ସାରା ଦେଶରେ ଗଣେଶ ପୂଜା ର ମାହୋଲ ଚାଲିଥିବା ବେଳେ ଗାଁ ଠୁ ସହର ସବୁଆଡେ ଉତ୍ସବର ବାତାବରଣ ସୃଷ୍ଟି ହେଉଛି । ସେହିପରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜୁବ ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆଗାଁ ବ୍ଲକ ର ବିଭିନ୍ନ ପୂଜା ମଣ୍ଡପ ସହସହ କର୍ମୀ ଙ୍କ ଗହଣରେ ବୁଲୁଥିବା ବେଳେ ଆଜି ବାହାଡ଼ା ଝୋଲା ବଡପଦା ଗଣେଶ ପୂଜା ମଣ୍ଡପ ରେ ଅନୁଷ୍ଠିତ ହୋଇଥୀବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶ୍ରୀ ବିଧାୟକ ଙ୍କୁ ଗ୍ରାମବାସୀ ବାଜା ବାଣ ଫୁଟାଇ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ସହିତ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ସଣ ବେହେରା ଉପାଧ୍ୟକ୍ଷ ପର୍ଶୁରାମ ଶ୍ୱଇ ଜିଲ୍ଲା ନାରି ନେତ୍ରୀ ସୁଭଶ୍ରୀ ସାହୁ ଙ୍କ ସହିତ ଗାଁ ସଭାପତି କୃଷ୍ଣ ଚନ୍ଦ୍ର ସ୍ୱାଇଁ ତ୍ରୀନାଥ ସ୍ୱାଇଁ ଓ ସ୍ଥାନୀୟ ସରପଂଚ ଜିଲ୍ଲାପରିଷଦ ସହିତ ବିଭିନ୍ନ ପଂଚାୟତ ର ଜନ ପ୍ରତିନିଧି, ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଜନ ସାହୁ ।
0 Comments