ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ପଂଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ର ନୂତନ ସଭାପତି ଭାବେ ସନ୍ତୋଷ କୁମାର ସାହୁ ଙ୍କ ଯୋଗଦାନ ପରେ ବିଦ୍ୟାଳୟ ର ରୁପରେଖ ବଦଳିବା ସହିତ ସ୍ୱଚ୍ଛତା ଓ ଶିକ୍ଷ୍ୟା ଦାନ ଉପରେ ଗୁରୁତ୍ବ ଦେଇଥିଲେ ଏଥି ସହିତ ବିଦ୍ୟାଳୟ ରେ (୨୧୦) ଛାତ୍ର ଛାତ୍ରୀ ପଢୁଥିବା ବେଳେ ସେଥୀମଧ୍ୟରୁ ଖେଳଠୁ ଆରମ୍ଭ କରି ଶିକ୍ଷ୍ୟା ଭଳି ବିଭିନ୍ନ କାର୍ଯ୍ୟକ୍ରମ ରେ ଉତ୍ତୀର୍ଣ୍ଣ ହୋଇଥୀବା (୫୫) ଜଣ ଛାତ୍ର ଛାତ୍ରୀ ଙ୍କୁ ସିଲ୍ କପ୍ ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ବାଛାନିଧୀ ମହାପାତ୍ର, ସନ୍ମାନିତ ଅତିଥି ଭାବେ ସଚ୍ଚିକାନ୍ତ ସାହୁ ସହ ବିଦ୍ୟାଳୟ ନୂତନ ସଭାପତି ସନ୍ତୋଷ କୁମାର ସାହୁ ଙ୍କ ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିରଞ୍ଚି କୁମାର ଜାନୀ ଓ ସମସ୍ତ ଷ୍ଟାଫ୍ ଅଭିଭାବକ ଉପସ୍ଥିତ ଥିଲେ । ସଭାପତି ସନ୍ତୋଷ କୁମାର ସାହୁ ଙ୍କ ଏହି ଭଳି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିଥୀବାରୁ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମନରେ ଉଛାୟ ଦେଖିବାକୁ ମିଳିଥିଲା । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ରୁ ନିରଜନ ସାହୁ ।
0 Comments