ଆଠଗଡ/ କଟକ ଜିଲ୍ଲା ବଡ଼ମ୍ବା ବ୍ଳକ ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମର ମାନସ ରଞ୍ଜନ ନାୟକଙ୍କ ଦୁଇ ବର୍ଷର ପୁଅ ଆର୍ଚିସମାନ ନାୟକ ସମସ୍ତ ଜ୍ଞାନରେ ଇଂରାଜୀ ଭାଷାକୁ ଓଡିଆ ଅନୁବାଦ, ସମସ୍ତ ଜିନିଷର ନାମକୁ ଇଂରାଜୀରେ କହିବା, ଆଦି ବିଭିନ୍ନ କ୍ଷେତ୍ରରେ ସାରା ଭାରତରେ ଇଣ୍ଡିଆ ଅଫ୍ ବୁକ୍ ରେକର୍ଡରେ ସ୍ଥାନ ପାଇ ସମଗ୍ର ବଡ଼ମ୍ବା ବ୍ଳକ ତଥା ରାଜ୍ୟର ନାମରେ ଗୈାରବ ଆଣିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ପରିବାର ଲୋକେ ବହୁ ଖୁସି ଅନୁଭବ କରିବା ସହ ପୁଅର ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି ବୋଲି ତାଙ୍କ ଜେଜେ ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାକୁ ନେଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ସମେତ ବଡମ୍ବା ଅଞ୍ଚଳ ର ଅନେକ ବୁଦ୍ଧିଜୀବି ଏହାକୁ ନେଇ ଖୁସି ଅନୁଭବ କରିବା ସହ ପିଲାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ଖୁସିର ମାହୋଲ୍ ସୃଷ୍ଟି ହୋଇଛି। ଆଠଗଡ ରୁ ମହେଶ ଦାସ ଙ୍କ ରିପୋର୍ଟ।
0 Comments