ଭଟ୍ଟାରିକା ମହୋତ୍ସବର ପ୍ରସ୍ତୁତି ବୈଠକ

 





ଆଠଗଡ, ଗଣେଶ ପୂଜାଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ।ଆଗକୁ ଆସୁଛି ପାର୍ବଣର ମହାନ୍ ପର୍ବ ଶାରଦୀୟ ଦୁର୍ଗାପୂଜା।ଏହି ଉପଲକ୍ଷେ ବଡ଼ମ୍ବା ର ଆରଧ୍ୟ୍ୟ ଦେବୀ ମା' ଭଟ୍ଟାରିକାଙ୍କ  ପୀଠରେ ଚଳିତ ବର୍ଷର ଭଟ୍ଟାରିକା ମହୋତ୍ସବ ପାଇଁ ଅନୁଷ୍ଠିତ ହୋଇଯାଇଛି ଏକ ପ୍ରସ୍ତୁତି ବୈଠକ। ସ୍ଥାନୀୟ ଦେବୋତ୍ତର ବିଭାଗର ମୁଖ୍ୟ ତଥା ବଡ଼ମ୍ବା ତହସିଲଦାର ତପନ କୁମାର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ଭଟ୍ଟାରିକା ସ୍ଥିତ ଡାକ ବାଙ୍ଗଳା ଠାରେ ସମ୍ପର୍ନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ବଡ଼ମ୍ବାର ତହସିଲଦାର ଶ୍ରୀ ପରିଡ଼ା ଚଳିତ ବର୍ଷ ର ଏହି ମହୋତ୍ସବ ସେପ୍ଟେମ୍ବର ମାସ ୧୭ତାରିଖରୁ ଅକ୍ଟୋବର ମାସ ୪ତାରିଖ ପର୍ଯ୍ୟନ୍ତ ପାଳନ ହେବା ସହ ଏହା କିପରି ସୁରୁଖୁରୁରେ ସମାପନ ହେବ ସେଥିପାଇଁ ଅତିଥି ମାନଙ୍କୁ ଅବଗତ କରାଇଥିଲେ। ପରେ ବଡ଼ମ୍ବା ନରସିଂହପୁରର ଲୋକପ୍ରିୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷ ଭଟ୍ଟାରିକା ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରକାଶ କରି ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଥିଲେ। ହଜାର ହଜାର ସଂଖ୍ୟକ ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସମାଗମ ହେବାର ଆଶଙ୍କା କୁ ଦୃଷ୍ଟିରେ ରଖି ସତର୍କତା ମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।  ସ୍ଥାନୀୟ ପୋଲିସ,ଅଗ୍ନିଶମ,ଓଡ୍ରାଫ ଓ ଦେବୋତ୍ତର ବିଭାଗଙ୍କୁ ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ପରାମର୍ଶ ଦେବାସହ ପିଇବାପାଣି, ଓ ବିଦ୍ୟୁତ ବ୍ୟବସ୍ଥା ନିରବଚ୍ଛିନ୍ନ କରିବା ସହ ରାସ୍ତା ମରାମତି ସାଙ୍ଗକୁ ଅସମ୍ପୂର୍ଣ୍ଣ ଥିବା  ସମସ୍ତ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ମିଶ୍ର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି, ବଡ଼ମ୍ବା ବ୍ଳକର ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, ବଡ଼ମ୍ବା ଥାନା ଅଧିକାରୀ ନିରଞ୍ଜନ ଦାସ,ଭଟ୍ଟାରିକା ଉନ୍ନୟନ ପରିଷଦ କମିଟିର ସଭାପତି ଭ୍ରମରବର ନାୟକ, ସମ୍ପାଦକ ସନାତନ ବେହେରା, ସରପଞ୍ଚ ଶତୃଜିତ ପୁହାଣ,କରଡିବନ୍ଧ ପଞ୍ଚାୟତର ସରପଞ୍ଚ ନିବେଦିତା ଧଳସାମନ୍ତ, ମା' ଭଟ୍ଟାରିକାଙ୍କ ପୂଜକ ଶିଶିର ରଣାଙ୍କ ସହ ବଡ଼ମ୍ବା ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ମହୋତ୍ସବ କମିଟିର ସମସ୍ତ ସଦସ୍ୟ  ଏହି ବୈଠକରେ ଉପସ୍ଥିତ ଥିଲେ। Ma' ଭଟ୍ଟାରିକା ଙ୍କ ମହାନ୍ ପର୍ବ ତଥା ଆଗାମୀ ମହୋତ୍ସବ ପାଇଁ ସମସ୍ତେ ସହଯୋଗ କରିବେ ବୋଲି ସମ୍ମତି ପ୍ରଦାନ କରିଥିଲେ। ଶେଷରେ ବଡ଼ମ୍ବା ୩୦ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ତଥା ବଡମ୍ବା ବ୍ଲକ୍ ବିଜେଡି ସଭାପତି ରବିନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।  ଆଠଗଡରୁ ମହେଶ ଦାସଙ୍କ ରିପୋର୍ଟ।

Post a Comment

0 Comments