ନୂଆଗାଁ, (ପ୍ରତୀକ୍ଷା ୱେବ ମିଡ଼ିଆ): ଗତ ଅକ୍ଟୋବର ୧୩ ତାରିଖ ଦିନ ଭାରତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋରଡ଼ା କ୍ଲଷ୍ଟର ଆନୁକୂଲ୍ୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଭରତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିରୂପମା ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୂଆଗାଁ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କବିତା ମଂଜରୀ ବାହିନୀପତି, ଶ୍ରୀଯୁକ୍ତ ପୁରୁଷୋତ୍ତମ ପରିଡା, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ନିତ୍ୟାନନ୍ଦ ସାହୁ ଏବଂ କୋରଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିଲିପ୍ କୁମାର ଖଣ୍ଡୁଆଳ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।
ଏହି ସମଗ୍ର କାର୍ଯ୍ୟକ୍ରମକୁ କୋରଡ଼ା ସି.ଆର.ସି.ସି (CRCC) ଶ୍ରୀଯୁକ୍ତ ଶ୍ରୀନିବାସ ରଥ ସୁଚାରୁରୂପେ ପରିଚାଳନା କରିଥିଲେ। ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାଏକଙ୍କ ଦ୍ୱାରା ମଞ୍ଚ ପରିଚାଳନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଭରତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋରଡ଼ାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତ୍ରିନାଥ ଯାନୀ ଉପସ୍ଥିତ ସମସ୍ତ ଅତିଥି ଓ ଦର୍ଶକଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କୋରଡ଼ା କ୍ଲଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। https://www.facebook.com/share/p/14rZWXoK2op/


0 Comments