ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ପଠାଣି ସାମନ୍ତ ସାଂସ୍କୃତିକ ଭବନରେ ଦ୍ଵିତୀୟ ପ୍ରତିଷ୍ଠା ଦିବସ ପାଲନ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଯୋଗ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ତଥା ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ କୁମାର ନାଏକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ନୟାଗଡ଼ ଜିଲ୍ଲା ପ୍ରତିନିଧି ତଥା ସମାଜସେବୀ ରଜତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀର ପୂର୍ବତନ ଅଧ୍ୟକ୍ଷ ତଥା ଆଇନଜୀବୀ ସ୍ୱଦେଶ ମିଶ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଭୂ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରଜତ ପଟ୍ଟନାୟକ ଅନନ୍ୟା ଫାଉଣ୍ଡେସନ ବିଗତ ଦିନରେ କରିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଭୁରି ପ୍ରଶଂସା କରିଥିଲେ। ପରେ ଆଇନଜୀବୀ ସ୍ବଦେଶ ମିଶ୍ର ଅନନ୍ୟା ଫାଉଣ୍ଡେସନ ଦ୍ୱାରା କରା ଯାଉଥିବା ପାଗଳ ସେବାକୁ ପ୍ରଶଂସା କରିବା ସହ ସେମାନଙ୍କ ପାଇଁ ଦୀର୍ଘସ୍ଥାୟୀ ସୁଧାର ଗୃହ କରିବାକୁ ପ୍ରସ୍ଥାବ ଦେଇଥିଲେ। ପରେ ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଅଶୋକ କୁମାର ନାଏକ ନିଜର ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ ସମାଜସେବା ଏକ ଧନ୍ଦା ନୁହେଁ ଏହା ଏକ ଧର୍ମ, ସମାଜସେବା ଜୀବିକା ନୁହେଁ ଏହା ଜୀବନ। ପରେ ଆଜି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ନିଜର ବକ୍ତବ୍ୟ ମାଧ୍ୟମରେ ସମାଜସେବୀଙ୍କ ସମାଜରେ ଭୂମିକା ଉପରେ ଆଲୋକପାତ କରିଥିଲେ। ପରେ ଅନୁଷ୍ଠାନ ତରଫରୁ ନୟାଗଡ଼ର କିଛି ପ୍ରତିଭା ଯେମିତି ଭାଇରାଲ୍ ନାରଦ ଭାବେ ପରିଚିତ ପପୁନ ବିଶ୍ୱାଳ, ଜଗନ୍ନାଥ ପ୍ରେମୀ ଅଫତାଵ ହୁସେନ, ସାମ୍ବାଦିକ ରବି ପଟ୍ଟନାୟକ, ସାମ୍ବାଦିକ ସୁବ୍ରତ ନାୟକ, ଗୁଆଘିଅ ଭଳି ଅନେକ ଚର୍ଚ୍ଚିତ ଗୀତର ଲେଖକ ରଞ୍ଜନ ନାୟକ, ବ୍ୟଙ୍ଗ କଳାକାର ରବୀନ୍ଦ୍ର ରାଉତ, ସାମାଜିକ ଅନୁଷ୍ଠାନ ହେଲପିଙ୍ଗ ହାଣ୍ଡ, ଆଦର୍ଶ ବାଦୀ ୟଙ୍ଗ ଷ୍ଟାର କ୍ଳବ ଓ ସେବା ଉତ୍ସବ ସମିତିର ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନନ୍ୟା ଫାଉଣ୍ଡେସନର ବୟସ୍କ ସ୍ୱେଚ୍ଛାସେବୀ ବେଣୁ ଲେଙ୍କାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ତରଫରୁ ଆଶୁତୋଷ ଦାସ ମଞ୍ଚ ପରିଚାଳନା କରିଥିଲେ। ଅନୁଷ୍ଠାନର ସମସ୍ତ ସକ୍ରିୟ ସଦସ୍ୟଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହେଲା ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି
0 Comments