ନୟାଗଡ଼ ଜିଲ୍ଲା ନୁଆଗାଁରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର: ୬୭ଟି ଅଭିଯୋଗ ପଞ୍ଜୀକୃତ, ୩୫ଟିର ତତ୍‌କ୍ଷଣାତ୍ ସମାଧାନ



ନୟାଗଡ଼ (୦୯ ନଭେମ୍ବର ୨୦୨୬):

ନୟାଗଡ଼ ଜିଲ୍ଲା ନୁଆଗାଁ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ (Collector Madhumita Rath) ଏବଂ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର (SP Subhendu Patra)ଙ୍କ ମିଳିତ ଅଧ୍ୟକ୍ଷତାରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ (ADM Rojina Das) ଏବଂ ଶ୍ରୀ ଲଗ୍ନଜିତ ରାଉତ  ନୟାଗଡ଼ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଯୋଗଦେଇ ସାଧାରଣ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଶୁଣିଥିଲେ।


ଶିବିରର ସଂକ୍ଷିପ୍ତ ପରିସଂଖ୍ୟାନ:

 ମୋଟ ୬୭ ଗ୍ରହଣ କରାଯାଇଥିଲା (Petitions Received): ବ୍ୟକ୍ତିଗତ ମାମଲା (Individual Cases): ୫୮,ଗ୍ରାମାଞ୍ଚଳ ସମସ୍ୟା (Village Issue): ୦୭,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF): ୦୨,ରେଡ୍ କ୍ରସ୍ (Red Cross): ୦୦,ସମାଧାନ ହୋଇଥିବା ମାମଲା (Disposed Off): ୩୫

କପତାପଲ୍ଲୀ ଆରାଇ କାର୍ଯ୍ୟାଳୟରେ ନୂତନ ରାଜସ୍ବ ନିରୀକ୍ଷକ ଯୋଗଦାନ ପାଇଁ ଅଭିଯୋଗ କରାଯାଇଥିଲା।

ଶିବିରରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଲୋକଙ୍କ ଆଶା ଓ ଆବଶ୍ୟକତାକୁ ଗ୍ରହଣ କରି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲେ। ଆଜିର ଏହି ଶିବିରରେ ନୂଆଗାଁ ବ୍ଲକ ବିଡିଓ ଅମୃତ ରାଉଳ ,ତହସିଲଦାର ହେମନ୍ତ କୁମାର  ନାୟକ ,ବ୍ଲକ ଶିକ୍ଷା ଅଧିକାରୀ ଗିରିଜା ଶଙ୍କର ମହାପାତ୍ର ସମେତ ପ୍ରମୁଖ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଲୋକେ ଏହି ପ୍ରଶାସନିକ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି।ନୂଆଗାଁ ବ୍ଲକର ସମସ୍ତ ବିଭାଗର ମୁଖ୍ୟ ମାନେ ଉପସ୍ଥିତ ରହିଥିଲେ.

Post a Comment

0 Comments