ନୂଆଗାଁ ବଜାରରେ ଆନନ୍ଦୋଲ୍ଲାସ ଏବଂ ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଛି ପ୍ରସିଦ୍ଧ କାଳୀପୂଜା


ନୂଆଗାଁ ବଜାରରେ ଆନନ୍ଦୋଲ୍ଲାସ ଏବଂ ଭକ୍ତିମୟ ପରିବେଶରେ ଆରମ୍ଭ ହୋଇଛି ପ୍ରସିଦ୍ଧ କାଳୀପୂଜା। ବଜାରର ସୁନାମଧନ୍ୟ ନୂଆଗାଁ ବଣିକ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' କାଳୀଙ୍କର ଏହି ପୂଜା ଅତ୍ୟନ୍ତ ନିଷ୍ଠା ଓ ଉତ୍ସାହର ସହ ଆରମ୍ଭ ହୋଇଯାଇଛି।

ଗତକାଲି ମଧ୍ୟରାତ୍ରିରେ ଶାସ୍ତ୍ରୀୟ ବିଧିବିଧାନ ଓ ମନ୍ତ୍ରୋଚ୍ଚାରଣ ସହ ମା' କାଳୀଙ୍କର ଦୁର୍ଲଭ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି। ଆଜି ସକାଳୁ ସକାଳୁ ମା'ଙ୍କର ପହିଲି ଦର୍ଶନ ପାଇଁ ବଜାର ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଧୂପ, ଦୀପ ଓ ନୈବେଦ୍ୟ ସମର୍ପଣ କରି ମା'ଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଏହି ପବିତ୍ର ଅବସରରେ ପ୍ରତୀକ୍ଷା ପକ୍ଷରୁ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଗୁରୁଜନ, ବଜାର କମିଟି, ବଣିକ ସଂଘର ସଦସ୍ୟ ଏବଂ ସମସ୍ତ ଦର୍ଶକବନ୍ଧୁଙ୍କୁ ଜଣାଉଛୁ ହାର୍ଦ୍ଦିକ ଶୁଭେଚ୍ଛା ଓ କାଳୀପୂଜାର ଅନେକ ଅନେକ ଅଭିନନ୍ଦନ। ମା' କାଳୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ— ଏହାହିଁ କାମନା।

— ବ୍ୟୁରୋ ରିପୋର୍ଟ, ପ୍ରତୀକ୍ଷା (ନୂଆଗାଁ, ନୟାଗଡ଼)


Post a Comment

0 Comments