ବିଜୁ ଯୁବଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ ସହ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ || ନୟାଗଡ଼. ନୂଆଗାଁ


 ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବିଜୁ ଯୁବ ଛାତ୍ର ଜନତାଦଳ ତରଫରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଜୀବନ ବିନ୍ଦୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ||



ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଧାୟକ ଙ୍କ ତତ୍ୱାବଧାନ ରେ ନୂଆଗାଁ ବ୍ଲକ ର ବରିଷ୍ଠ ସମାଜସେବୀ ତଥା ବିଜୁ ଜନତା ଦଳ ର ସଂଗଠକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ ଙ୍କ ନେତୃତ୍ୱରେ ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ||



ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା, ବାହାଡାଝୋଲା ଫରେଷ୍ଟର ସନାତନ ସ୍ୱାଇଁ, ବାହାଡାଝୋଲା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଭୀମସେନ ମଲ୍ଲିକ, ନୂଆଗାଁ ବ୍ଲକ ର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ସାହୁ, ଯୁବ ସମାଜସେବୀ ବିମଳ ଲୋଚନ ପଟ୍ଟନାୟକ, ହରିପୁର ସରପଞ୍ଚ ଜିତେନ୍ଦ୍ର ଖଟୁଆ, ବାହାଡାଝୋଲା ସରପଞ୍ଚ ଙ୍କ ପ୍ରତିନିଧି ମନୋଜ କୁମାର ସେଠି, ବେରୁଆଁବାରି ଗ୍ରାମପଞ୍ଚାୟତ ର ଯୁବ ସମାଜସେବୀ ବିଭୁତି ଭୂଷଣ ବେହେରା, କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ସରପଞ୍ଚ ସାରସ ଧର ସାହୁ, ବାହାଡାଝୋଲା ସରପଞ୍ଚ ଆରତୀ କୁମାରୀ ସେଠି ଙ୍କ ସହ ଶତାଧିକ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇଥିଲେ ||


ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ରେ  ୮୫ ୟୁନିଟି ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୨ ଶହ ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା ||

Post a Comment

0 Comments