ସାରା ଭାରତ ବର୍ଷରେ ସ୍ୱାଧୀନତାର ୭୫ ତମ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ଏହି ଅମୃତ ମହୋତ୍ସବ କୁ ଜାକ ଜକମ ରେ ଘରେ ଘରେ ପିଠାପଣା ସହ ପରସ୍ପରକୁ ମହୋତ୍ସବ ର ଅଭିନନ୍ଦନ ଜଣାଇ ବେଶ ଖୁସି ମାନଉଥିବା ଦେଖିବାକୁ ମିଳିଛି।ଏହା ସହିତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଆଠଗୋଟି ପଞ୍ଚାୟତ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଏବଂ ପଡୋଶୀ ଗଜପତି ଜିଲ୍ଲାର ପାଣିଗଣ୍ଡା ପଞ୍ଚାୟତ ରେ ଧୁମଧାମରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହିଅବସରରେ ପାଣିଗଣ୍ଡାର ଯୁବ ଗୋଷ୍ଠୀ ତ୍ରିରଙ୍ଗା ପତାକା ଉଡାଇ ଏକ ବାଇକ ଶୋଭାଯାତ୍ରା ରେ ଆସି ଜାତୀୟ ସ୍ଲୋଗାନ ଦେଇ ବ୍ରାହ୍ମଣୀଗାଁ ବଜାର ପରିକ୍ରମା କରି ଉତ୍ସବର ମହୋଲ ସୃଷ୍ଟି କରିଥିଲେ।
0 Comments