ବୌଦ୍ଧ ଜ଼ିଲ୍ଲାରେ ବାରମ୍ବାର ଗଞ୍ଜେଇ ଚାଲାଣ ହେଉଥିବା ନଜର କୁ ଆସିଛି ଲ ଗଞ୍ଜେଇ ମାଫିଆ ମାନେ ଚୋରା ଚାଲାଣ ପାଇଁ ବିଭିନ୍ନ ଉପାୟ ଆପଣାଇଉଛନ୍ତି ଲ କେତେକ ଧରା ପଡୁ ଥିବାବେଳେ ଆଉ କେତେକ ପୋଲିସ ଓ ଅବକାରୀ ବିଭାଗ କୁ ଧୂଳି ଦେଇ ଦିନ ଦ୍ବିପହରରେ ଚୋରା ଗଞ୍ଜେଇ ଚାଲାଣ କରୁ ଥିବା ଜଣାପଡିଛି l ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗଞ୍ଜେଇ ବାଇକ ସହ ଅଭିଯୁକ୍ତ କୁ ଗିରଫ କରିଛି କଣ୍ଟାମାଳ ପୋଲିସ l ସୂଚନା ଅନୁଯାଇ କଣ୍ଟାମାଳ ଥାନା ଡ଼ୁମାଲପାଲି ଛକଦେଇ ଗଞ୍ଜେଇ ଚୋରାଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଡ଼ୁମାଲପାଲି ଛକ ରେ କଣ୍ଟାମାଳ ପୋଲିସ ଛକି ରହି ଥିଲେ l ଜଣେ ଲୋକ ଏକ ବାଇକ ରେ ଦ୍ରୁତ ଗତିରେ ଆସୁଥିବା ଦେଖି ବାଇକ ଟିକୁ ଅଟକାଇ ଯାଞ୍ଚ କରି ବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା l ଚାଲାଣ ରେ ସପୃକ୍ତ ଯୁବକ ଜଣକ ବଲାଙ୍ଗୀର ଜ଼ିଲ୍ଲା ସଦର ଥାନା ସରପାଟଣା ଗ୍ରାମର ରୋଶନ ମେହେର (24)କୁ ଗିରଫ କରିବାଶହ ବ୍ୟବହୃତ ବାଇକ କୁ ମଧ୍ୟ ଜବତ କରିବାଶହ 110/2022ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତ କୁ ପଠା ଯାଇଥିବା ର କଣ୍ଟାମାଳ ଥାନା ଦାୟିତ୍ୱ ରେ ଥିବା ଡି.ଏସ.ପି ତପସ୍ୱିନୀ କହଁର ସୂଚନା ଦେଇ ଛନ୍ତି l
0 Comments