୭୫ ଟି ଦୀପ ପ୍ରଜ୍ବଳନ କରି ଆଜାଦି କା ଅମ୍ବୃତ ମହୋତ୍ସବ ପାଳନ


 ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ରାସଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓସ୍ତିଆ ଗ୍ରାମର ମା ଦକ୍ଷିଣକାଳୀ ଯୁବକ ସଂଘ ରେ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ କୁ ଯୁବକ ସଂଘ ର ସଦସ୍ୟ ଓ ଗ୍ରାମବାସୀ ମିଶି ଏକ ସୁନ୍ଦର୍ ଭାରତ ମାନଚିତ୍ର କୁ ଆଙ୍କି ମାନଚିତ୍ରର ଚତୃପର୍ଶ୍ୱାରେ ୭୫ଟି ଦୀପ ପ୍ରଜ୍ବଳନ କରି ମାନଚିତ୍ର କୁ ଆଲୋକିତ କରିବା ସହିତ ଦେଶର ମଙ୍ଗଳ କାମନା କରି ନିଆରା ଢଙ୍ଗରେ ପାଳନ କରିଥିଲେ।ସମସ୍ତେ ଗୋଟିଏ ଗୋଟିଏ ଦୀପ ମନ୍ତ୍ର ସହିତ ସ୍ଵହସ୍ତ ରେ ପ୍ରଜ୍ବଳନ କରିବା,ସ୍ଵାଧୀନତା ର ନାରା କୁ ଦୋହରାଇବବା ସହିତ ସାମୁହିକ ଜାତୀୟ ସଙ୍ଗୀତ ଗାନ କରିଥିଲେ ।ଏହି ଦିବସ ର ମହତ୍ତ୍ଵ କୁ ଜ୍ଞାନ ଦର୍ଶନ ମିଶ୍ର ବର୍ଣ୍ଣନା କରିଥିଲି।କ୍ଲବ ର ସଭାପତି ପ୍ରଶାନ୍ତ କୁମାର ସେଠୀ ଓ ଉପସଭାପତି ଅଖିଳ କୁମାର ସାହୁ ଓ ଯୁବ ସ୍ଵେଚ୍ଛାସେବୀ ସୁଭାଶିଷ ମିଶ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

Post a Comment

0 Comments