ପୂଜ୍ୟ ପୂଜା କମିଟି, ନୟାଗଡ଼ ତରଫରୁ ଦାସିଆ ଅଜାଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ।

 



ନୟାଗଡ(କୈଳାଶ ଚନ୍ଦ୍ର ଶିଅ)ନୟାଗଡ଼ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଓଡ଼ିଶା ରାଜ୍ଯରେ ପାଠାଗାର ଆନ୍ଦୋଳନର ମୁଖ୍ଯ ବିନ୍ଧାଣୀ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ସ୍ବର୍ଗତ ଦାଶରଥି ପଟ୍ଟନାୟକ ଙ୍କ ସ୍ମ୍ରୁତି ଚାରଣ କରିଥିଲେ। ପୂଜ୍ୟପୂଜା କମିଟି ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଦାସିଆ ଅଜା ହେଉଛନ୍ତି ଦଶ ପଇସାର ରାଜା ବୋଲି କହିଥିଲାବେଳେ ପୂଜ୍ୟପୂଜା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଦାସିଆ ଅଜା ବହୁତ ପାଠ ପଢିନ ଥିଲେ ହେଁ ଆମ ସମସ୍ତଙ୍କୁ ବହୁତ ପଢିବା ପାଇଁ ପାଠାଗାରଟିଏ ନିର୍ମାଣ କରିବା ସହିତ ସମସ୍ତଙ୍କୁ ପାଠାଗାର ଓ ସଂଗ୍ରହାଳୟ ନିର୍ମାଣ କରିବାର ପ୍ରେରଣା ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍, ଭାରତ ବିକାଶ ପରିଷଦ,ପୈାରପରିଷଦର ସମସ୍ତ କାଉନସିଲର, ବିଭିନ୍ନ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା , ସାମ୍ବାଦିକ ବନ୍ଧୁ ମାନଙ୍କ ସମେତ ପୂଜ୍ୟପୂଜା କମିଟି ର ଉପଦେଷ୍ଟା ସୁବୋଧ କୁମାର ପଟ୍ଟନାୟକ, ଉପ ସଭାପତି ଗୋଦାବରୀଶ ସାହୁ,ଯୁଗ୍ମ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ,ସମାଜସେବୀ ଶ୍ରୀକାନ୍ତ ଖଟେଇ ଆଦି ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ଥିଲେ। ବିଶିଷ୍ଟ ସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ପୂଜ୍ୟପୂଜା କମିଟିର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Post a Comment

0 Comments