିକ୍ତ ମଣ୍ଡଳଉନ୍ନୟନ ଅଧିକାରୀ ଉପେନ୍ଦ୍ରକୁମାର ଜେନା,ଆଠଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ଵିଜୟକୁମାର ମିଶ୍ର,ବ୍ରହ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଲୀପକୁମାର ଦାସ,ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଯୋଗ ଦେଇଥିଲେ।ଏହି ଜନ ଶୁଣାଣି ରେ ମୋଟ ୧୪୨ ଗୋଟି ଆବେଦନ ପଞ୍ଜିକୃତ ହୋଇଥିଲା।ସେଥିମଧ୍ୟରୁ ୧୩୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ଓ ୧୨ ଗୋଟି ସାମୁହିକ ଅଭିଯୋଗ ଥିଲା।ମୋଟ ୫୮ ଟି ଅଭିଯୋଗ ର ତତ୍କାଳ ଫଇସଲା କରାଯାଇଥିଲା।ସନାତନ ସାହୂ ପିତା କ୍ଷେତ୍ରବାସି ସାହୂ କନ୍ତୋଲ,ଅଭିରାମ ପ୍ରଧାନ ପିତା କୈଳାସ ବୀରକିଶୋର ପୁର,ମିନତୀ ପୁହାଣ ସ୍ବା

ରାଧାଦାମୋଦର ପୁରଙ୍କ ଚିକିତ୍ସା ନିମନ୍ତେ ରେଡ଼କ୍ରସ ପାଣ୍ଟିରୁ ୩୦୦୦ ଟଙ୍କା ଲେଖାଏଁ ସହାୟତା ମଞ୍ଜୁର କରାଯାଇଥିଲା।ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଭତ୍ତା ପାଇଁ ଅଭିଯୋଗ ଆସିଥିବା ୧୨ ଗୋଟି ଅଭିଯୋଗ ର ଫଇସଲା କରାଯାଇଥିଲା।ବିଶ୍ୱନାଥ ବିଦ୍ୟାପୀଠ ଜମି ଜବରଦଖଲ ବାବଦରେ ପୁରାତନ ଛାତ୍ର ଲକ୍ଷ୍ମୀନାରାୟଣ ଭଂଜ,ଶିବନାରାୟନ ପଟନାୟକ,ଲଲାଟେନ୍ଦୁ ସେନାପତି,ରଘୁମଣିସେଠି ପ୍ରମୁଖ ଜବରଦଖଲ କାରି ଙ୍କୁ ଉଛେଦ କରିବା ଓ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ତେବେ ବିବାଦୀୟ ସ୍ଥାନକୁ ବାଦ ଦେଇ ଅନ୍ୟ ତିନି କଡ଼ ପ୍ରାଚୀର କାର୍ଯ୍ୟ ଚାଲୁରଖିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେବା ସହ ଖୁବ ଶୀଘ୍ର ବିବାଦୀୟ ଜାଗାର ମାପ କରାଯିବ ଓ ବିଦ୍ୟାଳୟ ଜାଗାରୁ ଗୋଟିଏ ଇଞ୍ଚ ଜାଗା ଛଡ଼ାଯିବ ବୋଲି ଅଭିଯୋଗ କାରୀ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।
0 Comments