ଦଶପଲ୍ଲା ୪/୧୦ ଆଜି ଘୁଗୁଡ଼ିପଡ଼ା ଗ୍ରାମ ପଂଚାୟତ ର କଳାକାର ମହାସଂଘ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି ଉକ୍ତ ବୈଠକ ରେ ବିମ୍ବାଧର ସାହୁ ସଭାପତିତ୍ବ କରିଥିଲେ ମୁଖ୍ୟ ଅତିଥି ଭାବେ କଳାକାର ମହାସଂଘ ସଂଯୋଜକ, ତଥା ଦଶପଲ୍ଲା ବ୍ଲକ ସାଂସଦ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା କଳାକାର ମହାସଂଘ ସମ୍ପାଦକ ବିଜୟ କେତନ ଶତପଥୀ, କୋଷାଧକ୍ଷ ବୃନ୍ଦାବନ ପ୍ରଧାନ, ଘୁଗୁଡ଼ି ପଡା କଳାକାର ପଂଚାୟତ ସଭାପତି ଯୁଗଳ କିଶୋରେ ଦଳବେହେରା, ସମ୍ପାଦକ ସୁଶାନ୍ତ ପ୍ରଧାନ, କୋଷାଧକ୍ଷ ସଞ୍ଜୟ ସାହୁ ସହ ବିଭିନ୍ନ କଳାକାର ଯଥା. ଦଣ୍ଡ, ଘୁଡୁକି, ଦଶକାଠିଆ, ପାଲା , ଏକକ ଅଭିନୟ, ନାମ ସଂକୀର୍ତ୍ତନ, ଭାରତଲୀଳା,ରାମନାଟକ ଆଦି କଳାକାର ଗଣ ନିଜ ବିଭିନ୍ନ ଅସୁବିଧା ବିଷୟରେ ସଭାରେ ଆଲୋଚନା କରିଥିଲେ , ଭାଗବତ ଟୁଙ୍ଗି ଘର, ଭଜନ ମଣ୍ଡପ,ଅନୁସଙ୍ଗିକ ବାଦ୍ୟ ସରଞ୍ଜାମ, କଳାକାର ଭତ୍ତା, ପଥ ପ୍ରାନ୍ତ ନାଟକ ପାଇଁ ପଂଚାୟତ କୁ ପ୍ରାଧାନ୍ୟ ଦେବା ସହ ସରକାର ଙ୍କ ଯୋଜନା ସୁବିଧା ଦେବା, କଳା ସଂସ୍କୃତି କୁ ବଞ୍ଚାଇବା ପାଇଁ ସରକାର ସୁବିଧା ଯୋଗାଇବା, ପଂଚାୟତ କଳାକାର ଙ୍କୁ ଯୋଡିବା ଆଦି ଆଲୋଚନା ହେବାସହ ସାଂସଦ ପ୍ରତି ନିଧି ଶ୍ରୀ ଦଳବେହେରା ସେବା ସଂକଳ୍ପ ଅଭିଯାନ ମୋଦିଜୀ ଙ୍କ ଜନ୍ମଦିନ ଆରମ୍ଭ ହୋଇଛି ଏଣୁ ଆମେ ସେବା କାର୍ଯ୍ୟକ୍ରମ ଯଥା ମା ପାଇଁ ଗଛ ଟିଏ ଲଗାଇବା, ମଠ ମନ୍ଦିର, ସ୍କୁଲ, ଫୋଖରୀ, ମେଡିକାଲ,ସ୍ୱଚ୍ଛତା କରିବା, ତତ ସହିତ ପଲିଥିନ କୁ ବ୍ୟବହାର କମାଇବା, ବରିଷ୍ଠ, ଦିବ୍ୟାଙ୍ଗ ଙ୍କୁ ସାହାଯ୍ୟ ଓ ସମ୍ମାନ ଦେବ ଏବଂ ସମସ୍ତକଳାକାର ଏକ ହୋଇ ସରକାର ଙ୍କଯୋଜନା ସଫଳତା ପାଇଁ ସହଯୋଗ କରିବା, ସାମାଜିକ କ୍ଷେତ୍ର ରେ ନିଜ ନିଜ କର୍ତ୍ତବ୍ୟ ଦାୟିତ୍ୱ ପାଳନ କରିବା ପାଇଁ କହି ଆଲୋଚନା କରି ଅନୁରୋଧ କରି ଥିଲେ ସର୍ଵ ଶେଷରେ ଯୁଗଳ କିଶୋର ଦଳବେହେରା ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ


0 Comments