ଗଞ୍ଜେଇ କରବାରରେ ତିନି ଯୁବକ ଗିରଫହେବାସହ ଓ ତିନି କ୍ୟୁଣ୍ଟାଲ ଗଞ୍ଜେଇ ଶହ ଏକ ଵଲେରୋ ପିକପ ଗାଡ଼ି ଜବତ

 


ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଅଞ୍ଚଳ ରେ ବାରମ୍ବାର ଗଞ୍ଜେଇ ଚାଲାଣ ହେଉଥିବା ନଜର କୁ ଆସିଛି l ଗଞ୍ଜେଇ ମାଫିଆ ମାନେ ଚୋରା ଚାଲାଣ ପାଇଁ ବିଭିନ୍ନ ଉପାୟ ଆପଣାଇଉଛନ୍ତି l    ସେହିପରି ଆଜି ସକାଳ 6ଘଣ୍ଟା ସମୟରେ ଏକ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ହେମକାନ୍ତ ସୁନା ଏବଂ ମନମୁଣ୍ଡା ଷ୍ଟାଫ ସଦଳ ବଳେ କଣ୍ଟାମାଳ ରୁ ମନମୁଣ୍ଡା ଯାଉଥିବା ରାସ୍ତା ସୁଲିଆ ଛକ ଠାରେ ଛକି ରହିଥିଲେ l ସେହି ରାସ୍ତା ଦେଇ ଏକ ବୋଲେରୋ ପିକପ OD-15-R-4251ନମ୍ବର ବିଶିଷ୍ଟ ଗାଡ଼ି ଟି ଦ୍ରୁତ ଗତିରେ ଯାଉଥିବା ଦେଖି ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ l ଗାଡ଼ିଟିକୁ ଅଟକାଇ ଯାଞ୍ଚ କରି ବାରୁ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା l ଗାଡ଼ିରେ ବସିଥିବା ତିନି ଜଣ ଙ୍କୁ କଣ୍ଟାମାଳ ଅବକାରୀ ଥାନା ରେ ଅଟକ ରଖି l ଜବତ ହୋଇ ଥିବା ଗଞ୍ଜେଇ କୁ ଓଜନ କରିବାରୁ 300kg ହୋଇ ଥିବାବେଳେ ଚୋରାବଜାରେ ଏହାର ମୂଲ୍ୟ ଦେଢ଼ଲକ୍ଷ୍ୟ ଟଙ୍କା ରୁ ଉର୍ଦ୍ଧ ହେଵବୋଲି ଜଣାପଡିଛି l ସୂଚନା ଅନୁଯାଇ ଉକ୍ତ ଚାଲାଣ ରେ ସପୃକ୍ତ ଯୁବକ ମାନେ ହେଲେ କଣ୍ଟାମାଳ ଥାନା କଣ୍ଟାମାଳ ଗ୍ରାମ ଦେଉଲ ଡୁଙ୍ଗିରି ର ଡ଼ମ୍ବୁରୁଧର କହଁର (38),କଣ୍ଟାମାଳ ଥାନା ମାଳପଡା ଗ୍ରାମର ପ୍ରହଲ୍ଲାଦ ଦ୍ୱାରି (42), ଅନ୍ୟ ଜଣେ ଅଭିଯୁକ୍ତ ହେଲେ ଗଜପତି ଜ଼ିଲ୍ଲା ସତ୍ୟରଞ୍ଜନ ଛଞ୍ଚାଣି (23)ବୋଲି ସୂଚନା ଦେଇ ଛନ୍ତି ଅବକାରୀ ଅଧିକାରୀ l ଚାଲାଣ ରେ ସପୃକ୍ତ ତିନି ଜଣ ଯୁବକ  କୁ ଗିରଫ କରିବାଶହ ବ୍ୟବହୃତ ଗାଡ଼ି ଟିକୁ ମଧ୍ୟ ଜବତ କରି ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରି ଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠା ଯାଇଥିବା ର କଣ୍ଟାମାଳ ଅବକାରୀ ଥାନା ଅଧିକାରୀ OIC ହେମକାନ୍ତ ସୁନା ସୂଚନା ଦେଇ ଛନ୍ତି l 

Post a Comment

0 Comments