ନୟାଗଡ଼ ଜିଲା ପୋଲିସକୁ ମିଳିଛି ବଡ଼ ସଫଳତା,ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 51ଟି ଚୋରାବାଇକ ଜବତ ସହିତ 5 ଜଣଙ୍କୁ ଗିରଫ କରିଛି ପୋଲିସ । ନୟାଗଡ଼ ଏସପିଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନାର IIC ଙ୍କୁ ନେଇ ପୋଲିସ ପକ୍ଷରୁ 5ଟି ଟିମ କରାଜାଇ ଖୋର୍ଦ୍ଧା ବାଣପୁର,ଗଜପତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଚଢ଼ଉ କରିଥିଲା । ବିଭିନ୍ନ ସ୍ତାନରୁ 51ଟି ଚୋରାବାଇକ ଜବତ କରିବା ସହିତ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ମଧ୍ୟରେ ନିଆଳି ଥାନା ଅଞ୍ଚଳର ଅନିଲ ସାହୁ ମୁଖ୍ୟ ହୋଇଥିବା ବେଳେ ତା ନାମରେ ବିଭିନ୍ନ ଥାନାରେ 18ରୁ ଉର୍ଦ୍ଧ୍ବ ମାମଲା ରହିଛି । ସେହିପରି ପୁରୀ ଜିଲାର ନିଲୁ ପଳେଇ ଟାଙ୍ଗୀ ଥାନା ଅଞ୍ଚଳର ଦୁଶମନ୍ତ ସାହୁ , ବେଗୁନିଆ ଥାନା ଅଞ୍ଚଳର ସଂଜୀବ ସାହୁ, ବୌଦ୍ଧ ଅଞ୍ଚଳର ଋତୁରାଜ ଦୀପ ଅଛନ୍ତି । ଦୀର୍ଘ ଦିନ ଧରି ଏମାନେ ଏପରି ବାଇକ ଚୋରିକରି ନମ୍ବର ବଦଳାଇ ବ୍ରିକି କରି ଆସୁଥିଲେ । ଚୋରାବାଇକ ମଧ୍ୟରେ ବୁଲେଟ , KTM ପରି ଅନେକ ଦାମୀ ବାଇକ ଥିବା ବେଳେ ସମସ୍ତ 51 ଚୋରାବାଇକର ଅନୁମାନିକ ମୂଲ୍ୟ 40 ଲକ୍ଷ ହେବ ବୋଲି ନୟାଗଡ଼ ଏସପି କହିଛନ୍ତି ।
0 Comments