ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ, ଚାହାଳିରେ ଶିଶୁଦିବସ ଓ ଜ୍ଞାନ ବିଜ୍ଞାନ ମେଳା ପାଳିତ


 ପବିତ୍ର ଶିଶୁଦିବସ ଅବସରରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳି ଗ୍ରାମ ପଞ୍ଚାୟତ ସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏଥିସହିତ ବିଦ୍ୟାଳୟରେ ଏବର୍ଷ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ଯେଉଁଥିରେ କି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମୁଖ୍ୟ ଅତିଥି ସସ୍ମିତା ବିଶ୍ୱାଳ(ନବମ ଶ୍ରେଣୀ), ସମ୍ମାନିତ ଅତିଥି ସ୍ମୃତିରେଖା ବେହେରା ଓ ଆକାଶ ବେହେରା (ଷଷ୍ଠ ଶ୍ରେଣୀ), ମୁଖ୍ୟ ବକ୍ତା ଜ୍ଞାନମଞ୍ଜରୀ ବେହେରା (ଷଷ୍ଠ ଶ୍ରେଣୀ) ଓ ସଭାପତି ଅଭିପ୍ସା ମିଶ୍ର (ଦଶମ ଶ୍ରେଣୀ) ମଞ୍ଚାସୀନ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ରୋଜାଲିନ୍ ନାଥ (ଦଶମ ଶ୍ରେଣୀ) ମଞ୍ଚ ପରିଚାଳନା ଦାୟିତ୍ଵ ନିଭାଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ଓ ମାତା ପିତା ତୁମ୍ ବନ୍ଦନ୍’ ସଙ୍ଗୀତକୁ ସମସ୍ତେ ମନଭରି ଉପଭୋଗ କରିଥିଲେ । ବିଜ୍ଞାନ ମେଳାକୁ ପଞ୍ଚସଖା ଶିକ୍ଷାସେତୁର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଶ୍ରୀମତୀ ଝୁମୁରା ନାଥ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ଦାସଙ୍କ କରକମଳରେ ଉଦ୍‌ଘାଟନ କରାଯାଇଥିଲା । ଉକ୍ତ ମେଳାରେ କଳା, ସାହିତ୍ୟ, ଗଣିତ, ବିଜ୍ଞାନ,ସାମାଜିକ ବିଜ୍ଞାନ - ସମସ୍ତ ଶୈକ୍ଷିକ କ୍ଷେତ୍ରରୁ ୮୫ଟି ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ଦୁଇ ବିଜ୍ଞାନଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ସାହୁ ଓ ଶ୍ରୀଯୁକ୍ତ ବିପ୍ଳବ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ମାର୍ଗ ଦର୍ଶନରେ ବ୍ୟାବହାରିକ ବିଜ୍ଞାନ କୌଶଳ ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପଗୁଡ଼ିକ ପ୍ରସ୍ତୁତ କରିଥିଲେ ।








ଶିଶୁଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ନୂତନ ପରିକଳ୍ପନା ‘ବହିର ସଦୁପଯୋଗ ଓ ମୋବାଇଲ୍ ର ଅପବ୍ୟବହାର’ ଶୀର୍ଷକ ନାଟକ ସମସ୍ତଙ୍କ ହୃଦୟସ୍ପର୍ଶ କରିଥିଲା ପରିଶେଷରେ ଉଦ୍‌ଯାପନୀ ସଭାରେ ପ୍ରକଳ୍ପ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କର ଅକୁଣ୍ଠ ସହଯୋଗ ତଥା ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ବିଦ୍ୟାଳୟର ମେଳାଟି ଶୃଙ୍ଖଳିତ ଭାବେ ସମାପ୍ତ ହୋଇଥିଲା ।

Post a Comment

0 Comments