ଫୁଲବାଣୀ ଜିଲ୍ଲା ର ତୁଡିପାଜୁ ଗ୍ରାମ ପଞ୍ଚାୟତ ର ମହିଳା ମହାସଂଘ ତରଫରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ତୁଡିପାଜୁ ମହିଳା ମହିଳା ମହାସଂଘ ର ମା ମାନେ ଓ ଅନ୍ୟାନ୍ୟ ଅନୁଷ୍ଠାନ ର ଲୋକମାନେ ଘରାଉ କରିଥିଲେ
ତୁଡିପାଜୁ ଗ୍ରାମ ପଞ୍ଚାୟତ ର ଗୋଡ଼ ପଡା ଗାଁ ର କବିତା କହଁର ଙ୍କୁ ଗଣ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଆଖି ଦୃଶିଆ ପଦକ୍ଷେପ ନେବା ରେ ଅବହେଳା କରାଯିବାରୁ ଆଜି ମହିଳା ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ ଓ ପୀଡ଼ିତା ର ପରିବାର ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ଆଡି ବସିଥିଲେ ଉପଯୁକ୍ତ ନ୍ୟାୟ ପ୍ରଦାନ ନହେବା ଯାଏ ଏ ଆନ୍ଦୋଳନ ଚାଲୁ ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି
0 Comments