ଆଜି ନୂଆଗାଁ ବ୍ଲକର ସଂପଡା ଚିନ୍ତାମଣୀ ବିଦ୍ୟାପୀଠ ଏବଂ ନୂଆଗାଁ ହାଇସ୍କୁଲ ଠାରେ ସମ୍ବାଦ–ଆମ ଓଡିଶା ପକ୍ଷରୁ ବାର୍ଷିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ କୋରଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶୁଭମ ପଣ୍ତା ପ୍ରଥମ, ଭରତ ନୋଡାଲ ସରକାରୀ ଉ.ପ୍ରା. ବିଦ୍ୟାଳୟର କାଜଲ ପ୍ରିୟଦର୍ଶିନୀ ସାହୁ ଦ୍ବିତୀୟ, ଆମ୍ବଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ହିମାଂଶୁ ଶେଖର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ବିଶ୍ବଜିତ ସାହୁ ପ୍ରଥମ, ସଂପଡା ଚିନ୍ତାମଣୀ ବିଦ୍ୟାପୀଠର ନିରୀକ୍ଷା ନିବେଦିତା ଦ୍ବିତୀୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ସୁଭଦ୍ରା ପରିଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓଡିଆ ଭାଷାଜ୍ଞାନ ପ୍ରତିଯୋଗିତାରେ ସଂପଡା ଚିନ୍ତାମଣୀ ବିଦ୍ୟାପୀଠର ଅରୋସ୍ମିତା ମାର୍ଥା ପ୍ରଥମ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ସ୍ବର୍ଣ୍ଣପ୍ରିୟା ସେଠୀ ଦ୍ବିତୀୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ପରିଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ତତସହିତ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡିଶା ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତାରେ ଶୁଭଲକ୍ଷ୍ମୀ ପରିଡା, ରୋଜାଲିନ ପ୍ରଧାନ, ଆୟୁସୀ ପ୍ରଧାନ, ଜାନକୀ ବରାଡ, ସ୍ବର୍ଣ୍ଣପ୍ରିୟା ସେଠୀ, ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ସ୍ମୃତି ନାୟକ, ଶର୍ମିଷ୍ଠା ଶୁଭଦର୍ଶିନୀ ଖଣ୍ତୁଆଳ, ଅରୋସ୍ମିତା ମାର୍ଥା ଏବଂ ସୁଶାନ୍ତ ପ୍ରଧାନ ଜିଲ୍ଲାସ୍ତରକୁ ମନୋନୀତ ମନୋନୀତ ହୋଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ, ସମ୍ବାଦ ସାହିତ୍ୟଘରର ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
0 Comments