କୋରାପୁଟରେ ୭୬ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

 କୋରାପୁଟ: ୧୫/୦୮/୨୨


କୋରାପୁଟରେ ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।  ଏହି ପବିତ୍ର ଉତ୍ସବରେ ଶ୍ରୀ ଯୁକ୍ତ ପ୍ରୀତିରଞ୍ଜନ ଘଡେଇ ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା (ସ୍ୱାଧୀନ) ରାଷ୍ଟ୍ରମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଆନୁଷ୍ଠାନିକ ଭାବେ  ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ସମବେତ ଜନତାଙ୍କ ଉଦ୍ୟେଶରେ ଅଭିଭାଷଣ ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀ ପ୍ରଥମେ ସ୍ବାଧୀନତା ଆନ୍ଦୋଳନରେ କୋରାପୁଟ ମାଟିର ବୀର ସ୍ୱାଧୀନତା ସଂଗ୍ରାମୀ ଓ ସହୀଦ ମାନଙ୍କର ସ୍ମୃତି ଚାରଣ କରିବା ସହ ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ସାମିଲ ହୋଇଥିବା କଥା ସ୍ମରଣ କରିଥିଲେ।ଏଥିସହ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ୱନ୍ଧରେ ଆଲୋକପାତ କରିଥଲେ।ବିଶେଷ କରି ରାଜ୍ୟ ସରକାରଙ୍କ ଦ୍ବାରା ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ କି କି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସୂଚନା ଦେଇଥିଲେ।

ଏହି ଅବସରରେ ସେ ଦେଶରେ ଶାନ୍ତି ଶୃଂଖଳାର ସହ ଭାଇଚାରା ବଜାଇ ରଖିବାକୁ ଆହ୍ୱାନ ଦେଇଥିଲେ।  ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ମହମ୍ମଦ ଅଖତର, ଏସପି ବରୁଣ ଗୁଣ୍ଠାପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ, କୋରାପୁଟ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ବିଜେଡି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲକା, ପୌର ଅଧକ୍ଷ ଲଲାଟ ରଞ୍ଜନ ସେଠି ପ୍ରମୁଖଙ୍କ ସହ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।


କୋରାପୁଟରୁ ମଦନ ମୋହନ ସାହୁଙ୍କ ରିପୋର୍ଟ

Post a Comment

0 Comments