ଲଗାଣ ବର୍ଷା ରେ ଭୁଶୁଡ଼ି ଗଲା ପତରଫୋଡ଼ି,

 


କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମ ପଞ୍ଚାୟତ ଅଧୀନ ରେ ଥିବା ନକନ ପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଛାତିଥରା ଦୃଶ୍ୟ,ଚଳିତ ଲଘୁଚାପ ଜନିତ ଲଗାଣ ଘୋର ବର୍ଷାରେ ଭାଙ୍ଗିଗଲା କେଗାଁ ଅଧିନସ୍ଥ ରେ ଥିବା କନକପୁର ପତରଫୋଡି, ଚାପି ହୋଇ ରହିଥିଲେ ଅନେକ ନୀରିହ ଜୀବନ, ପତରଫୋଡ଼ି ସାଜିଥିଲା ମରଣଯନ୍ତା,କେଗାଁ ରେଞ୍ଜ୍ ବିଭାଗର କର୍ମଚାରୀ ଙ୍କ ଆଦେଶ କ୍ରମେ ବଲାଙ୍ଗୀର ଜିଲ୍ଲାର ଝଲିଆଲିଟି ଏବଂ ପିଙ୍ଗଲମୁଣ୍ଡା ରୁ ଆସିଥିବା ପତର୍ ବନ୍ଦାଲି ମାନେ ପତର ବାନ୍ଦୁଥିବାବେଲେ ହଠାତ୍ କାନ୍ଥ ଭୁଶୁଡ଼ି ଯାଇ ସମ୍ପୁର୍ଣ୍ଣ ଛାତ ଚାପି ହୋଇଥିଲା, ତା ଭିରେ ନୀରିହ ପତର ବନ୍ଦାଲି ଅଣ ନିସ୍ୱାଶି, ଉଦ୍ଧାର ହେଲେ ଗ୍ରାମ ବାସୀଙ୍କ ଉଦ୍ୟମ କ୍ରମେ, ତିନି ଜଣ ଗୁରୁତର ବ୍ୟକ୍ତି ଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ଼ ଉପଖଣ୍ଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଗଲା,ଏଠି ଅନେକ ପ୍ରଶ୍ନ ଉଙ୍କି ମାରୁଛି, ସୂଚନା ଅନୁସାରେ ଏଠି ବସାବାନ୍ଧି ରହିଥିବା ପତର ବନ୍ଦାଲି ଙ୍କର ଅନେକ ଯାବତ ଜିନିଷ  ୨୫ ହଜାର ରୁ ଉର୍ଦ୍ଧ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି,ଏହି ଘଟଣା କୁ ନେଇ ରେଞ୍ଜ କର୍ମଚାରୀ ଙ୍କୁ ଜଣାଇ ଥିଲେ ମଧ୍ୟ ଘଟଣା ସ୍ଥଳକୁ ଆସି ନ ଥିବା ପ୍ରକାଶ ମିଳିଛି, ସୂଚନା ଅନୁସାରେ ଗୋଲାମୁଣ୍ଡା ବ୍ଲକ ର ସମାଜସେବୀ ତଥା କଂଗ୍ରେସ ସଭାପତି ଲମ୍ଵୋଧର ଜାଲ ପ୍ରତିକ୍ରିୟା ରଖିଛନ୍ତି, ଏହା ସମ୍ପୂର୍ଣ୍ଣ କେଗାଁ ରେଞ୍ଜ୍ କକୃପକ୍ଷ ଦାୟି, ପତର୍ ଫୋଡି ଗୃହ କଞ୍ଚା ଇଟା ରେ ତିଆରି ହୋଇଥିବାରୁ ଏମିତି ଘଟଣା ର ସମ୍ମୁଖୀନ ହୋଇଛି ବୋଲି କହିଛନ୍ତି, ସରକାର ପତର୍ ଫୋଡି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ପ୍ରଶ୍ନ ଉଠୁଛି,

ଆମ କଳିଙ୍ଗ ଟିଭି 24 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଘଟଣାସ୍ଥଳକୁ ଯାଇ ଫରେଷ୍ଟ କର୍ମଚାରୀ ଙ୍କୁ ପ୍ରତିକ୍ରିୟା ମାଗିବାରୁ ପ୍ରତିକ୍ରିୟା ଦେବି ନାହିଁ ବୋଲି ରୋକ୍ ଠୋକ୍ ମନା କରିଥିଲେ,ଏଠି ସମ୍ପୁର୍ଣ୍ଣ ଜଣା ପଡିଛି କକୃପକ୍ଷ ଙ୍କ ଅବହେଳା ର ପ୍ରତି ଫଲ,ଏହି ଘଟଣା କୁ ନେଇ ଗ୍ରାମ ବାସୀ କହିଛନ୍ତି ଏହାର କ୍ଷତି ପୂରଣ ନ ଦେଲେ କେଗାଁ ରେଞ୍ଜ୍ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଯୋର୍ ଧରିବ ବୋଲି ଚେତାବନୀ ଦେଇଛନ୍ତି, 

Post a Comment

0 Comments